KAILASA Library/ନିତ୍ୟାନନ୍ଦ ତାଙ୍କର ନାମ/ଆଲୋକର ଅନ୍ଵେଷଣରେSign in
ନିତ୍ୟାନନ୍ଦ ତାଙ୍କର ନାମ

ଆଲୋକର ଅନ୍ଵେଷଣରେ

This text was machine-transcribed from the printed book and may contain errors. Select the words and choose “Report a mistake”.

“ଆଶ୍ରମ ହେଉଛି ଏଭଳି ଏକ ଶକ୍ତିସ୍ଥଳ
ଯେଉଁଠାରେ ସବୁ ମାର୍ଗ ଅନ୍ତର୍ଗତକୁ ନେଇଯାଏ”
-ପରମହଂସ ନିତ୍ୟାନନ୍ଦ

ଗୃହତ୍ୟାଗ

ଘର ଛାଡ଼ିବାକୁ ତାଙ୍କର ପ୍ରବଳ ଇଚ୍ଛା ହେଲା । ଦିନେ ସନ୍ଧ୍ୟାବେଳେ ସେ ଇଚ୍ଛା ଏତେ ପ୍ରବଳ ହେଲା ଯେ ସେ ସେହି ମୁହୂର୍ତ୍ତରେ ଛାଡ଼ି ଚାଲିଯିବାକୁ ଚାହିଁଲେ । ସେ ଅନୁଭବ କଲେ ଯେ ଆଉ ବିଳମ୍ବ ନ କରି ସିଏ ଯାହା ଅନ୍ୱେଷଣ କରୁଛନ୍ତି ତା’ପାଇଁ ଘର ଛାଡ଼ି ଯିବାକୁ ହେବ । ସେ ଆଉ ମୁହୂର୍ତ୍ତେ ମାତ୍ର ରହିବାକୁ ଚାହିଁଲେ ନାହିଁ ।

ନିତ୍ୟାନନ୍ଦଙ୍କ ଭାରତ ମାନଚିତ୍ର ଉପରେ ଚିତ୍ରଣ

ନିତ୍ୟାନନ୍ଦ ତାଙ୍କର ଏହି ସିଦ୍ଧାନ୍ତ ତାଙ୍କର ମା’ଙ୍କୁ କହିବାକୁ ଚାହିଁଲେ । ସିଏ ମା’ଙ୍କୁ ବହୁତ ଭଲ ପାଉଥିଲେ ଏବଂ ଚାହିଁଥିଲେ ତାଙ୍କୁ ଯେପରି କଷ୍ଟ ନ ହେଉ । ସେହି ରାତ୍ରୀରେ ସେ ମା’ଙ୍କ ପାଖକୁ ରାତି ୧୦ଟା ବେଳେ ଗଲେ ଏବଂ କହିଲେ, “ମୁଁ ଯଦି ମରିଯାଏ ତୁମେ କ’ଣ କରିବ ?” ମା’ ଉତ୍ତର ଦେଲେ, “ଏଭଳି ଅଶୁଭ କଥା ମୋତେ କାହିଁକି ପଚାରୁଛୁ” କହିଲେ “ସେମିତି କିଛି ନିର୍ଦ୍ଦିଷ୍ଟ କାରଣ ନାହିଁ । ମୁଁ ଖାଲି ଜାଣିବାକୁ ଚାହୁଁଥିଲି”, ତାଙ୍କ ମା’ ଅସହାୟ ହୋଇ କହିଲେ, “ମୁଁ କ’ଣ କରିପାରିବି ? ଯଦି ତାହା ଘଟେ, ମୁଁ ତାହା ସହିବାକୁ ବାଧ୍ୟ ହେବି ।” ତା’ପରେ ନିତ୍ୟାନନ୍ଦ ମା’ଙ୍କୁ ଜଣାଇଲେ ଯେ ସେ ଘର ଛାଡ଼ିବାକୁ ଚାହୁଁଛନ୍ତି ।

ତାଙ୍କ ମା’ କାନ୍ଦିବାକୁ ଆରମ୍ଭ କଲେ । ତାଙ୍କ ଶରୀର ଦୁଃଖରେ ଥରିବାକୁ ଲାଗିଲା । ସେ କହିଲେ, “ମୁଁ ଜାଣିଥିଲି ତୁ ଦିନେ ଘର ଛାଡ଼ିଚାଲି ଯିବୁ ।” ନିତ୍ୟାନନ୍ଦ ତାଙ୍କ ମା’ଙ୍କୁ ପଚାରିଲେ ସେ କ’ଣ ତାଙ୍କୁ ଛାଡ଼ିବାକୁ ଚାହୁଁନାହାନ୍ତି । “ତାଙ୍କ ମା’ କହିଲେ, “ନାଁ, ମୁଁ ଜାଣିଛି ତୁ ଯିବାକୁ ଚାହୁଁଛୁ, ଏବଂ ତୁ ଜୀବନରେ ଯାହା କରିବାକୁ ଚାହୁଁଛୁ କର । ମୁଁ ସେଥିରୁ ତୋତେ ବଞ୍ଚିତ କରିପାରିବି ନାହିଁ । କିନ୍ତୁ ତୁ ଚାଲିଯିବା କଥା ଭାବି ମୁଁ ସହି ନ ପାରି କାନ୍ଦୁଛି ।”

ନିତ୍ୟାନନ୍ଦ ତାଙ୍କର ମା’ଙ୍କର କରୁଣା ଏବଂ ସ୍ନେହରେ ଅଭିଭୂତ ହୋଇଗଲେ । ଯଦିଓ ସେ ନିଜେ ଦୁଃଖରେ ବୁଡ଼ି ଯାଇଥିଲେ । ନିତ୍ୟାନନ୍ଦ ଯାହା କରିବାକୁ ଚାହୁଁଥିଲେ ତାହାହିଁ କରିବାକୁ ରାଜି ହେଲେ । ଏ ବାଟରେ ବାଧା ସୃଷ୍ଟି କରିବା ତାଙ୍କର ଇଚ୍ଛା ନଥିଲା । ମା’ଙ୍କର ପବିତ୍ର ସ୍ୱାର୍ଥହୀନ ସ୍ନେହ ନିତ୍ୟାନନ୍ଦଙ୍କୁ ଗଭୀରଭାବରେ ଅଭିଭୂତ କରିଦେଲା, ତାଙ୍କ ମା’ ନିଜ ସରଳତା ବିଷୟରେ ନିଜେ ଜାଣି ନଥିଲେ ।

ଭାରତ ଓ ନେପାଳରେ ଭ୍ରମଣ

"ସବୁ ତୀର୍ଥକ୍ଷେତ୍ର ଚୈତନ୍ୟର ଶକ୍ତିରେ
ଉଦ୍‌ଜୀବିତ । ସେଠାରେ ପହଞ୍ଚିବା
ଏବଂ ରହିବା ହିଁ ଗଭୀର ଧ୍ୟାନ ।"

– ପରମହଂସ ନିତ୍ୟାନନ୍ଦ

ନିତ୍ୟାନନ୍ଦଙ୍କର ଆଧ୍ୟାତ୍ମିକ ଅନ୍ୱେଷଣ ତାଙ୍କୁ ସାରା ଭାରତ ବର୍ଷ ଏବଂ ନେପାଳ ଭ୍ରମଣରେ ନେଇଯାଇଥିଲା ସେ ହିମାଳୟର ତପୋବନ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏବଂ ଦ୍ଵାରକାରୁ କଲିକତା ପର୍ଯ୍ୟନ୍ତ ତୀର୍ଥଯାତ୍ରା କରିଥିଲେ । ତାଙ୍କର ଏହି ପରିବ୍ରାଜକ ଜୀବନ ପ୍ରାୟ ୯ବର୍ଷ ଲାଗିଥିଲା । ଯେଉଁଥିରେ ତାଙ୍କର ଦିବ୍ୟଜ୍ଞାନ ଏବଂ ସିଦ୍ଧି ପାଇଁ ପ୍ରସ୍ତୁତି ଚାଲିଥିଲା । ସେ ହଜାର ହଜାର ମାଇଲ୍ ପାଦରେ ଚାଲି ଚାଲି ସମୁଦାୟ ପ୍ରାୟ ୭୦ ହଜାର ମାଇଲ ଭ୍ରମଣ କରିଥିଲେ ।

ମହାବତାର ବାବାଜୀ

ମହାବତାର ବାବାଜୀ

ମହାବତାର ବାବାଜୀ

ମହାବତାର ବାବାଜୀ ହିମାଳୟର ଏକ ସଂଜୀବୀତ ମହାନ୍ ଗୁରୁ । ସେ ପରିବ୍ରାଜକ ନିତ୍ୟାନନ୍ଦଙ୍କୁ ହିମାଳୟରେ ଦର୍ଶନ ଦେଇଥିଲେ । ବାବାଜୀ ତାଙ୍କୁ ‘ପରମ ହଂସ ନିତ୍ୟାନନ୍ଦ’ ବୋଲି କହିବା ପରେ ସମସ୍ତେ ଏହି ନାମରେ ତାଙ୍କୁ ଡାକିଥିଲେ ।

ହିମାଳୟ ଯାତ୍ରା ୨୦୦୭

ଆଜି

ନିତ୍ୟାନନ୍ଦ ବାରମ୍ବାର ତାଙ୍କ ଶିଷ୍ୟ ମାନଙ୍କୁ ହିମାଳୟର ଶକ୍ତିଶାଳୀ ପର୍ବତଶ୍ରେଣୀକୁ ଶିକ୍ଷା ଦାନ ପାଇଁ ନେଇଥାଆନ୍ତି । ଆଧ୍ୟାତ୍ମିକ ଶିକ୍ଷାଦେଲାବେଳେ ସେ ସମସ୍ତଙ୍କୁ ଜୀବନକୁ ପରିପୂର୍ଣ୍ଣ କରିବାକୁ ଶିକ୍ଷା ଦେଇଥାନ୍ତି ।

ହିମାଳୟ ଯାତ୍ରା ୨୦୦୭

pendulum rudraksha

ତାଙ୍କର ପରିବ୍ରାଜକ ଜୀବନରେ ସେ ଗୋଟିଏ ପାତ୍ରରେ ପାଣି ରଖି ତାଙ୍କର ରୁଦ୍ରାକ୍ଷ ମାଳାକୁ ପେଣ୍ଡୁଲମ୍ ଭାବରେ ବ୍ୟବହାର କରି ପାଣିରେ ଥିବା ଶକ୍ତିପରୀକ୍ଷା କରନ୍ତି । ତାପରେ ସେହି ପାଣି ପାନ କରନ୍ତି ।

cloth pouch

ଗେରୁଆ ବସ୍ତ୍ର ଥଳୀ । ଯେଉଁଥିରେ ପବିତ୍ର ଭସ୍ମ ରଖି ସବୁବେଳେ ସେ । ତୀର୍ଥଯାତ୍ରା କରୁଥିଲେ ।

ତାଙ୍କର ପରିବ୍ରାଜକ ଜୀବନ ଯାତ୍ରାରେ ସିଏ ପିନ୍ଧିଥିବା ରୁଦ୍ରାକ୍ଷ ମାଳା ।

rudraksha mala

ସୁସ୍ଥ କରିବାର ପ୍ରଥମ ଅନୁଭୂତି

ହିମାଳୟରେ ୧୭ହଜାର ଫୁଟ ଉପରେ ଥିବା ତପୋବନରୁ ନିତ୍ୟାନନ୍ଦ ଗୋଟିଏ ସୈନ୍ୟବିଭାଗର ଟ୍ରକରେ ଆସୁଥିଲେ । ଟ୍ରକ୍‌ଟି ଗୋଟିଏ ଗାତରେ ପଡ଼ିଯିବାରୁ ନିତ୍ୟାନନ୍ଦ ଉପକ୍ଷିପ୍ତ ହୋଇ ତଳେ ପଡ଼ିଗଲେ ଯେଉଁଠାରେ ଗୋଟିଏ ଧାତୁର ତୀକ୍ଷ୍ଣ ଖଣ୍ଡ ତାଙ୍କ ମେରୁଦଣ୍ଡରେ ପଶି ଭାଙ୍ଗି ଦେଇଥିଲା । ତାଙ୍କୁ ସୈନ୍ୟବିଭାଗର ଯେଉଁ ଡାକ୍ତରଙ୍କ ପାଖକୁ ନିଆଗଲା ସେ ନିତ୍ୟାନନ୍ଦଙ୍କୁ ୧୫ ଦିନ ବିଶ୍ରାମ ନେବାପାଇଁ କହିଲେ । ନିତ୍ୟାନନ୍ଦ ତାଙ୍କ କଥା ନ ମାନି ଯେଉଁଠି ଆଘାତ ହୋଇଥିଲା ତା’ ଉପରେ ନିଜର ହାତଟି ରଖି ଆଗେଇ ଚାଲିଲେ । ହରିଦ୍ୱାରରେ ପହଞ୍ଚିଲା ପରେ ଏକ୍ସରେ ପରୀକ୍ଷା କରି ଦେଖାଗଲା ଯେ ସେ ଭଙ୍ଗା ହାଡଟି ସଂପୂର୍ଣ୍ଣ ଶୁଖିଯାଇଛି । ନିତ୍ୟାନନ୍ଦଙ୍କ ଛଡ଼ା ଅନ୍ୟ ସମସ୍ତେ ଏଥିରେ ବିସ୍ମିତ ହୋଇଯାଇଥିଲେ । ନିଜେ ନିତ୍ୟାନନ୍ଦ ବି ସେତେବେଳେ ଜାଣି ନଥିଲେ ଯେ ସେ ଯେଉଁ ସ୍ପର୍ଶ ଦ୍ବାରା ନିଜ ଶରୀରକୁ ଭଲ କଲେ ଦିନେ ସେଇ ସ୍ପର୍ଶ ପୃଥିବୀର ଲକ୍ଷ ଲକ୍ଷ ଲୋକଙ୍କୁ ଭଲ କରିଦେବ ।

ଆଜି

ନିତ୍ୟାନନ୍ଦଙ୍କ ଦ୍ୱାରା ଶିକ୍ଷା ପ୍ରାପ୍ତ ‘ନିତ୍ୟ ଆଧ୍ୟାତ୍ମିକ ସୁସ୍ଥତା କେନ୍ଦ୍ର’ର ଗୁରୁମାନେ ପୃଥିବୀରେ ସବୁଲୋକଙ୍କର ସେବା କରୁଛନ୍ତି ।

Nithya Spiritual Healing

ନିତ୍ୟାନନ୍ଦ ତାଙ୍କର ନାମ

ବାରଣାସୀ ସହରର ମଣିକର୍ଣ୍ଣିକା ଘାଟରେ ମୃତ୍ୟୁର ପରାଜୟ

ବାରଣାସୀରେ ଏହି ଶ୍ମଶାନ ଘାଟ ଗଙ୍ଗା କୂଳରେ ସବୁଠାରୁ ପବିତ୍ର ବୋଲି ଗଣାଯାଏ । ଏଠାରେ ମହାପ୍ରଭୁ ସଦାଶିବ ସୃଷ୍ଟିର ଆରମ୍ଭ କରିଥିଲେ ବୋଲି ଲୋକେ କହନ୍ତି ।

ଏଠାରେ ନିତ୍ୟାନନ୍ଦ ଗଭୀର ଧ୍ୟାନରେ ମୃତ୍ୟୁର ଅନୁଭୂତି ପ୍ରାପ୍ତ ହୋଇଥିଲେ । ଏହା ପରେ ଯେଉଁ ମୃତ୍ୟୁକୁ ଜଗତର ସମସ୍ତେ ଭୟ କରନ୍ତି, ଜୀବନରେ ସବୁଠାରୁ ଏହି ବଡ଼ ଭୟକୁ ସେ ପରାଜୟ କରିଛନ୍ତି ବୋଲି ଜାଣିପାରିଲେ ।

ବାରଣାସୀର ମଣିକର୍ଣ୍ଣିକା ଘାଟ

ବାରଣାସୀର ମଣିକର୍ଣ୍ଣିକା ଘାଟ

ନିତ୍ୟାନନ୍ଦ

ଏହିଭଳି ପରିବ୍ରାଜକ ଜୀବନ ବିତାଇ ଶେଷରେ ୨୨ବର୍ଷ ବୟସରେ ନିତ୍ୟାନନ୍ଦ ସିଦ୍ଧି ପ୍ରାପ୍ତ ହେଲେ ଏବଂ ପରମଆନନ୍ଦରେ ମଜ୍ଜିଗଲେ । ଏ ଛବିଟି ତାଙ୍କର ସିଦ୍ଧି ପ୍ରାପ୍ତି ପରେ ପ୍ରଥମ ଛବି । ତାଙ୍କର ଜ୍ବଳନ୍ତ ଆଖ୍ । ଏବେ ପରମ ଶାନ୍ତି ପ୍ରକଟିତ କରୁଛି । ଏବେ ରାଜଶେଖର ପରମହଂସ ନିତ୍ୟାନନ୍ଦ ହୋଇଗଲେ ।

ଆଜି

ନିତ୍ୟାନନ୍ଦ କହନ୍ତି ଆଧ୍ୟାତ୍ମିକ ଜୀବନରେ ପ୍ରଗତି ପାଇଁ ପରିବ୍ରାଜକ ଜୀବନ ଅତ୍ୟନ୍ତ ଆବଶ୍ୟକ । ବ୍ରହ୍ମଚର୍ଯ୍ୟ ଶିକ୍ଷା କାର୍ଯ୍ୟକ୍ରମରେ ନିତ୍ୟାନନ୍ଦ ତାଙ୍କର ଶିଷ୍ୟମାନଙ୍କୁ ପରିବ୍ରାଜକ ଭାବରେ ପଠାଇ ଭିକ୍ଷା ଗ୍ରହଣ କରିବାକୁ କହୁଥିଲେ । ସେ କହୁଥିଲେ ସନ୍ନ୍ୟାସୀ ଜୀବନରେ ଭିକ୍ଷା କରିବା ଏକ ଶିକ୍ଷାର ପ୍ରକ୍ରିୟା । ଯେଉଁଥିରେ ମନର ଚଞ୍ଚଳତା ଦୂର ହୁଏ ଏବଂ ଅନାସକ୍ତ ଭାବ ଆସେ । ଭିକ୍ଷା କଲାବେଳେ ଭିକ୍ଷୁକ ପାଇଲେ ସୁଖୀ ଅଥବା ନ ପାଇଲେ ଦୁଃଖୀ ହେବା ଅନୁଚିତ୍ ।

ଶିଷ୍ୟମାନେ ପରିବ୍ରାଜକ ଭାବରେ ଭିକ୍ଷା ଗ୍ରହଣ କରୁଛନ୍ତି