KAILASA Library/ନିତ୍ୟାନନ୍ଦ ତାଙ୍କର ନାମ/ଜନ୍ମ ବୃତ୍ତାନ୍ତSign in
ନିତ୍ୟାନନ୍ଦ ତାଙ୍କର ନାମ

ଜନ୍ମ ବୃତ୍ତାନ୍ତ

This text was machine-transcribed from the printed book and may contain errors. Select the words and choose “Report a mistake”.

“ ପ୍ରତ୍ୟେକ ଆତ୍ମା କେଉଁଠି,
କେତେବେଳେ, କଣ ପାଇଁ ଏବଂ ତାଙ୍କର
ପିତାମାତା କିଏ ହେବେ ଏହା ସ୍ଥିର କରି
ଏ ପୃଥିବୀରେ ଜନ୍ମଲାଭ କରନ୍ତି ।”
-ପରମହଂସ ନିତ୍ୟାନନ୍ଦ

ଶିଶୁ ବୟସରେ ନିତ୍ୟାନନ୍ଦ

ଅରୁଣାଚଳର ଆରାଧ୍ୟ ଦେବତା ଅରୁଣାଚଳେଶ୍ଵରଙ୍କ ଶକ୍ତି ପୀଠ ଏବଂ ଆଧ୍ୟାତ୍ମିକ ଦୀପ୍ତିରେ ଅରୁଣାଚଳ ଏବଂ ଲୋକ ନାୟକାଙ୍କର ଦ୍ଵିତୀୟ ସନ୍ତାନ ଭାବେ ନିତ୍ୟାନନ୍ଦ ଜନ୍ମଲାଭ କରିଥିଲେ । ଅରୁଣାଚଳ ପାହାଡ଼ ଅସଂଖ୍ୟ ଦିବ୍ୟଜ୍ଞାନ ପ୍ରାପ୍ତ ଗୁରୁଙ୍କର ଜନ୍ମସ୍ଥାନ । ଯେଉଁମାନେ ପୃଥିବୀର ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ରୂପାନ୍ତର ଘଟାଇଛନ୍ତି । ଯେପରି ଛୁଆମାନଙ୍କୁ ଗୋଟିଏ ବିଶିଷ୍ଟ ଶଯ୍ୟାରେ ବଢ଼ାଯାଇଥାଏ ସେହିପରି ଆଧ୍ୟାତ୍ମିକ ଜଗତରେ ଦିବ୍ୟଜ୍ଞାନ ପ୍ରାପ୍ତି ପାଇଁ ଏକ ପରିବେଶ ଦରକାର । ଶେଷାଦ୍ରି ସ୍ଵାମୀ, ଭଗବାନ ରମଣ ମହର୍ଷି; ଯୋଗୀ ରାମସୁରତ କୁମାରଙ୍କ ଭଳି ମହାନ ଗୁରୁ ଅରୁଣାଚଳରେ ଜ୍ଞାନ ପ୍ରାପ୍ତ ହୋଇଥିଲେ ।

ଶିଶୁ ବୟସରେ ନିତ୍ୟାନନ୍ଦ

ନିତ୍ୟାନନ୍ଦଙ୍କର ମା’ ଦକ୍ଷିଣ ଭାରତର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ତିରୁପତି ସହରକୁ ଯିବାବେଳେ ଜାଣିପାରିଲେ ଯେ ସେ ତାଙ୍କର ଦ୍ଵିତୀୟ ସନ୍ତାନ ପାଇଁ ଗର୍ଭ ଧାରଣ କରିଛନ୍ତି । ୧୯୭୮ ମସିହା ଜାନୁୟାରୀ ପହିଲା ଦିନ ମଧ୍ୟରାତ୍ରିର ପରେ ପରେ ଦକ୍ଷିଣ ଭାରତର ଆଧ୍ୟାତ୍ମିକ କେନ୍ଦ୍ର ତିରୁବନ୍ନା ମାଲାଇରେ ନିତ୍ୟାନନ୍ଦ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ରାଜଶେଖର ନାମ ଦିଆଯାଇଥିଲା ।

ଅରୁଣାଚଳର ପବିତ୍ର ପାହାଡ଼

ଆଜି

ଅରୁଣାଚଳର
ପବିତ୍ର ପାହାଡ଼ ପ୍ରଭୁ
ଶିବଙ୍କର ପ୍ରକାଶ୍ୟ ରୂପ ଯେଉଁଠାକୁ
ପୃଥିବୀର ପ୍ରତିକୋଣରୁ ଅସଂଖ୍ୟ
ସାଧକ ଆକୃଷ୍ଟ ହୋଇ ଆସୁଛନ୍ତି ।

ପରିବାରର ପୂଜାରୀ

ମୋର ଲକ୍ଷ୍ୟ ମୋର ଦୈବତ୍ବ ପ୍ରତିଷ୍ଠା କରିବା ନୁହେଁ । ମୁଁ ତୁମର ଦିବ୍ୟ ଶକ୍ତିକୁ ପ୍ରମାଣ କରିବି – ପରମହଂସ ନିତ୍ୟାନନ୍ଦ

| ଆଜ୍ଞା
ମୋ ପାଖକୁ ଭବିଷ୍ୟତ ବାଣୀ ପାଇଁ
ଆସନାହିଁ । ଭବିଷ୍ୟତକୁ ଗଢ଼ିବା
ପାଇଁ ଆସ । ମୁଁ ଶିଖାଇବାକୁ ଚାହେଁ
ଯେ ଗ୍ରହ ନକ୍ଷତ୍ର ଆଦିଙ୍କ ପ୍ରଭାବକୁ
ପରାଜୟ କରି କିପରି ଭବିଷ୍ୟତ
ଗଢ଼ିବ ।
– ନିତ୍ୟାନନ୍ଦ |

ଯେତେବେଳେ ପରିବାରର ଜ୍ୟୋତିଷ ନିତ୍ୟାନନ୍ଦଙ୍କର ଜାତକକୁ ତିଆରି କଲେ ସେ ଦେଖିଲେ ଯେ ଗ୍ରହ ନକ୍ଷତ୍ର ଆଦିଙ୍କ ସ୍ଥିତି ଏକ ଅଦ୍ଭୁତ ଏବଂ ଅସାଧାରଣ ଭାବରେ ଘଟିଛି । ଯାହା ସେ ତାଙ୍କ ଜୀବନରେ ପ୍ରଥମ ଥର ପାଇଁ ଦେଖିଲେ । ସେ ତାଙ୍କର ଚମତ୍କୃତ ପିତାମାତାଙ୍କୁ କହିଲେ ଯେ, ପିଲାଟି ବଡ଼ହୋଇ ଜଣେ ରାଜସନ୍ନ୍ୟାସୀ ହୋଇଯିବ । ପରିବାରର ଏହି ଜ୍ୟୋତିଷ ଏବଂ ପୂଜାରୀ ଏଭଳି ଜାତକ ଦେଖି ଭଗବତ୍ ଆଶୀର୍ବାଦ ପ୍ରାପ୍ତି ବୋଲି ଭାବିଲେ ଏବଂ ଆଉ ଜ୍ୟୋତିଷ ଗଣନା କରିବା ବନ୍ଦ କରିଦେଲେ ।

ଯୋଗ ଏବଂ ପୂଜା

ରଘୁପତି ଯୋଗୀ ଜଣେ ବନ୍ଧୁ ଓ ଶିକ୍ଷକ ଥିଲେ

ଯୋଗୀ ରଘୁପତି

ଯୋଗୀ ରଘୁପତି

ନିତ୍ୟାନନ୍ଦଙ୍କ ବାପା ମା' ତାଙ୍କ ପିଲାର ଆଧ୍ୟାତ୍ମିକ ଉନ୍ନତିରେ ବାଧା ନଦେଇ କେବଳ ଅଭିଭାବକ ଭାବରେ ହିଁ ତାଙ୍କୁ ଗଢ଼ାଇଲେ । ଯେତେବେଳେ ନିତ୍ୟାନନ୍ଦଙ୍କୁ ମାତ୍ର ତିନିବର୍ଷ ସେତେବେଳେ ସେ ଯୋଗୀରାଜ ରଘୁପତି ମହାରାଜାଙ୍କୁ ଭେଟିଲେ । ରଘୁପତି ଯୋଗଶିକ୍ଷା ଦାନରେ ଦକ୍ଷ ଏବଂ ଶକ୍ତିଶାଳୀ ଥିଲେ । ରଘୁପତି ଭାରତ, ତିବ୍ଦତ୍ ଏବଂ ବର୍ମାରେ ବହୁବର୍ଷ ସାଧନା କରି ଏକ ସିଦ୍ଧ ଗୁରୁ ଭାବରେ ନିତ୍ୟାନନ୍ଦଙ୍କୁ ଶିକ୍ଷାଦେବା ଆରମ୍ଭ କଲେ ଏବଂ ଭବିଷ୍ୟତରେ ଦିବ୍ୟସତ୍ୟକୁ ଧରି ରଖିବା ପାଇଁ ନିତ୍ୟାନନ୍ଦଙ୍କ ଶରୀରକୁ ପ୍ରସ୍ତୁତ କଲେ ।

ନିତ୍ୟାନନ୍ଦ ତାଙ୍କର ନାମ

ପରାଶକ୍ତି

(ବିଶ୍ୱଶକ୍ତିର ମାତୃସ୍ୱରୂପ) ଏହି ରୂପ ନିତ୍ୟାନନ୍ଦଙ୍କ ଦୃଷ୍ଟିରେ ଆବିର୍ଭୂତା ହେଲେ ଏବଂ ନିତ୍ୟାନନ୍ଦ ଗୋଟିଏ ପଥରରେ ସେ ରୂପକୁ ଗଢିଦେଲେ ।

ପରାଶକ୍ତି ମୂର୍ତ୍ତି

“ଯୋଗ ହେଉଛି ମଣିଷ ଏବଂ ଭଗବାନଙ୍କର ସଂଯୋଗ । ପୂଜା ଅର୍ଚ୍ଚନା ହେଉଛି ସୃଷ୍ଟି ପାଇଁ ମଣିଷର କୃତଜ୍ଞତା ।”

  • ପରମହଂସ ନିତ୍ୟାନନ୍ଦ
ଦଶବର୍ଷ ବୟସରେ ଧ୍ୟାନଗ୍ରସ୍ତ ନିତ୍ୟାନନ୍ଦଙ୍କ ଛବି

ଦଶବର୍ଷ ବୟସରେ ଧ୍ୟାନଗ୍ରସ୍ତ ନିତ୍ୟାନନ୍ଦଙ୍କ ଛବି

ଯୋଗୀ ରଘୁପତି
ନିତ୍ୟାନନ୍ଦଙ୍କୁ ଯୋଗର
ଅସାଧ୍ୟ ସାଧନ ଶିଖାଉଥିଲେ
ଏବଂ ଅନେକ ଅସାଧାରଣ
ବିଦ୍ୟା ପ୍ରଦାନ କରିଥିଲେ
କିନ୍ତୁ ତାଙ୍କୁ ବୁଝାଇ
ଦେଇଥିଲେ ଯେ ଏହିସବୁ
ଆଧ୍ୟାତ୍ମିକ କ୍ଷେତ୍ରରେ
ଉନ୍ନତିର ଲକ୍ଷଣ ନୁହେଁ ।
ସତ୍ୟ ଜ୍ଞାନ ପ୍ରାପ୍ତି ଏସବୁର
ବହୁ ଊର୍ଦ୍ଧ୍ୱରେ ।

ଆଜି

ନିଜର ଗୁରୁ ରଘୁପତି
ଯୋଗୀଙ୍କୁ କୃତଜ୍ଞତା
ଜଣାଇ ଆଜି ନିତ୍ୟାନନ୍ଦ
ଦିବ୍ୟଜ୍ଞାନ ପ୍ରାପ୍ତି ପାଇଁ
ପୃଥିବୀକୁ ନିତ୍ୟ ଯୋଗର
ବିଜ୍ଞାନ ଶିଖାଉଛନ୍ତି ।
ପୃଥିବୀର ଲକ୍ଷ ଲକ୍ଷ ଲୋକ
ନିତ୍ୟ ଯୋଗାଚାର୍ଯ୍ୟମାନଙ୍କ
ଦ୍ୱାରା ଶିକ୍ଷା ପ୍ରାପ୍ତ ହେଉଛନ୍ତି ।

ଯୋଗାସନ କରୁଥିବା ମହିଳା

ରଘୁପତି ଯୋଗୀ ତାଙ୍କର ଶିଷ୍ୟ ନିତ୍ୟାନନ୍ଦଙ୍କୁ କୋମଳ ଦଶବର୍ଷ ବୟସରେ ତିରୁଭାନ୍ନା ମଲାଇର ସର୍ବସାଧାରଣଙ୍କୁ ପତଞ୍ଜଳି ଯୋଗସୂତ୍ର ବିଷୟରେ ଭାଷଣ ଦେବାକୁ କହିଥିଲେ । ଏହି ଅସାଧାରଣ ସଭାରେ ପ୍ରାୟ ଏକ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ ।