ନିତ୍ୟାନନ୍ଦ ତାଙ୍କର ନାମ
ଦିବ୍ୟ ସିଦ୍ଧିର ପରେ କିଛି ଦିନ
This text was machine-transcribed from the printed book and may contain errors. Select the words and choose “Report a mistake”.
ଏକ ଅଦୃଶ୍ୟ ଚୈତନ୍ୟ ଶକ୍ତିର ନିର୍ଦ୍ଦେଶନାରେ ନିତ୍ୟାନନ୍ଦ ମଧ୍ୟପ୍ରଦେଶର ଓମକାରେଶ୍ବର ଠାରୁ ଆରମ୍ଭ କରି ଦକ୍ଷିଣ ଭାରତର ତାମିଲନାଡୁ ଯାଇ କାବେରୀ ନଦୀ କୂଳରେ ଏକ ଅସ୍ଥାୟୀ ସ୍ଥାନର ବାସସ୍ଥଳୀରେ ରହିଲେ, ସେତେବେଳେ ଭକ୍ତମାନେ ଆଣୁଥିବା ଖାଦ୍ୟ ଭୋଜନ କରି ସେ କୁଡ଼ିଆରେ ରହି ବହୁତ ଚମତ୍କାର ସୁସ୍ଥତା ଲୋକଙ୍କୁ ପ୍ରଦାନ କରିଥିଲେ । ସେ ଦୈନନ୍ଦିନ ହୋମ ମୂର୍ତ୍ତିପୂଜା ଆଦି କରୁଥିଲେ ଏବଂ ସର୍ବସାଧାରଣ ଲୋକମାନଙ୍କୁ ସଭାରେ ବା ନିରୋଳାରେ ଧ୍ୟାନ ବିଷୟରେ ଶିକ୍ଷା ଦେଉଥିଲେ, ଜୀବନର ବିଭିନ୍ନ ସମସ୍ୟାର ସମାଧାନ କରୁଥିଲେ । ତାଙ୍କର ଏହି ଚମତ୍କାର ଶକ୍ତି ବିଷୟରେ ଚାରିଆଡ଼େ ପ୍ରଚାର ହୋଇଗଲା ।