ଆଜି
This text was machine-transcribed from the printed book and may contain errors. Select the words and choose “Report a mistake”.
ନିତ୍ୟାନନ୍ଦ ସୃଷ୍ଟି କରିଥିବା ସବୁ
ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ହୁଏ ।
ଯାହାକୁ ସମଗ୍ର ବିଶ୍ବଚେତନାର ପୂଜା
ଏବଂ ଆରାଧନାର ପ୍ରକ୍ରିୟା ବୋଲି
ଗ୍ରହଣ କରାଯାଏ ।
ଲସ୍ ଆଞ୍ଜେଲସ୍ରେ ଥିବା ଆଶ୍ରମର
ମନ୍ଦିରରେ ପୂଜାରୀ ଶ୍ରୀ ବିଦ୍ୟାପୂଜା
କରୁଛନ୍ତି ।

‘ଶାରୀରିକ ଏବଂ ମାନସିକ ଶକ୍ତି ଅପେକ୍ଷା ଆଧ୍ୟାତ୍ମିକ ଦୃଢ଼ତା ମଣିଷକୁ ଅଧ୍ଵକଶକ୍ତି ଦିଏ ।’’
- ପରମହଂସ ନିତ୍ୟାନନ୍ଦ
ମା’କୁପ୍ପାମ୍ମାଙ୍କର ସହାୟକ ଶକ୍ତି
ବ୍ରହ୍ମଯୋଗୀନୀ ବିଭୂଦାନନ୍ଦ ଦେବୀ ମା’ କୁପ୍ପାମ୍ମା ନିତ୍ୟାନନ୍ଦଙ୍କ ପିଲାଦିନରେ ତାଙ୍କ ଆଧ୍ୟାତ୍ମିକ ପ୍ରଗତିରେ ଅରୁଣାଚଳରେ ବିଶେଷ ସାହାଯ୍ୟ କରିଥିଲେ । ନିତ୍ୟାନନ୍ଦଙ୍କୁ ୧୨ ବର୍ଷ ହୋଇଥିଲା ବେଳେ ତାଙ୍କର ଗଭୀର ଆଧ୍ୟାତ୍ମିକ ଅନୁଭୂତି ହୋଇଥିଲା । ଏବଂ କୁପ୍ପାମ୍ମା ତାଙ୍କର ଶାରୀରିକ ଓ ମାନସିକ ଯତ୍ନ ନେଇ ତାଙ୍କୁ ସବୁ ବୁଝାଉଥିଲେ । ବିଭିନ୍ନ ଆଧ୍ୟାତ୍ମିକ ଶିକ୍ଷା ଦେଇ ଭବିଷ୍ୟତ ପାଇଁ ଗଢ଼ୁଥିଲେ ।

କୁପ୍ପାମ୍ମା ଏବଂ ପରମହଂସ ନିତ୍ୟାନନ୍ଦ

ଇସାକ୍ସୀ ସ୍ବାମୀ
ଇସାକ୍ସୀ ସ୍ଵାମୀଙ୍କର ଆଧ୍ୟାତ୍ମିକ ଶିକ୍ଷାଦାନ
ଇସାକ୍ସୀସ୍ବାମୀ ଜଣେ ସିଦ୍ଧ ଗୁରୁ ଥିଲେ ଏବଂ ନିତ୍ୟାନନ୍ଦ ଇସାକ୍ସି ସ୍ବାମୀଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ଏହିଭଳି ବହୁ ସିଦ୍ଧଗୁରୁଙ୍କ ସଂସ୍ପର୍ଶରେ ଆସି ନିତ୍ୟାନନ୍ଦ ଦେଖୁଲେ ଯେ ସେମାନେ କିପରି ଅତ୍ୟନ୍ତ ଆନନ୍ଦରେ ସବୁବେଳେ ମଗ୍ନ ରହୁଛନ୍ତି । ସେମାନଙ୍କର ପୂର୍ଣ୍ଣାନନ୍ଦ ଅବସ୍ଥା ଏବଂ ଅତି ବିନୟ ସରଳ ସ୍ଵଭାବ ଦେଖୁ ନିତ୍ୟାନନ୍ଦଙ୍କର ଦିବ୍ୟଅନ୍ଵେଷଣର ଇଚ୍ଛା ପ୍ରବଳ ହେଲା ।
ନିତ୍ୟାନନ୍ଦ ତାଙ୍କର ନାମ
ଆତ୍ମପୁରାଣ ଏକ ଉପନିଷଦ ଯାହା ଇସାକ୍କୀ ସ୍ୱାମୀଜୀ ନିତ୍ୟାନନ୍ଦଙ୍କୁ ଉପହାର ଦେଇଥିଲେ । ଆତ୍ମପୁରାଣ ନିତ୍ୟାନନ୍ଦଙ୍କର ଆଧ୍ୟାତ୍ମିକ ଅଧ୍ୟୟନର ଶୁଭାରମ୍ଭ ଥିଲା

ଆତ୍ମ ପୁରାଣ
ଓଲାଇ ଚୁଡ଼ାଢ଼ି

ଓଲାଇଚୁଡ଼ାଢ଼ି ତାଳପତ୍ରରେ
ଲେଖାଥିଲା ଏବଂ
ସେଥୁରେ ପ୍ରାଚୀନ ବୈଦିକ
ମନ୍ତ୍ର ସବୁଥିଲା । ଏହାକୁ
ନିତ୍ୟାନନ୍ଦ ଇସାକ୍କୀ
ସ୍ୱାମୀଜୀଙ୍କ ଠାରୁ ଉପହାର
ପାଇଥିଲେ ।
ଯୋଗୀ ରାମ ସୁରତକୁମାରଙ୍କ ସହ ରହସ୍ୟମୟ ବନ୍ଧନ
ତିରୁବାନ୍ନାମାଲାଇର ଭଗବାନ ରମଣମହର୍ଷିଙ୍କ ସମସାମୟିକ ଯୋଗୀ ରାମସୁରତ କୁମାର (ଅଥବା ଭିଖାରୀ ସ୍ୱାମୀଜୀ) ଜଣେ ଦିବ୍ୟଦୃଷ୍ଟି ପ୍ରାପ୍ତ ମହାନ ଗୁରୁ ଥିଲେ । ଏହି ପ୍ରସିଦ୍ଧ ଏବଂ ଲୋକପ୍ରିୟ ସ୍ୱାମୀଜୀଙ୍କ ପାଖକୁ ତିରୁବାନ୍ନାମାଲାଇରେ ନିତ୍ୟାନନ୍ଦ ନିୟମିତ ଯାଉଥିଲେ ।
ଯୋଗୀ ରାମ ସୁରତକୁମାର ମନ୍ଦିର ରଥ ପାଖରେ (ତେରମୁର୍ଭିଷ୍ଠିତି) ଥିବା ପାହାଚ ଉପରେ ଯେଉଁଠାରେ ସବୁ ଅଳିଆଗଦା ହେଉଥିଲା ସେଠାରେ ଭିକାରୀ ଭଳି ବସୁଥିଲେ । ଲୋକମାନେ ତାଙ୍କ ପାଖରେ ଅଟକି ନିଜର ଭବିଷ୍ୟତ ବିଷୟରେ ପଚାରୁଥିଲେ । ପିଲାମାନେ ସ୍କୁଲକୁ ଗଲାବେଳେ ତାଙ୍କ ପରୀକ୍ଷାରେ କିପରି ସଫଳତା ପାଇବେ ପଚାରୁଥିଲେ । କିନ୍ତୁ ଯୋଗୀ ରାମସୁରତକୁମାର ରହସ୍ୟମୟ ଭାବରେ ଚୁପ ରହୁଥିଲେ । ଦିନେ ନିତ୍ୟାନନ୍ଦ ସ୍କୁଲକୁ ଯିବାବାଟରେ ତାଙ୍କୁ ପଚାରିଲେ ଯେ ସେଦିନ ସେ ପରୀକ୍ଷାରେ ପାସ୍ କରିବେ କି, ତାଙ୍କୁ ସ୍ୱାମୀଜୀ ଉତ୍ତର ଦେଲେ, “ହେ ବାଳକ, ତୁମେ ଜୀବନ ପରୀକ୍ଷାରେ ସଫଳତା ଲାଭ କରିବ ।”
ଆଜି
ନିତ୍ୟାନନ୍ଦଙ୍କ ଆଶ୍ରମରେ ବ୍ରହ୍ମଚାରୀ
ଏବଂ ଅନ୍ୟାନ୍ୟ ଶିଶୁମାନେ ଗୁରୁକୁଳ
ଆଶ୍ରମରେ ଦୈନନ୍ଦିନ ବେଦମନ୍ତ୍ର
ପାଠ କରୁଛନ୍ତି

ନିତ୍ୟାନନ୍ଦ ସେତେବେଳେ ରାମସୁରତ କୁମାରଙ୍କର କଥା ବୁଝି ପାରି ନଥିଲେ । ପାଖରେ ବସିଥିବା ଜଣେ ସ୍ତ୍ରୀ ଲୋକ ତାଙ୍କୁ କହିଲେ, "ହେ ଶିଶୁ, ତୁମେ ଏବେ ଏକଥାର ଅର୍ଥ ବୁଝିପାରିବ ନାହିଁ କିନ୍ତୁ ସମୟ ଆସିବ ଯେତେବେଳେ ତୁମେ ଏକଥାର ସତ୍ୟତା ବୁଝିପାରିବ ।”

ତିରୁବାନ୍ନାମାଲାଇରେ ଯୋଗୀରାମସୁରତ କୁମାରଙ୍କର ଏକ ସମାବେଶ
ଆନ୍ନାମାଲାଇ ସ୍ୱାମୀଜୀ ଏବଂ ତାଙ୍କ ଶରୀର କ୍ଷତ
“ସତ୍ୟକୁ ଜାଣିବା ପାଇଁ ପରୀକ୍ଷା କରିବାର ସାହାସ ଥିଲେ ସତ୍ୟକୁ ଅନୁଭବ କରାଯାଏ ।”
-ପରମହଂସ ନିତ୍ୟାନନ୍ଦ

ଆନ୍ନାମାଲାଇ ସ୍ୱାମୀ ଭଗବାନ ଶ୍ରୀରମଣ ମହର୍ଷିଙ୍କର ପ୍ରତ୍ୟକ୍ଷ ଶିଷ୍ୟ ଥିଲେ । ପ୍ରାୟ ୧୦ ବର୍ଷ ବେଳକୁ ନିତ୍ୟାନନ୍ଦ ତିରୁବାନ୍ନାମାଲାଇର ରମଣାଶ୍ରମକୁ ଯିବା ଆରମ୍ଭ କଲେ ସେ ଅନ୍ନାମାଲାଇ ସ୍ଵାମୀଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସି ପ୍ରବଚନ ଶୁଣୁଥିଲେ । ସ୍ୱାମୀଙ୍କ ପାଖକୁ ଯିବାର ଗୋଟେ ଆକର୍ଷଣ ଥିଲା ଯେ ସେ ତାଙ୍କର ପ୍ରବଚନ ପରେ ଛୋଟ ଛୋଟ ମିଠେଇ ବାଣ୍ଟୁଥିଲେ ।
ଦିନେ ଆନ୍ନାମାଲାଇ ସ୍ଵାମୀ ମାୟା କ’ଣ ଏକଥା ବୁଝାଉଲେ । ସେ କହିଲେ “ଆମେ ଶରୀର ନୋହୁଁ; ଏଶରୀର ବାସ୍ତବ ସତ୍ୟ ନୁହେଁ, ଆତ୍ମା ହିଁ ପ୍ରକୃତ ସତ୍ୟ; ଆତ୍ମାକୁ ଯନ୍ତ୍ରଣା ବାଧ୍ୟପାରେ ନାହିଁ, ତେଣୁ ଆମେ ଦୁଃଖ ଯନ୍ତ୍ରଣାର ଉର୍ଦ୍ଧ୍ୱରେ ।”
ଆନ୍ନାମାଲାଇ ସ୍ଵାମୀଜୀ
ନିତ୍ୟାନନ୍ଦ ତାଙ୍କର ନାମ
ଏକଥା ଶୁଣିଲା ପରେ ତାଙ୍କ କାନରେ ଯେପରି ଏହି କଥା ଗୁଂଜିତ ହେବାକୁ ଲାଗିଲା । ନିତ୍ୟାନନ୍ଦ ଘରକୁ ଦୌଡ଼ିଯାଇ ରୋଷେଇ ଘରୁ ଗୋଟିଏ ଛୁରୀ ନେଇ ତାଙ୍କର ଡାହାଣ ଜଂଘକୁ କାଟିଦେଲେ ଏବଂ ଜାଣିବାକୁ ଚାହିଁଲେ ଯନ୍ତ୍ରଣା ହେଉଛି କି ନାହିଁ । ଅତ୍ୟଧିକ ଯନ୍ତ୍ରଣା ହେଲା ଏବଂ ସେ ତାଙ୍କ ମା'ଙ୍କ ଠାରୁ ଗାଳି ଖାଇଲେ, କଟା ଘା'କୁ ଡାକ୍ତର ସିଲେଇ କଲେ ।
ଶିଏ ଆନ୍ନାମାଲାଇ ସ୍ୱାମୀଙ୍କ ପାଖକୁ ଦୌଡ଼ିଲେ ଏବଂ ଏହି ପରିସ୍ଥିତିର ଉତ୍ତର ଚାହିଁଲେ । ଆନ୍ନାମାଲାଇ ସ୍ୱାମୀ କହିଲେ, “ଯନ୍ତ୍ରଣା ସବୁ ଚାଲିଯିବ । ମୁଁ ଏଥିପାଇଁ ଗୋଟିଏ ପ୍ରକ୍ରିୟା ଶିଖାଇବି । ତୁ ଯେ, ମୁଁ କହିଥିବା ସତ୍ୟକୁ ପରୀକ୍ଷା କଲୁ ଏହାହିଁ ତୋତେ ସିଦ୍ଧ ମାର୍ଗରେ ଆଗେଇ ନେବ ।” ଏହି ଘଟଣାଟି ତାଙ୍କର ଅନ୍ୱେଷଣକୁ ଆହୁରି ଗଭୀର କରିଦେଲା ।
ଆଜି
ନିତ୍ୟାନନ୍ଦ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦିଅନ୍ତି । ତାଙ୍କ ଭଳି ଗୁରୁଙ୍କ ପାଖରେ ଖାଲି ବସିବାକୁ ବି ଲୋକମାନେ ଚାହାନ୍ତି ।

କାମ୍ବୋଡିଆର ଆନ୍କର ୱାଟ
ଚୈତନ୍ୟର ଅଭ୍ୟୁଦୟ
“ଧ୍ୟାନ ହିଁ ଅନ୍ତରାତ୍ମାର ଦ୍ୱାର ଖୋଲିବାର ଚାବିକାଠି”
- ପରମହଂସ ନିତ୍ୟାନନ୍ଦ
ଅରୁଣାଚଳ ହିଁ ନିତ୍ୟାନନ୍ଦଙ୍କର ସର୍ବସ୍ୱ ଥିଲା । ସେଠାର ପଥର, ଗୁମ୍ଫା, ପାଙ୍କ ତାଙ୍କର ଅନ୍ୱେଷଣରେ ଥିଲା । ସେ ଯେପରି ସର୍ବଦା ଧ୍ୟାନ କରି ଅରୁଣାଚଳରୁ ଜ୍ୟୋତିରେ ଉଦ୍ଭାସିତ ହେଉଥିଲେ । ସିଏ ଶରୀରରେ ବହୁତ ପତଳା ଥିଲେ କିନ୍ତୁ ତାଙ୍କ ଆଖ୍ ଅତ୍ୟନ୍ତ ଉଜ୍ଜ୍ୱଳ ଥିଲା ଯାହାକି ଅନ୍ତର୍ଦୃଷ୍ଟିରେ ହିଁ କୋମଳତା ପ୍ରାପ୍ତ ହେଉଥିଲା । (ରଘୁପତି ଯୋଗୀ ଓ କୁପାମ୍ମା ସେ ଅବସ୍ଥାରେ ତାଙ୍କର ବହୁତ ଫଟୋ ନେଇଥିଲେ ଯେପରି କି ଭବିଷ୍ୟତରେ ବହୁତ କାର୍ଯ୍ୟରେ ଆସିବ)
ଆଜି
ନିତ୍ୟାନନ୍ଦ ଏବେ ସମସ୍ତଙ୍କ ହୃଦୟରେ
ଅଦ୍ଭୁତ ପ୍ରକ୍ରିୟାରେ ଧ୍ୟାନାବସ୍ଥା ଆଣି
ଦେଉଛନ୍ତି । ପ୍ରତ୍ୟେକଙ୍କ ହୃଦୟରେ
ସେ ଆନନ୍ଦର ପୁଷ୍ପ ପ୍ରସ୍ଫୁଟିତ
କରାଉଛନ୍ତି ।

ସଚ୍ଚିଦାନନ୍ଦର ସ୍ପର୍ଶ
“ଯେପର୍ଯ୍ୟନ୍ତ ତୁମର ହାତ ଖୋଲାଥିବ ତୁମେ
ନଦୀର ସ୍ରୋତକୁ ଅନୁଭବ କରିପାରିବ କିନ୍ତୁ
ତାକୁ ଧରିବାକୁ ଚେଷ୍ଟା କଲେ ପାରିବ ନାହିଁ ।”
- ପରମହଂସ ନିତ୍ୟାନନ୍ଦ
ତାଙ୍କୁ ଯେତେବେଳେ ପ୍ରାୟ ୧୨ ବର୍ଷ ସେ ଦିନେ ଅରୁଣାଚଳ ପାହାଡ଼ରେ ବସି ଧ୍ୟାନ କରୁଥିଲେ । ବାସ୍ତବିକ ଆତ୍ମାମାଲାଇ ସ୍ୱାମୀ ଦେଇଥିବା ପ୍ରକ୍ରିୟାର ସେ ସବୁ ଭାବନା କେଉଁଠାରୁ ବାହାରୁଛି ଜାଣିବାକୁ ଚହୁଁଥିଲେ । ଧୀରେ ଧୀରେ ସେ ଯେପରି ମିଳାଇ ଯିବାକୁ ଆରମ୍ଭ କଲେ । ତାଙ୍କ ଭାଷାରେ, “ହଠାତ୍ ମୁଁ ଅନ୍ତରରେ ଯେପରି ଏକ ଉନ୍ମୁକ୍ତ ଦ୍ଵାର ଦେଖୁଲି । ଆଖ୍ ବନ୍ଦ କରି ମଧ୍ୟ ମୁଁ ଚାରିଆଡ଼େ ୩୬୦ ଡିଗ୍ରୀ ପରିସରରେ ସବୁ ଦେଖି ପାରୁଥିଲି । ଯେଉଁ ଶକ୍ତି ମୁଁ ଅନ୍ତରରେ ଅନୁଭବ କରୁଥିଲି ତାହା ବାହାରେ ମଧ୍ୟ ଅନୁଭବ କଲି । ମୋତେ ଯେପରି ଲାଗିଲା ମୁଁ ପଥର, ବୃକ୍ଷ, ପୁଷ୍ପ ଏପରିକି ସଜୀବ ନିର୍ଜୀବ ସମଗ୍ର ଜଗତରେ ବଞ୍ଚି ରହିଛି ।

ଅରୁଣାଚଳରେ ଧ୍ୟାନସ୍ଥ ପରମହଂସ ନିତ୍ୟାନନ୍ଦ
ଆଜି
ନିତ୍ୟାନନ୍ଦ ସଂସ୍ଥାର ବ୍ରହ୍ମଚାରୀମାନେ ତାଙ୍କର ସିଦ୍ଧି ଦିନର ବାର୍ଷିକ ଉତ୍ସବରେ ପବିତ୍ର ପାହାଡ଼ର ଅଭିଷେକ କରୁଛନ୍ତି ।

ଏକତା ମୋର ପ୍ରଥମ ଗଭୀର ଅନୁଭୂତି ହେଲା । ଏହା ପରେ ସମଗ୍ର ବିଶ୍ଵ ପାଇଁ ଯେପରି ପ୍ରେମ ଓ କରୁଣାର ଦ୍ଵାର ଖୋଲିଗଲା । ସମଗ୍ର ଜୀବଜଗତ ପାଇଁ ମୋର ଶ୍ରଦ୍ଧା, ସମ୍ମାନ ବଢ଼ିଗଲା । ସୃଷ୍ଟିର ପ୍ରତ୍ୟେକ ବସ୍ତୁ ଯେପରି ମୋର ହୋଇଗଲା । ଏହି ଅନୁଭୂତିରେ ମୋର ସିଦ୍ଧି ପାଇବାର ପ୍ରଥମ ଅନୁଭବ ଦୃଶ୍ୟମାନ ହେଲା । ଏହି ଗୋଟିଏ ମାତ୍ର ଅନୁଭୂତିରେ ସମସ୍ତେ ଜାଣିପାରିବେ ଯେ ଏଥିରେ ସବୁ ଧର୍ମର ଗୋଷ୍ଠୀର, ଭାଷାର ବିଭେଦତା ଏବଂ ଭଗ୍ନବଦ୍ଧତା ଉଭେଇ ଯାଏ ।”
ବୈଶାଖ ମାସ ଶୁକ୍ଳ ପୂର୍ଣ୍ଣିମା ଦିନ ସୂର୍ଯ୍ୟାସ୍ତ ସମୟରେ ନିତ୍ୟାନନ୍ଦଙ୍କର ପ୍ରଥମ ଆଧ୍ୟାତ୍ମିକ ଅନୁଭୂତି ଘଟିଥିଲା । ନିତ୍ୟାନନ୍ଦ ସବୁଦିନେ ଅରୁଣାଚଳ ପାହାଡ଼ ଚାରିପାଖେ ବୁଲୁଥିଲେ । ସିଏ ପ୍ରାୟ ଭୋର ଚାରିଟା ବେଳୁ ତିନି ଚାରିଘଣ୍ଟା ପାହାଡ଼ର ଚାରି ପାଖେ ଚାଲୁ ଥିଲେ ଏବଂ ଗୀତ ବୋଲି ବୋଲି ଯାଉଥିଲେ । ସିଏ ଆଉ କିଛି ନ ଭାବି କେବଳ ବର୍ତ୍ତମାନ କାଳରେ ହିଁ ବଞ୍ଚି ଥିଲେ ଏବଂ ଗୋଟିଏ ମା କୋଳରେ ଶୋଇଥିବା ନିରୀହ ଶିଶୁ ଭଳି କିଛି ନ ଭାବି ଅରୁଣାଚଳର ପରିବେଶରେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଥିଲେ ।
ସେ ତାଙ୍କର ଅନ୍ତରରୁ ଯେପରିକି ସ୍ଵାଧୀଷ୍ଠାନ ଚକ୍ରରୁ ଚିତ୍କାର କରି ଉଠିଲେ । ଏ ଚିତ୍କାର ତାଙ୍କ ହୃଦୟର ଭିତରୁ ହିଁ ସୃଷ୍ଟି ହୋଇଥିଲା । “ଏହି ଚିତ୍କାର ସଙ୍ଗେ ସଙ୍ଗେ ସେ ଅରୁଣାଚଳଙ୍କୁ ସମର୍ପିତ ହୋଇଗଲେ ଏବଂ ତାଙ୍କର କିଛି ହେବନାହିଁ ବୋଲି ବିଶ୍ୱାସ କଲେ ।
ହଠାତ୍ ଜଣେ ବୃଦ୍ଧ ସନ୍ନ୍ୟାସୀ ଗୋଟିଏ
ବାଡ଼ି ଧରି ତାଙ୍କ ସାମ୍ନାରେ ଠିଆ
ହୋଇଗଲେ ଏବଂ ହେଟାବାଘ ଗୁଡ଼ିକୁ
ଗୋଡ଼ାଇ ହଟାଇ ଦେଲେ । ପଶୁଗୁଡ଼ିକ
ଚାଲି ଯିବା ପରେ ବୃଦ୍ଧ ଲୋକଟି କୁଆଡ଼େ
ଉଭେଇଗଲେ । ନିତ୍ୟାନନ୍ଦ ଜାଣି
ପାରିଲେ ନାହିଁ, ଏ ବୃଦ୍ଧ ଜଣକ କେଉଁଠୁ
ଆସିଲେ ଏବଂ କୁଆଡ଼େ ଗଲେ ।
ହେଟାବାଘଙ୍କ ଦ୍ୱାରା ଆକ୍ରମଣର ଭୟ
ଦିନେ ସେ ଅତି ଶୀଘ୍ର, ପ୍ରାୟ ମଧ୍ୟରାତ୍ରୀର ପରେ ପରେ ଚାଲିବା ଆରମ୍ଭ କଲେ । ସେତେବେଳେ ପାହାଡ଼ରେ ଚାଲିବା ପାଇଁ ରାସ୍ତା କିମ୍ବା ଆଲୁଅ ନଥିଲା । ସବୁଆଡ଼େ ଖାଲି ଘନଜଙ୍ଗଲ ହିଁ ଥିଲା, ସେ ଚାଲୁଥିଲା ବେଳେ ଗୋଟେ ଛୋଟ ନଈ ପାଖରେ କେତେଗୁଡ଼ିଏ ହେଟାବାଘ ତାଙ୍କ ଆଡ଼କୁ ଆସିଲେ । ସିଏ ତଳକୁ ଚାହିଁ ସ୍ତୁତି ଗାନ କରି ଚାଲୁଥିଲେ । ସେଥିରେ ନିଜକୁ ହଜାଇ ଦେଇଥିବାରୁ ଅତ୍ୟନ୍ତ ପାଖକୁ ନ ଆସିବା ପର୍ଯ୍ୟନ୍ତ ହେଟାବାଘଗୁଡ଼ିକୁ ଦେଖୁ ନଥିଲେ । ଯେତେବେଳେ ମୁଣ୍ଡଟେକି ଦେଖିଲେ ସେମାନେ ଅତି ନିକଟତର ହୋଇ ଯାଇଥିଲେ ।
ଏହି ଚିତ୍କାର ପରେ ନିତ୍ୟାନନ୍ଦ ଅନୁଭବ କଲେ ଯେ ତାଙ୍କ ଶରୀର ହାଲୁକା ହୋଇଯାଇଛି । ଏବଂ ସିଏ ଯେପରି ଭାସି ଭାସି ଅତ୍ୟନ୍ତ ବେଗଶୀଳ ଭାବରେ ଚାଲିବାକୁ ଲାଗିଲେ ।
(ଆଧୁନିକ ମନସ୍ତତ୍ତ୍ୱ ବିଜ୍ଞାନୀମାନଙ୍କ କଥା ଅନୁସାରେ ମଣିଷର ଆଦିମ ଚିତ୍କାର ନିଜର ଭୟ ଏବଂ ନକାରାତ୍ମକ ଭାବନାକୁ ଦୂରେଇ ବାରେ ସାହାଯ୍ୟ କରେ ।)
ଶିକ୍ଷାଲାଭ- ଏକ ସାମାନ୍ୟ ଘଟଣା ମାତ୍ର
“ଧ୍ୟାନ ହେଉଛି ଅତ୍ୟନ୍ତ ନିଷ୍ଠାର ସହ କୌଣସି
କାର୍ଯ୍ୟ କରିବା । ଏପରି କଲେ ଜୀବନ ଧ୍ୟାନରେ
ନିବିଷ୍ଟ ହୋଇଯାଏ ।”
– ପରମହଂସ ନିତ୍ୟାନନ୍ଦ

ବିଦ୍ୟାଳୟରେ ଶିକ୍ଷାଲାଭ ନିତ୍ୟାନନ୍ଦଙ୍କର ଜୀବନରେ ଏକ ସାମାନ୍ୟ ଘଟଣା ମାତ୍ର ସିଏ ପଦାର୍ଥ ଓ ରସାୟନ ବିଜ୍ଞାନର ପରୀକ୍ଷା ବିଷୟରେ ଲେଖୁଥିଲେ, ଏକ ଦୈନନ୍ଦିନ କର୍ତ୍ତବ୍ୟଭାବରେ, କିନ୍ତୁ ମନ୍ତ୍ର ଉଚ୍ଚାରଣ କରିବାରେ ଏବଂ ପୂଜାନୀତି କରିବାରେ ତାଙ୍କର ବିଶେଷ ଆଗ୍ରହ ଥିଲା ।
ଏଠାରେ ଦେଖାଯାଉଥିବା ଫଟୋରେ ତାଙ୍କର ମନ୍ତ୍ର ଡାଏରୀ ଏବଂ ପୂଜା କିପରି କରାଯାଏ ତା’ର ପଦ୍ଧତି ଲେଖାଯାଇଛି । ଆଜି ସୁଦ୍ଧା ସେ ବହି ତାଙ୍କର ଶିଷ୍ୟ ଏବଂ ସର୍ବସାଧାରଣଙ୍କ ପାଇଁ ପୂଜାପଦ୍ଧତିରେ ବିଶେଷ ସାହାଯ୍ୟ କରୁଛି । ପିଲାଦିନୁ ପୂଜାର ରୀତିନୀତି ଏବଂ ତାର ପ୍ରସ୍ତୁତିରେ ତାଙ୍କର ସ୍ଵଭାବ ଗତ ଆଗ୍ରହ ବଡ଼ ଆଶ୍ଚର୍ଯ୍ୟର ବିଷୟ ଥିଲା ।
ନିତ୍ୟାନନ୍ଦଙ୍କର ଖାତା ଏବଂ ମନ୍ତ୍ର ଡାଏରୀ ସବୁ
ଆଜି
ମୁଁ ଯେତେବେଳେ ପିଲାଥିଲି ଆନନ୍ଦରେ ମଜ୍ଜି ରହିବାପାଇଁ ଗୋଟିଏ ନିରୋଳା ସ୍ଥାନ ପାଇବାକୁ ବ୍ୟାକୁଳ ହେଉଥିଲି । କିନ୍ତୁ ନ ବର୍ଷ ଖୋଜିଲା ପରେ ବି ଏଭଳି ସ୍ଥାନ ପାଇଲି ନାହିଁ । ମୁଁ ଏଠି ସେଠି ଖୋଜି ବୁଲୁଥିଲି– ସିଦ୍ଧି ପାଇବା ପରେ ମୁଁ ଯୁବକ ମାନଙ୍କୁ ଏଭଳି ସ୍ଥାନଟିଏ ଦେବାକୁ ଚାହୁଁଥିଲି ।
ଆଜିର ଗୁରୁକୁଳ ଏବଂ ଜୀବନର ଆନନ୍ଦ ପ୍ରକ୍ରିୟାର କାର୍ଯ୍ୟକ୍ରମ ମୋର ସେହି ପ୍ରବଳ ଇଚ୍ଛାର ଫଳମାତ୍ର । ଏଠାରେ ଯୁବକମାନେ ଅନ୍ତର୍ନିହିତ ଅସୀମ ଶକ୍ତିର ଆବିଷ୍କାର କରିପାରିବେ । ସେମାନେ କିଛି ନ କରି ମଧ୍ୟ ଯେପରି କାର୍ଯ୍ୟରତ ରହିବେ ଏବଂ ଗଭୀର ଚୈତନ୍ୟର ଅନୁଭୂତିରୁ ଅତ୍ୟନ୍ତ ଆନନ୍ଦରେ ଜୀବନଯାପନ କରିବେ ।
– ପରମହଂସ ନିତ୍ୟାନନ୍ଦ
ନିତ୍ୟାନନ୍ଦ ତାଙ୍କର ନାମ
ଏହି କିଛି ଦିନ ତଳେ ନିତ୍ୟାନନ୍ଦ ତାଙ୍କର ନିଜର ସହର ତିରୁବାନ୍ନାମାଲାଇରେ ପ୍ରବଚନ ଦେବା ପରେ ଏବଂ ଧ୍ୟାନବିଷୟରେ ବୁଝାଇବା ପରେ ସେ ତାଙ୍କ ଶିଷ୍ୟମାନଙ୍କୁ ମଂଚକୁ ଡାକିଲେ; ସଭାକକ୍ଷରେ ଲୋକ ଭର୍ତ୍ତି ହୋଇଥାନ୍ତି, ସେଠି ଯେଉଁ କେତେଜଣ ପିଲା ତାଙ୍କୁ ପ୍ରଶ୍ନ ପଚାରିଲେ ସେମାନେ ତାଙ୍କ ଆଶୀର୍ବାଦ ପାଇବା ପାଇଁ ଧାଡି କରି ଠିଆ ହୋଇଥିଲେ । ଦେଖାଗଲା ଯେ ସେମାନେ ଅଭିଭୂତ ହୋଇ ବାଳରୁଦ୍ଧ ହୋଇଯାଉଛନ୍ତି ଏବଂ ଗୁରୁଙ୍କ ପାଦସ୍ପର୍ଶ କଲାବେଳେ ଭାବବିହ୍ଵଳ ହୋଇ ଥରୁଥାନ୍ତି । ନିତ୍ୟାନନ୍ଦ ଯେପରିକି ଦୟା ଓ ଦୁଷ୍ଟାମିର ହସ ସହ ତାଙ୍କୁ କୁଣ୍ଢାଇ ପକାଉଥାନ୍ତି ।
ଗୋଟିଏ ଡିଗ୍ରୀ ପ୍ରାପ୍ତି
ତାମିଲନାଡୁ ଗୁଡ଼ିୟାଥମ୍ ବୈଷୟିକ ଶିକ୍ଷା ଅନୁଷ୍ଠାନରୁ ନିତ୍ୟାନନ୍ଦ ଯାନ୍ତ୍ରିକ ଇଂଜିନିୟରରେ ଗୋଟିଏ ଡିପ୍ଲୋମା ପ୍ରାପ୍ତ ହେଲେ । ଧ୍ୟାନ ବେଳ ଶ୍ରେଣୀରେ ଶୋଉଥିବାରୁ ନିତ୍ୟାନନ୍ଦ ସହଜରେ ଭଲଭାବରେ ଡିପ୍ଲୋମା ପାଇଗଲେ । ଯେଉଁ ଶିକ୍ଷକ ତାଙ୍କୁ କଲେଜରେ ଶିକ୍ଷା ଦେଉଥିଲେ ଭବିଷ୍ୟତରେ କିଛି ବର୍ଷ ପରେ ସେ ତାଙ୍କୁ ଚିକିତ୍ସାଦେବାରେ ସାହାଯ୍ୟ କରିଥିଲେ ।


ତିରୁବାନ୍ନାମାଲାଇର ଶ୍ମଶାନ ନିତ୍ୟାନନ୍ଦଙ୍କ ପାଇଁ ଧ୍ୟାନସ୍ଥଳୀ ଥିଲା । ସେ ସାରାରାତି ଧ୍ୟାନ କରି ବଡ଼ି ଭୋରରୁ ଘରକୁ ଫେରୁଥିଲେ । ତାଙ୍କର ଏଭଳି ଅସାଧାରଣ ବ୍ୟବହାରରେ ତାଙ୍କର ପିତାମାତା କେବେହେଲେ କିଛି କହୁନଥିଲେ ।
ଗୁରୁକୁଳ

ଜୀବନରେ ଆନନ୍ଦପ୍ରାପ୍ତିର ପ୍ରକ୍ରିୟା
