KAILASA Library/ନିତ୍ୟାନନ୍ଦ ତାଙ୍କର ନାମ/ମୂର୍ତ୍ତିପୂଜାSign in
ନିତ୍ୟାନନ୍ଦ ତାଙ୍କର ନାମ

ମୂର୍ତ୍ତିପୂଜା

This text was machine-transcribed from the printed book and may contain errors. Select the words and choose “Report a mistake”.

““ବିଗ୍ରହକୁ ପୂଜା କରାଯାଏ ନାହିଁ, ବିଗ୍ରହ ବା ମୂର୍ତ୍ତିମାଧ୍ୟମରେ ହିଁ ପୂଜା କରାଯାଏ”

–ପରମହଂସ ନିତ୍ୟାନନ୍ଦ

ନିତ୍ୟାନନ୍ଦଙ୍କ ପୂଜିତ ମୂର୍ତ୍ତି ସମୂହ

ନିତ୍ୟାନନ୍ଦ ସବୁ ମୂର୍ତ୍ତିଙ୍କୁ
ନିଜ ଛୋଟ ପୂଜା ଘରେ
ଜୀବନ୍ତ ବିଗ୍ରହ ଭାବରେ
ନିଷ୍ଠାର ସହ ପୂଜା କରୁଥିଲେ

ଆଜି

ନିତ୍ୟାନନ୍ଦଙ୍କର ପବିତ୍ର ମୂର୍ତ୍ତି ସଂଗ୍ରହାଳୟ ନିତ୍ୟାନନ୍ଦଙ୍କର କାର୍ଯ୍ୟକ୍ରମର ଏକ ବିଶିଷ୍ଟ ଅଙ୍ଗ । ଏହା ମାନବ ଜାତି ପାଇଁ ଭାରତୀୟ ମନ୍ଦିର ପରମ୍ପରାର ଦାନ । ପଥର, ଧାତୁ, କାଠ ଶଙ୍ଖମଲ୍ଲ ପଥରରେ ତିଆରି ମୂର୍ତ୍ତି ଏବଂ ମନ୍ଦିର ସବୁ ଦକ୍ଷିଣ ଭାରତ ଶୈଳୀରେ ତିଆରି ହୋଇ ଦେବତାମାନଙ୍କର ବାହନ, ମନ୍ଦିରରେ ବ୍ୟବହାର ହେଉଥିବା ଅଳଂକାର, ଠାକୁରଙ୍କର ବେଶପୋଷାକ , ପୂଜାର ନୈବେଦ୍ୟ ଛତ୍ରାଦି ନିତ୍ୟାନନ୍ଦଙ୍କର ତତ୍ତ୍ବାବଧାନରେ ତିଆରି ହୋଇ ଭଗବାନଙ୍କୁ ଅର୍ପଣ କରାଯାଏ ।

ପୂଜା ସାମଗ୍ରୀ

ପୂଜାରେ ବ୍ୟବହୃତ ଜିନିଷ ସବୁ
ନିତ୍ୟାନନ୍ଦ ତିଆରି କରିଥିବା
ମାଟିମୂର୍ତ୍ତି ମାନଙ୍କ ପୂଜାରେ ଅତ୍ୟନ୍ତ
ଶ୍ରଦ୍ଧା ଓ ସମ୍ମାନ ସହ ବ୍ୟବହାର
କରୁଥିଲେ । ତିରୁବାନ୍ନାମଲ୍ଲାଇରେ
ମନ୍ଦିର ସହର ଏବଂ ଆଖପାଖର ଗାଁ
ଲୋକମାନେ ନିତ୍ୟାନନ୍ଦ ଏବଂ
ତାଙ୍କର ବନ୍ଧୁମାନଙ୍କ ଦ୍ବାରା ତିଆରି
ପୂଜା ସାମଗ୍ରୀ ଦେଖିବାକୁ
ପାଉଥିଲେ ।

ଶିଳ୍ପୀଙ୍କ କାର୍ଯ୍ୟ

ଭାରତର ଅତି
କୁଶଳୀ ଶିଳ୍ପୀମାନେ
କୃତଜ୍ଞତାରେ
ଏହି ସ୍ବର୍ଗୀୟ
କର୍ମରେ
ଲାଗିଥାନ୍ତି ।

ପୂଜା ଉପକରଣ ଆଭୂଷଣ

ଗଣେଶଙ୍କର ଭୋଜନ...

ଏହି ଗଣେଶଙ୍କୁ ନିତ୍ୟାନନ୍ଦ ପ୍ରତିଦିନ ଖାଇବାକୁ ଦିଅନ୍ତି । ସେ ଗଣେଶଙ୍କୁ ଖାଇବାକୁ ଦେଲାବେଳେ ଖାଇବାପାଇଁ ଅନୁରୋଧ କରନ୍ତି । ଏବଂ ବେଳେ ବେଳେ ଡରାନ୍ତି ମଧ୍ଯ । ଦିନେ ସେ ପୁରାଣର ଗୋଟିଏ କାହାଣୀ ଶୁଣିଲେ ଯେ ଜଣେ ପିଲା ଦେବତାଙ୍କୁ ଖାଇବାକୁ ଦେଲାବେଳେ ସେ ପ୍ରକୃତରେ ଖାଇଥିଲେ । ନିତ୍ୟାନନ୍ଦ ଆଉ କିଛି ନ କହି ସେ ନିଜେ ଖାଇବା ବନ୍ଦ କରିଦେଲେ ଯେ ପର୍ଯ୍ୟନ୍ତ ସେ ଦେଇଥିବା ଭୋଜନ ଗଣେଶ ଖାଇନଥିଲେ ।

ଗଣେଶ

ଗଣେଶ

ପ୍ରାୟ ତିନିଦିନ ପରେ ନିତ୍ୟାନନ୍ଦ ଦେଇଥିବା ଭୋଜନ କୁଆଡ଼େ ଉଭେଇ ଗଲା । ଏହା ଦେଖୁ ନିତ୍ୟାନନ୍ଦ ଆନନ୍ଦରେ ଏବଂ କୃତଜ୍ଞତାରେ କାନ୍ଦି ପକାଇଲେ । ତାଙ୍କର ଭକ୍ତି ଓ ବିଶ୍ବାସ ଅତି ଦୃଢ଼ ହୋଇଗଲା ।

୧୨ ବର୍ଷ ବୟସରେ ଅରୁଣାଚଳେଶ୍ବର ମନ୍ଦିରରେ ମା ପାର୍ବତୀଙ୍କୁ ପୂଜାକଲାବେଳେ ନିତ୍ୟାନନ୍ଦଙ୍କୁ ଗୋଟିଏ ସୁବର୍ଣ୍ଣମୟୀ ଚିତ୍ର ଦେଖାଗଲା । ସେ ଏହାଦ୍ବାରା ପ୍ରଭାବିତ ହେଲେ । ଗୋଟିଏ ତମ୍ବା ପତ୍ରରେ କଣ୍ଟା ବ୍ୟବହାର କରି ସେ ଦେଖୁଥିବା ଚିତ୍ରଟିକୁ ଆଙ୍କି ଦେଲେ । ପ୍ରକୃତରେ ଏହି ଚିତ୍ରଟି ଶ୍ରୀଚକ୍ର ଥିଲା । ଯାହାକି ବିଶ୍ବର ରହସ୍ୟମୟ ପ୍ରତୀକ । ତାଙ୍କୁ ଯେତେବେଳେ ପଚରା ଗଲା ଯେ କଠିନ ଚିତ୍ରଟି ସେ କିପରି ଆଙ୍କିଲେ ଯାହାକୁ ଦକ୍ଷ କଳାକାର ମଧ୍ଯ କରିବା କଷ୍ଟ, ସେ କହିଲେ, 'ଏହି ଚିତ୍ରଟି ନଅଟି ତ୍ରିଭୁଜର ସମନ୍ବୟ । ଏହି ଭାବନା ବୁଝିଗଲେ ଚିତ୍ରଟି କରିବା ସହଜ ।'

ଶ୍ରୀ ଚକ୍ର

ଶ୍ରୀ ଚକ୍ର