ମୁଖବନ୍ଧ
This text was machine-transcribed from the printed book and may contain errors. Select the words and choose “Report a mistake”.
ମଣିଷ ଜୀବନର ଲକ୍ଷ୍ୟ ହେଉଛି ଅନ୍ତରର ଶାନ୍ତି ଏବଂ ଆନନ୍ଦ ପ୍ରାପ୍ତି । ସେ ନିଜ ଆତ୍ମାରେ ପୂର୍ଣ୍ଣତା ଲାଭ କରିବାକୁ ଚାହେଁ । ସେ ଯେତେବେଳେ ଏହା ବୁଝିପାରେ ନିଜର ଜ୍ଞାନପ୍ରାପ୍ତି ସକାଶେ ସେ ଦୃଢ଼ ପଦକ୍ଷେପ ନିଏ । ପ୍ରାଚ୍ୟ ଜଗତରେ ହଜାର ହଜାର ସିଦ୍ଧ ଜନ୍ମ ହୋଇ ମୁକ୍ତି ପଥରେ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏ ଯୁଗରେ ନିତ୍ୟାନନ୍ଦ ଏକ ଜ୍ଞାନସିଦ୍ଧ ଗୁରୁ । ଗୋଟିଏ ଆଧ୍ୟାତ୍ମିକ ପରିବାରରେ ଜନ୍ମ ହୋଇ ସେ ତିନି ବର୍ଷ ସମୟରୁ ସତ୍ୟାନୁସନ୍ଧାନରେ ସ୍ଵଭାବତଃ ଆଗେଇଲେ ଏବଂ ଯୋଗ, ଦେହ-ମନଆତ୍ମାର ସଂଯୋଗ, ଧ୍ୟାନ, ତନ୍ତ୍ର, ବେଦାନ୍ତ ଏବଂ “ପ୍ରାଚ୍ୟ ଜଗତର ଅନ୍ୟାନ୍ୟ ଗୂଢ଼ ବିଜ୍ଞାନ ଓ ଦର୍ଶନ ବିଷୟରେ ଅନୁସନ୍ଧାନ କଲେ । ସିଦ୍ଧିପ୍ରାପ୍ତ ହେବା ପୂର୍ବରୁ ସେ ଅନ୍ତର୍ଜଗତର ସନ୍ଧାନରେ ବହୁ ପ୍ରକାର ପ୍ରକ୍ରିୟା ବିଷୟରେ ଗବେଷଣା କରିଥିଲେ ।
ଏକ ନିଷ୍ଠ ଭାବରେ ଜ୍ଞାନ ପ୍ରାପ୍ତି ପାଇଁ ସାଧନା କରି ଓ ସିଦ୍ଧ ହୋଇ ସେ ଆଜି ପୃଥିବୀର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଆକର୍ଷଣୀୟ ବ୍ୟକ୍ତିତ୍ଵ ହୋଇଯାଇଛନ୍ତି । ସେ ଧ୍ୟାନଦ୍ଵାରା ଏବଂ ଅଖଣ୍ଡ ବିଶ୍ଵାସ ଦେଇ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଆଧ୍ୟାତ୍ମିକ ଜ୍ଞାନ ଏବଂ ଜୀବନ ସମସ୍ୟାର ସମାଧାନ ବିଷୟରେ ଶିକ୍ଷା ପ୍ରଦାନ କରୁଛନ୍ତି । ଆଜିକାର ଯୁବ ପିଢ଼ିଙ୍କୁ ନିଜ ଉପରେ ପରୀକ୍ଷା କରି ଫଳ ପାଇବାର ବିରାଟ ସମ୍ଭାବନା ସେ ଦେଖାଇ ଦେଇଛନ୍ତି ।
ନିତ୍ୟାନନ୍ଦ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉଚ୍ଚସ୍ତରକୁ ନେଇଯାଇ ଆତ୍ମଜ୍ଞାନ ଲାଭ କରିବାର ଲକ୍ଷ୍ୟ ପ୍ରାପ୍ତିରେ ଲାଗିପଡ଼ିଛନ୍ତି । ଏ ପୃଥିବୀରେ ଅନ୍ତର୍ଜଗତରେ ବିଜ୍ଞାନ ଏବଂ ଆନନ୍ଦ ବିଷୟରେ ଶିକ୍ଷା ଦେବା ହିଁ ତାଙ୍କ ଅନୁଷ୍ଠାନର ଲକ୍ଷ୍ୟ । ସମସ୍ତଙ୍କୁ ସେ ତାଙ୍କ ଭିତରେ ଲୁଚିଥିବା ସମ୍ଭାବନାକୁ ଜାଗ୍ରତ କରି ସିଦ୍ଧିପ୍ରାପ୍ତ ହେବାରେ ସାହାଯ୍ୟ କରୁଛନ୍ତି । ସେ କହନ୍ତି ଆମେ ଏକ ଦିବ୍ୟଜ୍ଞାନ ପ୍ରାପ୍ତ ସମାଜ ସୃଷ୍ଟି କରିବା ଯାହାକି ସତ୍ୟର ଦୃଢ଼ ମୂଳଦୁଆ ଉପରେ ପ୍ରତିଷ୍ଠିତ ହେବ । ସେ ପୃଥିବୀର ବିଶିଷ୍ଟ ବୈଜ୍ଞାନିକମାନଙ୍କ ସଙ୍ଗେ କାମ କରି ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ଵୟ ଆଣିବାକୁ କାର୍ଯ୍ୟ କରୁଛନ୍ତି ।
ଏହି ପୁସ୍ତକଟି ନିତ୍ୟାନନ୍ଦଙ୍କର ଦିବ୍ୟାଲୋକ ପ୍ରାପ୍ତି ପାଇଁ ଯାତ୍ରାର କିଛି ଆଭାସ ଦେବ । ସତ୍ୟଅନ୍ଵେଷଣରେ ବିଚିତ୍ର ଘଟଣା ସବୁ ବର୍ଣ୍ଣନା କରି ତାଙ୍କ ପଛରେ ଥିବା ଗଭୀର ଅନୁଭୂତିକୁ ଏଥିରେ ଦର୍ଶାଇବାର ପ୍ରଚେଷ୍ଟା କରାଯାଇଛି । କୁହାଯାଇଛି ଯେ, ଗୋଟିଏ ସିଦ୍ଧିପ୍ରାପ୍ତ ଗୁରୁଙ୍କର ଜୀବନରୁ ଜଣେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଆସେ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଦିବ୍ୟାଲୋକ ପାଇବା ପାଇଁ ସେ ପ୍ରଚେଷ୍ଟିତ ହୁଏ । ଏବେ ପଢନ୍ତୁ ଏହିପରି ଜଣେ ମହାନ ଗୁରୁଙ୍କର ଏ ପୃଥିବୀରେ ଆବିର୍ଭାବ ଓ ତାଙ୍କର ଜୀବନକାହାଣୀ ।
(ନିତ୍ୟାନନ୍ଦଙ୍କର ଜୀବନୀ ପଢ଼ିବା ପାଇଁ ତାଙ୍କ ଜୀବନୀର ପ୍ରଥମ ଖଣ୍ଡ ପଢନ୍ତୁ ଯେଉଁଥିରେ ତାଙ୍କର ପ୍ରଥମ ୧୭ବର୍ଷର କାହାଣୀ ଲେଖାଯାଇଛି ।)