KAILASA Library/ନିତ୍ୟାନନ୍ଦ ତାଙ୍କର ନାମ/ଗୋଟିଏ ଦିବ୍ୟଦୃଷ୍ଟିର ପରିପ୍ରକାଶSign in
ନିତ୍ୟାନନ୍ଦ ତାଙ୍କର ନାମ

ଗୋଟିଏ ଦିବ୍ୟଦୃଷ୍ଟିର ପରିପ୍ରକାଶ

This text was machine-transcribed from the printed book and may contain errors. Select the words and choose “Report a mistake”.

“ମୁଁ ଆନନ୍ଦ ପ୍ରାପ୍ତିର ଏକ ପ୍ରକ୍ରିୟା ପ୍ରସ୍ତୁତ କରିଛି । ମୋର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ଅବଗତ କରାଇଦେବା ଯେ, ସେ ହେଉଛନ୍ତି ଅସାଧାରଣ ଏବଂ ଅସୀମର, ପ୍ରକୃତ ଆନନ୍ଦର ସ୍ୱରୂପ ।”

-ପରମହଂସ ନିତ୍ୟାନନ୍ଦ

Nithyananda conducting a ceremony

ନିତ୍ୟାନନ୍ଦ ତାଙ୍କ ଦିବ୍ୟଦୃଷ୍ଟିରେ ବାଙ୍ଗାଲୋର ସହରର ନିକଟବର୍ତ୍ତୀ ଅଞ୍ଚଳରେ ଏକ ପବିତ୍ର ଆଶ୍ରମର ଛବି ଦେଖୁ ପାରିଥିଲେ । ବହୁ ବର୍ଷର ପୁରୁଣା ବରଗଛଟିଏ ସେଠାରେ ଥିଲା ଯାହାକୁ ଲୋକମାନେ ଏକ ଦିବ୍ୟଜ୍ଞାନ ପ୍ରାପ୍ତ ଗୁରୁଙ୍କର ଜୀବ ସମାଧିସ୍ଥଳ ବୋଲି ଭାବୁଥିଲେ । ସେହିଠାରେ ହିଁ ୨୦୦୩ ମସିହାର ଜାନୁୟାରୀ ପହିଲା ଦିନ ଧ୍ୟାନପୀଠମ୍ର ଶୁଭାରମ୍ଭ ହୋଇଥିଲା । ନିତ୍ୟାନନ୍ଦଙ୍କୁ ୨୬ବର୍ଷ ହେଲାଦିନ ବାଙ୍ଗାଲୋର ବିଦାଦିଠାରେ ଏହି ସ୍ଥଳୀର ଉଦ୍‌ଘାଟନ ଉତ୍ସବରେ ଆଧ୍ୟାତ୍ମିକ ଏବଂ ରାଜନୈତିକ ନେତାମାନେ ଯୋଗ ଦେଇଥିଲେ ଏବଂ ସେହିଦିନ ପୃଥିବୀରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା ।

ନିତ୍ୟାନନ୍ଦ ତାଙ୍କର ନାମ

ଆଜି

Nithyananda

ଆଜି ସମଗ୍ର ପୃଥିବୀରେ ନିତ୍ୟାନନ୍ଦ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଉଛନ୍ତି । ସେ ଯେଉଁ ସତ୍ୟ ଅନୁଭବ କରିଛନ୍ତି । “ସେହି ସତ୍ୟପ୍ରାପ୍ତି ପାଇଁ ସିଏ ଗୋଟିଏ ମହାନନ୍ଦର ପ୍ରକ୍ରିୟା ସମସ୍ତଙ୍କୁ ଶିଖାଉଛନ୍ତି ।

ତାଙ୍କ ପ୍ରକ୍ରିୟାରେ ଆମେ ଶାରୀରିକ ଓ ମାନସିକ ସ୍ତରରେ ଆଧ୍ୟାତ୍ମିକ ଶକ୍ତି ଦ୍ଵାରା ଯୋଗ୍ୟତା ଲାଭ କରୁଛୁ । ଅଳ୍ପ ସମୟ ମଧ୍ୟରେ ପୃଥିବୀର ଲକ୍ଷ ଲକ୍ଷ ଲୋକ ତାଙ୍କ ଜୀବନରେ ରୂପାନ୍ତର ଅନୁଭବ କରୁଛନ୍ତି ।

ସିଏ ଶିକ୍ଷା ଦିଅନ୍ତି ଯେ ଜ୍ଞାନ ଏବଂ ତା’ର ନିର୍ଦ୍ଦେଶରେ ହିଁ ବୁଦ୍ଧି ଶକ୍ତିଶାଳୀ ହୋଇପାରିବ ଏବଂ ସୁନ୍ଦର ସୃଷ୍ଟି କରିପାରିବ । ସେ ଏକାସାଙ୍ଗରେ ବର୍ହିଜଗତରେ ଉତ୍କୃଷ୍ଟ ଜୀବନ ତଥା ଅନ୍ତର୍ଜଗତରେ ଦିବ୍ୟ ଦୃଷ୍ଟିର ଅନୁଭବ ବିଷୟରେ ଶିକ୍ଷା ଦିଅନ୍ତି । ତାଙ୍କର କାର୍ଯ୍ୟକ୍ରମରେ ଧ୍ୟାନ ସ୍ଵଭାବତଃ ଆପେ ଆପେ ଘଟିଯାଏ ।

ନିତ୍ୟାନନ୍ଦ କହନ୍ତି, ‘ଧ୍ୟାନ ଦ୍ଵାରା ପାର୍ଥିବ ଜଗତରେ ସଫଳତା ହାସଲ କରିବା ସଙ୍ଗେ ସଙ୍ଗେ ଅନ୍ତରରେ ଆନନ୍ଦ ପ୍ରାପ୍ତି ଲାଭ କରାଯାଇପାରିବ ।’ ତାଙ୍କର ଏହି ଶକ୍ତିଶାଳୀ ପ୍ରକ୍ରିୟା ବିଶେଷତଃ ଧ୍ୟାନ ଉପରେ ଜୋର ଦେଇ ଅଳ୍ପ ସମୟ ମଧ୍ୟରେ ଲୋକଙ୍କୁ ଅନ୍ତର୍ନିହିତ ଚୈତନ୍ୟର ଆନନ୍ଦରେ ବୁଡ଼ାଇ ଦିଏ । ନିତ୍ୟାନନ୍ଦ ବୈଜ୍ଞାନିକ ଗବେଷକମାନଙ୍କ ସାଙ୍ଗରେ ସାରା ପୃଥିବୀରେ କାମ କରି ବୈଜ୍ଞାନିକ ଦୃଷ୍ଟିରୁ ଜୀବନର ଶରୀରାତୀତ ଅନୁଭୂତିର ଚମତ୍କାର ବିଷୟକୁ ପରୀକ୍ଷା କରି ଦେଖନ୍ତି । ତାଙ୍କର ନିଜ ଶରୀରରେ ମସ୍ତିଷ୍କ ଏବଂ ସ୍ନାୟୁର ଚମତ୍କାରିତାରେ ଚିକିତ୍ସା ବିଜ୍ଞାନର ଗବେଷକ ମାନଙ୍କୁ ଚମତ୍କୃତ କରିଦେଇଥା’ନ୍ତି । ଏହି ପର୍ଯ୍ୟବେକ୍ଷଣରୁ ବୈଜ୍ଞାନିକ ମାନେ ଭାବୁଛନ୍ତି ଯେ ଅନେକ ରୋଗ ଏବଂ ବିଭିନ୍ନ ପ୍ରକାର ବ୍ୟାଧିକୁ ପ୍ରତିରୋଧ କରିବା, ନିୟନ୍ତ୍ରଣ କରିବାର ସମ୍ଭାବନା ଅଛି । ଯେପରିକି ହୃଦରୋଗ, କର୍କଟ ରୋଗ, ଆଶୁରକ୍ଷିପାତ ମଦ୍ୟପାନର କୁଅଭ୍ୟାସ, ଇତ୍ୟାଦି ଇତ୍ୟାଦି ।

Nityananda Mission ନିତ୍ୟାନନ୍ଦଙ୍କର ପୃଥିବୀସାରା ଧ୍ୟାନ ଦ୍ଵାରା ଜୀବନର ରୂପାନ୍ତର ବିଷୟରେ ଏକ ନୂତନ ଅଭିଯାନ । ଏହା ୨୦୦୩ରେ ପ୍ରତିଷ୍ଠିତ ହୋଇ ବ୍ୟକ୍ତିର ରୂପାନ୍ତର ଦ୍ଵାରା ସମଗ୍ର ମାନବ ଜାତିର ରୂପାନ୍ତର ଘଟାଉଛି ।

Nityananda Meditation Academies (NMAs) ସାରା ପୃଥିବୀରେ ଆଧ୍ୟାତ୍ମିକ ପରୀକ୍ଷାଗାର ହୋଇପାରିଛି । ଯେଉଁଠାରେ ଅନ୍ତର୍ଜଗତର ଅଭିବୃଦ୍ଧି ଦ୍ଵାରା ବହିର୍ଜଗତର ଉନ୍ନତି ଘଟୁଛି ।

ଭାରତର ବିଦାଦ଼ି ଆଶ୍ରମରେ ଥିବା ବରଗଛ

ଭାରତର ବିଦାଦ଼ି ଆଶ୍ରମରେ ଥିବା ବରଗଛ

ଭାରତର ହାଇଦ୍ରାବାଦରେ ଥିବା ଆଶ୍ରମ

ଭାରତର ହାଇଦ୍ରାବାଦରେ ଥିବା ଆଶ୍ରମ

ଏହି ଶିକ୍ଷା କେନ୍ଦ୍ରସବୁରେ ବିଭିନ୍ନ କାର୍ଯ୍ୟକ୍ରମ ଦ୍ଵାରା ବୈଜ୍ଞାନିକ ଉପାୟରେ ଧ୍ୟାନାଦି ପ୍ରକ୍ରିୟାରେ ଜୀବନର ଉନ୍ନତି ଅଣାଯାଉଛି । ଏଠାରେ ଅତି ଦ୍ରୁତ ଗତିରେ ଆଧ୍ୟାତ୍ମିକ ଜୀବନ, ବୈଷୟିକ ଏବଂ ଧାର୍ମିକ ଭାବନାର ସମ୍ମିଶ୍ରଣ

ଆମେରିକାର ଓହାଈଓ ପ୍ରଦେଶର କଲମ୍ବସରେ ଥିବା ଆଶ୍ରମ

ଆମେରିକାର ଓହାଈଓ ପ୍ରଦେଶର କଲମ୍ବସରେ ଥିବା ଆଶ୍ରମ

ଘଟାଇ ଆନନ୍ଦ ବିତରଣ କରାଯାଉଛି ।
ଏଠାରେ ବୁଦ୍ଧିର ପ୍ରୟୋଗରେ ଅନ୍ତର୍ନିହିତ
ଚୈତନ୍ୟରୁ ନୂତନ ଭାବନା ସୃଷ୍ଟି କରାଯାଉଛି ।
ଏହି ଭଳି ବହୁତ କାର୍ଯ୍ୟକ୍ରମ ବିଭିନ୍ନ ସ୍ତରରେ
ସାରା ପୃଥିବୀରେ ଆରମ୍ଭ କରାଯାଇଛି ।

ନୂଆ ନୂଆ କେନ୍ଦ୍ର ମଧ୍ୟ ମାନବ ସମାଜର କଲ୍ୟାଣ ପାଇଁ ଆରମ୍ଭ କରାଯାଉଛି ।

ବିଦାଦି ଆଶ୍ରମରେ ଥିବା ଆନନ୍ଦେଶ୍ବର ମନ୍ଦିରରେ ମୂର୍ତ୍ତିପୂଜା

ବିଦାଦି ଆଶ୍ରମରେ ଥିବା ଆନନ୍ଦେଶ୍ବର ମନ୍ଦିରରେ ମୂର୍ତ୍ତିପୂଜା

ବିଭିନ୍ନ ପ୍ରକାରର ଧ୍ୟାନ କାର୍ଯ୍ୟକ୍ରମ ଏବଂ ସାମାଜିକ ସେବା ବିଷୟରେ ଏହି କେନ୍ଦ୍ରମାନେ ଶିକ୍ଷା ଦେଉଛନ୍ତି; ନିତ୍ୟାନନ୍ଦଙ୍କର ଆଧ୍ୟାତ୍ମିକ ସୂକ୍ଷ୍ମତା ପାଇଁ ଶକ୍ତିର ବ୍ୟବହାର କରାଯାଉଛି । ତତ୍ ସଙ୍ଗେ ସଙ୍ଗେ ଯୁବକ ଯୁବତୀମାନଙ୍କୁ କଳା, ସଂସ୍କୃତି, ସତ୍‌ସଙ୍ଗ ଏବଂ ବ୍ୟକ୍ତିତ୍ବର ପ୍ରକାଶ ପାଇଁ ଶିକ୍ଷାଦାନ କରାଯାଉଛି । ତତ୍‌ସଙ୍ଗେ ସଙ୍ଗେ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟକ୍ରମ, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର, ଚକ୍ଷୁ ଅପରେସନ, ଅନ୍ନଦାନ ଇତ୍ୟାଦି କାର୍ଯ୍ୟକ୍ରମ ରଖାଯାଇଛି । ଆଧ୍ୟାତ୍ମିକ ଶିକ୍ଷାପାଇଁ ବର୍ଷକର ଆବାସୀ କାର୍ଯ୍ୟକ୍ରମ ତଥା ଗୁରୁକୁଳ ପରମ୍ପରାରେ ସାରା ପୃଥିବୀର ବିଭିନ୍ନ ସ୍ଥାନରେ ଶିକ୍ଷା ଦିଆଚାଲିଛି ।

Nityananda Dheera
Seva Sena (NDSS) ର
ଆନନ୍ଦ ସେବକମାନେ ସାରା

ଭାରତର ସାଲେମ୍‌ରେ ଥିବା ଆଶ୍ରମ

ଭାରତର ସାଲେମ୍‌ରେ ଥିବା ଆଶ୍ରମ

ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଥିବା ଆଶ୍ରମ

ପୃଥିବୀରେ ସ୍ବେଚ୍ଛାସେବୀ ଭାବରେ
ବଢ଼ିଚାଲିଛନ୍ତି ଏବଂ ଅତ୍ୟନ୍ତ
ଉତ୍ସାହର ସହିତ ମିଶନରେ କାର୍ଯ୍ୟ
କରୁଛନ୍ତି ।

ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଥିବା ଆଶ୍ରମ

Contact us: USA:

Nithyananda Dhyanapeetam
928 Huntington Dr, Duarte,
Los Angeles CA 91010 USA
Ph.: 1-909-625-1400
Email: [email protected]

INDIA: Nithyananda Dhyanapeetam Nithyanandapuri Kallugopahalli Mysore Road, Bidadi Bangalore - 562 109 Karnataka INDIA Ph.: 91 +80 65591844 / 27202084 Fax: 91 +80 27288207 Email: [email protected] For more information and addresses of other ashrams and centers worldwide, visit www.nithyananda.org

[]{}...[]{}...[]{}...

Life Bliss Foundation offers many volumes of books and CDs across 23 languages. They are tools of blissful living for any type of person. A few of the books are listed here:

• Guaranteed Solutions for sex, fear, worry etc. • Nithyananda Vol. 1 of Paramahamsa's biography • Meditation is for you • Bliss is the path and the goal • The only way out is IN • Rising in love with the Master • Bhagavad Gita series • 'Why' series • A to Z 'click' books • Uncommon answers to common questions • Open the door...Let the breeze in!

To purchase books & other items
visit www.lifeblissgalleria.com
or contact us www.nithyananda.org

A river flowing through hills at sunset

... ଏକ ଦିବ୍ୟଦୃଷ୍ଟି ଏବଂ ଦିବ୍ୟଚେତନା ଆଣିବାକୁ ମହାନ ପ୍ରଚେଷ୍ଟା । ଏହା ଦ୍ବାରା ମଣିଷ ମାନସରୁ ମାନସୋତ୍ତର ଅବସ୍ଥାକୁ ଯାଇ ସମସ୍ତ ମାନବଜାତିର କଲ୍ୟାଣ କରିବ...

କୁହାଯାଇଛି ଯେ ଜଣେ ମହାତ୍ମାଙ୍କର ଜୀବନ କାହାଣୀ ଲୋକଙ୍କୁ ଦିବ୍ୟଜ୍ଞାନ ପାଇଁ ଅନୁପ୍ରାଣିତ

କରିଥାଏ । ଏହି ପୁସ୍ତକ ନିତ୍ୟାନନ୍ଦଙ୍କର ତମହାର ଜୀବନର ଏକ ଆଲେଖ୍ୟ ନିତ୍ୟାନନ୍ଦ

ବହୁରୂପରେ ଏକ ମହାନ୍ ମହାତ୍ମା ଏବଂ ଗୁରୁ । ତାଙ୍କ ଜୀବନରେ ସେ କିପରି ଦିବ୍ୟଜ୍ଞାନ

ପ୍ରାପ୍ତ ହେଲେ ଏ ପୁସ୍ତକ ସେସବୁ ତମହାର ଘଟଣାର କାହାଣୀ ।

Nithyananda at different life stages

"ଜୀବନ କେବଳ ଜ୍ଞାନ ପ୍ରାପ୍ତିପାଇଁ ନୁହେଁ

ବରଂ ଏକ ମହାନ୍ ରୂପାନ୍ତର ମାତ୍ର ।"

  • ପରମହଂସ ନିତ୍ୟାନନ୍ଦ

PUBLISHED BY NITHYANANDA VEDIC SCIENCES UNIVERSITY PRESS A division of Nithyananda Vedic Sciences University, USA

Ebook ISBN : 979-8-88572-673-3

ISBN 1 -934364 -30 -4 ®