ବିଶୃଙ୍ଖଳ ଶ୍ଵାସକ୍ରିୟା:
This text was machine-transcribed from the printed book and may contain errors. Select the words and choose “Report a mistake”.
(ସମୟ: ୭ ମିନିଟ୍)

ପ୍ରଥମ ସାତ ମିନିଟ୍ ଆପଣମାନେ ବଜ୍ରାସନରେ ଆଖି ବନ୍ଦ କରି ବସିବେ, ହାତକୁ ଅଣ୍ଟା ଓ ଜଙ୍ଘ ମଧ୍ୟସ୍ଥ ଅଂଶରେ ରଖି ବିଶୃଙ୍ଖଳ ଭାବେ ନିଶ୍ବାସ ପ୍ରଶ୍ବାସ ନେବେ। ଗଭୀର ଭାବେ ଶ୍ଵାସକୁ ନେବେ ଓ ଛାଡ଼ିବେ ଓ କେବଳ ନିଶ୍ବାସ ଉପରେ ଧ୍ୟାନ ଦେବେ ଯେପରିକି ସାରା ଶରୀର ସତ୍ତା ଶ୍ଵାସନ୍ଵିତ ହୋଇଯାଏ।
ସାଧାରଣତଃ ଆମ ଶରୀରରେ ଶକ୍ତିର ପ୍ରବାହ ସହସ୍ରାତଚକ୍ରରୁ (ମସ୍ତିକ ଶିଖରରୁ) ମୂଳାଧାର ଚକ୍ର (ଆମୂଳତକ୍ର) ଆଡ଼କୁ ତଳମୁଖା ହୋଇଥାଏ। ବଜ୍ରାସନ ଦ୍ଵାରା ଶକ୍ତିର ପ୍ରବାହ ଉର୍ଦ୍ଧ୍ଵମୁଖୀ ହେବାରେ ସାହାଯ୍ୟ କରିଥାଏ।
ନିଶ୍ଵାସ ଓ ପ୍ରଶ୍ଵାସ ଯେକୌଣସି ଆଧ୍ୟାତ୍ମିକ ପଥର ପ୍ରକୃଷ୍ଟ ପ୍ରାରମ୍ଭିକ ପନ୍ଥା ଅଟେ। ଭିନ୍ନ ଭିନ୍ନ ଧ୍ୟାନର ସୂତ୍ର ସବୁ ରହିଛି। କିଏ ଦ୍ରଷ୍ଟା ଭାବ ଉପରେ ଗୁରୁତ୍ଵ ଦିଏ ତ କିଏ ମନ୍ତ୍ର ଉଚ୍ଚାରଣ ଉପରେ। ହେଲେ, ନିଶ୍ଵାସ ପ୍ରଶ୍ଵାସ ଯେକୌଣସି ଆଧ୍ୟାତ୍ମିକ ପ୍ରକ୍ରିୟା ଆରମ୍ଭ କରିବାର ମୁଖ୍ୟସ୍ଥାନ ଗ୍ରହଣ କରେ।
ଆମ ଶରୀରରେ ଦୁଇ ପ୍ରକାରର ପ୍ରଣାଳୀ କାମ କରେ। ଗୋଟିଏ ସ୍ଵେଚ୍ଛାକୃତ (ଭଲ୍ୟୁଣ୍ଟାରୀ) ଅନ୍ୟଟି ଅନିଚ୍ଛାକୃତ (ନନ୍ - ଭଲ୍ୟୁଣ୍ଟାରୀ)। ଉଦାହରଣ ସ୍ଵରୂପ, ଆମ ହାତ ଗୋଡ଼ର ପ୍ରଚାଳନ ସ୍ଵେଚ୍ଛାକୃତ ଅଟେ। ହେଲେ ଆପଣ ଆପଣଙ୍କର ଫୁସ୍ଫୁସ୍ର ସ୍ପନ୍ଦନ ବା ମସ୍ତିଷ୍କର ସଂଚାଳନକୁ ସିଧାସଳଖ ଆୟତ କରିପାରିବେ ନାହିଁ। ଏସବୁର ପରିଚାଳନା ଇଚ୍ଛାଧୀନ ନୁହେଁ। ଏହା ସ୍ଵତଃ ସଂଘଟିତ ହୋଇଥାଏ।
ହେଲେ ନିଶ୍ୱାସ ପ୍ରଶ୍ୱାସ ଏକ ଏଭଳି ପ୍ରକ୍ରିୟା ଯାହା ଉଭୟ ସ୍ୱେଚ୍ଛାକ୍ରୀରୀ ଓ ଅସ୍ୱେଚ୍ଛାକ୍ରୀରୀ ମଧ୍ୟ । ଯଦି ବା ଆମେ ଶ୍ୱାସ ପ୍ରକ୍ରିୟା ପ୍ରତି ସଚେତନ ନଥାଏ, ଶ୍ୱାସ ପ୍ରକ୍ରିୟା ବନ୍ଦ ହୋଇଯାଏନି । ଆପଣ ଯେତେବେଳେ କୌଣସି ଅଲଗା ଜିନିଷ ଉପରକୁ ମନ ନିଅନ୍ତି, ସେତେବେଳେ ନିଶ୍ୱାସ ପ୍ରଶ୍ୱାସକୁ ବନ୍ଦ କରିନଥାନ୍ତି । ଅନ୍ୟଥା ଅବସ୍ଥା ବିଷମ ହୋଇଯିବ । ଆପଣ ଚାହିଁଲେ ନିଶ୍ୱାସ ପ୍ରଶ୍ୱାସକୁ ଆୟତ୍ତକୁ ମଧ୍ୟ ନେଇପାରିବେ । ସମଗ୍ର ପ୍ରାଣାୟାମ ବିଜ୍ଞାନ ଶ୍ୱାସକୁ ଆୟତ କରିବା ଉପରେ ହିଁ ଗୁରୁତ୍ଵ ଦେଇଛି । ଆପଣମାନେ ଗଭୀର ଭାବେ ତଥା ଧୀର ସ୍ଥିର ଭାବେ ଆବଶ୍ୟକତା ଅନୁସାରେ ଶ୍ୱାସ ନେଇପାରନ୍ତି । ଆପଣ ଶ୍ୱାସକୁ ଭିତରକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଭିତରେ ରଖିପାରନ୍ତି ଓ ଏପରିକି ମୁହୂର୍ତ୍ତକ ପାଇଁ ଶ୍ୱାସ ବନ୍ଦ ବି କରିପାରନ୍ତି । ତେଣୁ ଶ୍ୱାସ ଆପଣଙ୍କର ସ୍ୱେଚ୍ଛାଧୀନ ଓ ଅସ୍ୱେଚ୍ଛାଧୀନ ପ୍ରଣାଳୀର ସଂଯୋଗ ଅଟେ ।
ହେଲେ, ଆପଣ ନିଶ୍ୱାସକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବେନି । କାରଣ ଏହା ଆପଣଙ୍କର ବଞ୍ଚିବାର ନିରବଚ୍ଛିନ୍ନ ପ୍ରବୃତ୍ତି ଓ ମୃତ୍ୟୁର ଭୟ ମଧ୍ୟରେ ସଂଘର୍ଷ କରାଇବ ଏବଂ ଆପଣଙ୍କର ଜୀବନ ଧାରଣର ନିରବଚ୍ଛିନ୍ନ ପ୍ରବୃତ୍ତି ଆପଣଙ୍କର ଭାବନା ଶକ୍ତିଠାରୁ ଅଧିକ ଶକ୍ତିଶାଳୀ ଅଟେ । ଆପଣଙ୍କ ଶରୀରର ସମସ୍ତ ଅସ୍ୱେଚ୍ଛାଧୀନ କାର୍ଯ୍ୟ ଆପଣଙ୍କ ସ୍ୱତଃସ୍ଫୀତ ପ୍ରବୃତ୍ତିଠାରୁ ସୃଷ୍ଟି ହୋଇଥାଏ । ଆପଣ ବଞ୍ଚିଛନ୍ତି, ଆପଣଙ୍କ ବଞ୍ଚିବାର ଇଚ୍ଛାକୁ ନେଇ, ଏପରିକି ଆପଣଙ୍କର ନିଶ୍ୱାସ ନବା ମଧ୍ୟ ଆପଣଙ୍କର ବଞ୍ଚିବାର ଇଚ୍ଛା ଠାରୁ ହିଁ ଜାତ ହେଉଛି ।
ସଠିକ୍ ଭାବରେ ଆପଣ କେବେ ଅନୁଭବ କରିନଥିବେ ଯେ ଆପଣଙ୍କର ନିଶ୍ୱାସ ପ୍ରଶ୍ୱାସ ଗତିର ପରବର୍ତ୍ତନ ଆପଣଙ୍କ ମାନସର ସ୍ଥିତି ଉପରେ ନିର୍ଭର କରିଥାଏ । ଆପଣଙ୍କର ଭାବନା, ଆପଣଙ୍କର ନିଶ୍ୱାସ ପ୍ରଶ୍ୱାସର ପ୍ରଣାଳୀକୁ ପ୍ରଭାବିତ କରିଥାଏ । ଯେତେବେଳେ ଆପଣ ବ୍ୟସ୍ତ ହୁଅନ୍ତି, କ୍ରୋଧାନ୍ବିତ ହୁଅନ୍ତି କିମ୍ବା କାମାଭିମୁଖୀ ହୁଅନ୍ତି, ସେତେବେଳେ ଆପଣଙ୍କ ଶ୍ୱାସ ସିଧାସଳଖ ଆପଣଙ୍କ ଭାବନା ସାଥ୍ରେ ଯୋଡ଼ି ହୋଇଥାଏ । ଏହାର ପରିବର୍ତ୍ତନ ମାନସର ସ୍ଥିତିର ପରିବର୍ତ୍ତନ କ୍ରମେ ଘଟିଥାଏ । ଯେତେବେଳେ କୌଣସି ବ୍ୟକ୍ତି ବ୍ୟସ୍ତତାରେ ବା ଚିନ୍ତାରେ ଥାଏ, ତାଙ୍କୁ ଗଭୀର ଶ୍ୱାସ ନବାର ପରାମର୍ଶ ଦିଆଯାଇଥାଏ । ଯେତେବେଳେ ସେ ଗଭୀର ଶ୍ୱାସ ନିଏ ସେହିମାତ୍ରେ ସେ ହାଲୁକା ଅନୁଭବ କରିଥାଏ ଏବଂ ତାଙ୍କୁ ଆରାମ ମଳିଥାଏ ଓ ଚିନ୍ତା ଦୂର ହୋଇଯାଏ । ମନ ଓ ଶ୍ୱାସ ପରସ୍ପର ଘନିଷ୍ଠ ଭାବରେ ଯୋଡ଼ି ହୋଇଥାଆନ୍ତି । ଆପଣ ଚେଷ୍ଟା କରି ଦେଖିପାରନ୍ତି, ଯେତେବେଳେ ଆପଣ ଶ୍ୱାସ ବନ୍ଦ କରିଦେବେ ସେତେବେଳେ ଭାବିବା କଷ୍ଟକର ହୋଇପଡ଼େ । ଶ୍ୱାସ ମାନସ ପାଇଁ ଜାଳେଣୀର କାମ କରିଥାଏ । ପ୍ରକୃତରେ ସଂସ୍କୃତରେ ଆମେ ‘ପ୍ରାଣ’ ଶବ୍ଦର ବ୍ୟବହାର କରିଥାଉ ।
ପ୍ରାଣମାନେ ଶ୍ବାସକୁ ବୁଝାଏନି । ଯେଉଁ ଶକ୍ତି ଶ୍ବାସ ପ୍ରକ୍ରିୟାଦ୍ବାରା ପରିଚାଳିତ ହୋଇଥାଏ, ତାକୁ ପ୍ରାଣ ବା ପ୍ରାଣ ଶକ୍ତି ବୋଲି କୁହାଯାଏ । ଏହାହିଁ ଜୀବନ ଧାରଣର ଶକ୍ତି ଅଟେ ।
ତତ୍ତ୍ରେୟା ଉପନିଷଦରେ, ଶରୀରର ପଞ୍ଚକୋଷ ଉପରେ ବିବରଣୀ ଦିଆଯାଇଛି । ସେମାନେ ହେଲେ, ଅନାମୟ କୋଷ (ଭୌତିକ ଶରୀର), ପ୍ରାଣମୟ କୋଷ (ଶ୍ବାସ ଶରୀର), ମନମୟ କୋଷ (ମାନସ ଶରୀର). ଆନନ୍ଦମୟ କୋଷ (ଆନନ୍ଦମୟ ଶରୀର) । ଏହି କୋଷଗୁଡ଼ିକ ମଧ୍ୟ ଭାଗକୁ, ସ୍ୱୟଂକୁ ବା ଆତ୍ମାକୁ ଚତୁଃପାର୍ଶ୍ବରୁ ପିଆଜ ଚୋପାଭଳି ଘୋଡ଼େଇ ରଖିଛି । ପ୍ରାଣମୟ କୋଷ ବା ଶ୍ବାସ ଶରୀରରେ ଆପଣଙ୍କର ସମସ୍ତ ଆଶା ଓ ଆକାଂକ୍ଷାର ସ୍ମୃତି ରହିଛି । ତେଣୁ ଆପଣଙ୍କର ଇଚ୍ଛାକୁ ନେଇ ଆପଣଙ୍କର ପ୍ରାଣ ତଥା ନିଶ୍ବାସର ସ୍ଥିତିରେ ପରିବର୍ତ୍ତନ ଘଟିଥାଏ । ଆପଣଙ୍କର ଆଶା ଓ ନିଶ୍ବାସର ଗତି ମଧ୍ୟରେ ଘନିଷ୍ଠତା ରହିଛି । ଆପଣ ଏହା ଅନୁଭବ କରିଥାଇପାରନ୍ତି, ଯେତେବେଳେ ଆପଣଙ୍କ ମନରେ ଅନେକ ଆଶା ଖେଳି ଉଠିଥାଏ, ଆପଣଙ୍କ ଶ୍ବାସ ପ୍ରକ୍ରିୟା ସେତେବେଳେ ଦ୍ରୁତଗାମୀ ହୋଇଯାଏ, ଏବଂ ଅନ୍ୟତଃ ସ୍ଵଳ୍ପ ଆଶା ଥିବା ସମୟରେ ବଡ଼ ଆରାମରେ ନିଶ୍ବାସ ମାରନ୍ତି ।
ଯେହେତୁ ଶ୍ବାସ ଓ ମନ ପରସ୍ପର ସମ୍ବନ୍ଧୀତ ଜଣକୁ ବଦଳେଇ ଦେଲେ ଅନ୍ୟଗୋଟି ଆପେ ଆପେ ବଦଳିଯିବ । ପଛରେ ଆମେ ବିଶ୍ଳେଷଣ କରିସାରିଛେ ଯେ ଆମର ଶ୍ବାସ କିପରି ଆମର ମାନସିକ ସ୍ଥିତିକୁ ନେଇ ପ୍ରଭାବିତ ହୋଇଛି । ତେଣୁ ଯଦି ଆମକୁ ଶ୍ବାସକୁ ଆୟତ୍ତକୁ ଆଣିବାର ଅଛି ବା ଶ୍ବାସର ଗତିକୁ ବଦଳାଇବାର ଅଛି, ଏହା ସିଧାସଳଖଆମର ମାନସିକ ସ୍ଥିତିକୁ ପ୍ରଭାବିତ କରିବ ।
ଆମ୍ଭର ସମସ୍ତ ସ୍ମୃତି ମାଂସପେଶୀ ଗୁଡ଼ିକରେ ଠୁଳ ହୋଇ ରହିଥାଏ । ମୁଁ ଏହା ମଧ୍ୟ ଦୃଢ଼ ଭାବରେ ବିଶ୍ବାସ କରେ ଯେ ଯଦି ଶରୀରର କୌଣସି କ୍ଷେତ୍ର ଅଙ୍ଗଚ୍ୟୁତ ହୋଇଯାଏ, ସେଇ କ୍ଷେତ୍ରର ସମ୍ପର୍କୀତ ସ୍ମୃତି ଧୀରେ ଧୀରେ ଲିଭିଯାଏ । ଆପଣ ଏକ ଛୋଟ ପରିକ୍ଷା କରିପାରନ୍ତି । ଆପଣଙ୍କ ଜୀବନରେ ଅତୀତରେ ଘଟିଥିବା କୌଣସି ଘଟଣାକୁ ଶରୀରକୁ ମନେନପକାଇ ଦେଖିବାକୁ ଚେଷ୍ଟା କରନ୍ତୁ । ଏହା ଅସମ୍ଭବ ଅଟେ । ଆପଣ ଶରୀରର ଆକାର ବିନା କୌଣସି ଘଟଣାବଳୀକୁ ମନେପକାଇ ପାରିବେନି କାରଣ ସମସ୍ତ ଘଟଣାବଳୀ ଆପଣଙ୍କ ଆକାରରେ ହିଁ ସ୍ମୃତି ରୂପରେ ଜମା ହୋଇରହିଛି । ଆପଣ ଅନେକ ଭାବନାକୁ ମନ ଭିତରେ ଚାପି ରଖିବାରୁ ଆପଣଙ୍କର ଶ୍ବାସ ସ୍ଵାଭାବିକ୍ ହୋଇନଥାଏ । ଆପଣଙ୍କର ନିଶ୍ବାସ ଗାଢ଼ ବା ପ୍ରଖର ନଥାଇ କ୍ଷୀଣ ଥାଏ । କ୍ଷୀଣ ଶ୍ବାସ ଦ୍ବାରା ଆପଣ କେବେ ବି ମାଂସପେଶୀ ଗୁଡ଼ିକରେ ଖେଦି ହୋଇରହିଥିବା ସ୍ମୃତିକୁ ବହିଷ୍କୃତ କରିପାରିବନି । କ୍ଷୀଣ ଶ୍ବାସ ଶରୀରର ସମସ୍ତ ଭାଗକୁ କେବେବି ପହଞ୍ଚିପାରେନି ।
ଆପଣ ସବୁବେଳେ ଗୋଟିଏ ଢଙ୍ଗରେ ହିଁ ଶ୍ଵାସ ନିଅନ୍ତି । ଆମେ ନିଜେ ଏହି ଢଙ୍ଗକୁ ସୃଷ୍ଟି କରିଥାଉ, ନିଜର ଦବି ହୋଇଥିବା ବା ଛେଦି ହେଇଥିବା ପୂର୍ବ ସ୍ମୃତି ବା ସଂସ୍କାରକୁ ନେଇ । ଫଳସ୍ବରୂପ ଆମେ ସମସ୍ମୃତି ବା ସଂସ୍କାରକୁ ଆକର୍ଷୀତ କରିଥାଉ । ଆମ ଶରୀର ଜନ୍ମରେ ଯେକୌଣସି ଭାଗର ଆତ୍ମ ସୁରକ୍ଷାର ଜନ୍ମଗତ ପ୍ରବୃତ୍ତି ରହିଥାଏ । ତେଣୁ ଯେ କୌଣସି ଜିନିଷ ଆମେ ଶରୀର ତନ୍ତ୍ରରେ ଦବେଇ ଦେଇଥାଏ, ତାହା ସ୍ଵୟଂର ସୁରକ୍ଷା ଓ ବୃଦ୍ଧି ଘଟାଇବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରାଇଥାଏ । ଯଦି ଆପଣ କ୍ରୋଧକୁ ଦବେଇ ଦିଅନ୍ତି ତା ହେଲେ ଏହା ମନକୁ ମନ ନିଜକୁ ପ୍ରତୀୟମାନ କରିବ ଏବଂ ସ୍ଵତଃ ସୁରକ୍ଷା ପାଇଁ ଶ୍ବାସର ଏକ ଢଙ୍ଗକୁ ତିଆରି କରିବ । ଏହା ଏକ ଭୟଙ୍କର ପ୍ରକ୍ରିୟାରେ ପରିଣତ ହୋଇଥାଏ । ଆପଣଙ୍କର ନିଶ୍ଵାସ ପୂର୍ବ ସଂଚିତ ଠୁଳ ହୋଇଥିବା ସାମୁଦାୟିକ ସଂସ୍କାରର ପ୍ରଭାବ ବ୍ୟତୀତ ଆଉ କିଛି ନୁହେଁ । ତେଣୁ ନିତ୍ୟ ଧ୍ୟାନ ବିଶୃଙ୍ଖଳ ଶ୍ଵାସ ପ୍ରକ୍ରିୟାରୁ ପ୍ରାରମ୍ଭ ହୁଏ । ଆପଣଙ୍କୁ ଯେତେ ସମ୍ଭବ ସେତେ ଗଭୀର ଭାବରେ ଶ୍ଵାସ ନବାକୁ ଓ ଛାଡ଼ିବାକୁ ହେବ । ଶ୍ଵାସ ଯେପରି ଆପଣଙ୍କ ଶରୀରର ଆବରଣ ହୋଇଯାଏ । ଭଲ କରି ବୁଝନ୍ତୁ ଯେଶ୍ଵାସ ଗଭୀର ହବାର ଅଛି ।
ବିଶୃଙ୍ଖଳ ଶ୍ଵାସ କ୍ଷୀଣ ହେବା ଉଚିତ୍ ନୁହେଁ । ବିଶୃଙ୍ଖଳ ଶ୍ଵାସ ମାଂସପେଶୀ ଓ ଶରୀରର ଅଙ୍ଗ ପ୍ରତ୍ୟେଙ୍ଗରେ ଜମି ହୋଇଥିବା ଉତ୍ତେଜନାକୁ ବିମୁକ୍ତ କରିବାରେ ସାହାଯ୍ୟ କରିଥାଏ ଏବଂ ଏତଦ୍ବାରା ସମୁଦାୟ ପୂର୍ବ ସଂସ୍କାରର ପତନ ଘଟିଥାଏ । ସାଧାରଣତଃ ଆମର ମାଂସପେଶୀ ଗୁଡ଼ିକ ସର୍ବଦା ଆତୁରତାରେ ଥାଆନ୍ତି ବା ଚାପି ହେଇଥାଆନ୍ତି । ବିଶୃଙ୍ଖଳା ଶ୍ଵାସ ମାଂସପେଶୀ ଗୁଡ଼ିକୁ ହୁଗୁଳା କରେ ଏବଂ ପୂର୍ବ ସଂସ୍କାର କ୍ଷୟ ହବା ପ୍ରାରମ୍ଭ ହୋଇଥାଏ ।
ଆମର ପ୍ରତ୍ୟେକ ଭାବପ୍ରବଣତା ଏକ ପ୍ରକାର ନିଶ୍ଵାସର ଢ଼ାଞ୍ଚାକୁ ଜନ୍ମ ଦେଇଥାଏ । ଆପଣମାନେ ଦେଖୁଥିବେ ଶିଶୁମାନେ କିପରି ଗଭୀର ଓ ସହଜତା ପୂର୍ଣ୍ଣ ନିଶ୍ଵାସ ନିଅନ୍ତି । ସେମାନଙ୍କର ଶ୍ଵାସ କ୍ଷୀଣ ହୋଇନଥାଏ । ହେଲେ ଯେତେବେଳେ ସେମାନେ ବଡ଼ ହୁଅନ୍ତି, ସମାଜ ଦ୍ବାରା ଅଭିଲଷିତ ହୋଇ ତାଙ୍କର କଷ୍ଟ, ସୁଖ, ଦୋଷାନୁଭାବ, ବିଶ୍ଵାସ, ଆତୁରତା ଏବଂ ଅନ୍ୟାନ୍ୟ ଭାବପ୍ରବଣତା ଯୋଗୁଁ ଶ୍ଵାସର ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଥାଏ ।
ଯଦି ଆପଣଙ୍କୁ ଏ ଢ଼ାଞ୍ଚାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବାର ଅଛି, ଯାହାର ସୃଷ୍ଟି ଅନେକ ବର୍ଷରୁ ଆପଣଙ୍କ ମନରେ ଠୁଳ ହୋଇଥିବା ଭାବପ୍ରବଣତାରୁ ସୃଷ୍ଟି ହୋଇଛି, ତା କରିବାକୁ ହେଲେ, ଶରୀରରେ ବିଶୃଙ୍ଖଳତାକୁ ଆଗମନ କରେଇବାକୁ ପଡ଼ିବ । ଆପଣଙ୍କୁ ଘନ କୋଳାହଳ ସୃଷ୍ଟି କରିବାର ଅଛି । ପୂର୍ବ ଢ଼ାଞ୍ଚାକୁ ନଷ୍ଟ କରିବା ପାଇଁ ଏକ ନୂତନ ଢ଼ାଞ୍ଚା ପୁରେଇବା ଏହାର ସମାଧାନ ନୁହଁ । ଅତୀତର ଭ୍ରାନ୍ତ ଛବି ଗୁଡ଼ିକୁ ଖୋଳି ବାହାର କରିବା ପାଇଁ ଆପଣଙ୍କୁ ଶରୀର ତନ୍ତ୍ରରେ ଘନ ବିଶୃଙ୍ଖଳା ସୃଷ୍ଟି କରିବାର ଅଛି । ତେଣୁ ମୁଁ ଆପଣଙ୍କୁ ଏ ଧ୍ୟାନରେ କୌଣସି ନିୟମିତ ଶ୍ୱାସ ବା ପ୍ରାଣାୟାମ୍ କରିବାର ଉପଦେଶ ଦଉନି । କେବଳ ବିଶୃଙ୍ଖଳ ଶ୍ୱାସ ହିଁ ଠିକ୍ ।
ଏହି ବିଶୃଙ୍ଖଳ ଶ୍ୱାସ ଆପଣଙ୍କ ସମସ୍ତ ପୂର୍ବ ସଂସ୍କାରକୁ ଧ୍ୱଂସ କରିବ । ଯେମିତି ଗୋଟେ ଗଛକୁ ଦୋହଲେଇଲେ ଗଛର ଶୁଖିଲା ପତ୍ର ମନକୁ ମନ ତଳକୁ ଖସି ପଡ଼ନ୍ତି, ଠିକ୍ ସେହିଭଳି ବିଶୃଙ୍ଖଳ ଶ୍ୱାସ ଦ୍ୱାରା ଶରୀରକୁ ଝିଙ୍କାରିଲେ ବା କଂପିତ କଲେ, ଶରୀରତନ୍ତ୍ରରେ ଗଣ୍ଠି ପଡ଼ି ରହିଥିବା ଅତୀତର ସମସ୍ତ ଭାବପ୍ରବଣତା ଲିଭିବା ଆରମ୍ଭ ହୋଇଯାଇଥାଏ । ଏବଂ ପୂର୍ବ ଅପସଂସ୍କାରରୁ ମୁକ୍ତି ମିଳିଥାଏ ।
ଗଭୀର ବିଶୃଙ୍ଖଳ ଶ୍ୱାସ ଦ୍ୱାରା ସାରା ଶରୀରରେ ଅମ୍ଳଜାନ ବାଷ୍ପ ଭରଣ ହୋଇଥାଏ ଓ ଅଙ୍ଗାରକାମ୍ଳ ବାଷ୍ପ ଶରୀରରୁ ନିର୍ଗତ ହୋଇଥାଏ । ଏଭଳି ଶ୍ୱାସକ୍ରିୟା ଶରୀରରେ ଅତ୍ୟଧିକ ବାୟୁ ସଂଚାଳନ ସୃଷ୍ଟି କରିଥାଏ । ଫଳ ସ୍ୱରୂପ ଆପଣ ସତେଜ୍ ଓ ଉତ୍ଫୁଲ୍ଲ ଅନୁଭବ କରନ୍ତି । ଫୁସ୍ଫୁସ୍ରେ ଅମ୍ଳଜାନର ଆଧିକ୍ୟ ହେତୁ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଜୀବନ୍ତ ହୋଇଉଠନ୍ତି । ଏହାଦ୍ୱାରା ଶରୀରର ଜୀବକୋଷ ଗୁଡ଼ିକରେ ଅଧିକ ପ୍ରାକୃତିକ ଶକ୍ତି ସୃଷ୍ଟି ହୋଇଥାଏ ।
ସାଧାରଣତଃ ଆମେ ନିଜକୁ ଓଜନିଆ ବା ଭାରୁଆ ଭାରୁଆ ବୋଲି ଅନୁଭବ କରିଥାଉ । କାରଣ ଆମ ଶରୀରରେ କେବେବି ସତେଜତା ନଥାଏ । ସବୁବେଳେ ଆମେ କୌଣସି ଚିନ୍ତା ବା ବ୍ୟସ୍ତତାରେ ଥାଉ । ଯାହା ସବୁବେଳେ ଉତ୍ତେଜିତ ଥାଏ, ତାହା କେବେବି ସତେଜ୍ ନଥାଏ । ଯଦି ଶରୀରରେ ଅକ୍ସିଜେନ୍ର ପ୍ରବାହକୁ ବଢ଼େଇ ଦିଆଯାଏ ତାହେଲେ ଏହି ଶରୀର ଆପଣଙ୍କୁ ହାଲୁକା ଅନୁଭବ ହେବା ଆରମ୍ଭ ହୋଇଯିବ ।
08 - Nithya Dhyaan
ଆପଣ ନିଜକୁ ଶରୀର ପରିବର୍ତ୍ତେ, ଏକ ଶକ୍ତିପିଣ୍ଡ ବୋଲି ଅନୁଭବ କରିପାରିବେ । ଆପଣଙ୍କ ଭାରୁଆ ଅନୁଭୂତି ଆପଣଙ୍କର ସଂଚିତ ଅପସଂସ୍କାରରୁ ଯାତ ହୋଇଛି ।
ଅନେକ ବୌଦ୍ଧାଶ୍ରମ ଗୁଡ଼ିକରେ ସନ୍ନ୍ୟାସ ଦୀକ୍ଷା ଦେବା ପୂର୍ବରୁ ସେମାନେ ଏକ ପରୀକ୍ଷା କରନ୍ତି । ଆଧ୍ୟାତ୍ମିକ ଜୀବନର ଶୃଙ୍ଖଳାକୁ ଭଲ ଭାବରେ ଗ୍ରହଣ କରିବା ପାଇଁ ଭିକ୍ଷୁମାନଙ୍କୁ ଦୀକ୍ଷା ଦବା ପୂର୍ବରୁ ଘାସ ଉପରେ ଚଲାଯାଇଥାଏ । ଯଦି ସେମାନେ ଘାସ ଉପରେ ଚାଲିଲାବେଳେ ପଥ ସୃଷ୍ଟି ହେଇଥାଏ । ତା ହେଲେ ସେମାନଙ୍କୁ ସନ୍ନ୍ୟାସୀ ଦୀକ୍ଷା ନବା ପାଇଁ ଅପେକ୍ଷା କରିବାକୁ ପଡ଼ିଥାଏ ଏବଂ ସେମାନଙ୍କ ଉପରେ ଅଧୀକତର ଆଧ୍ୟାତ୍ମିକକଟକଣା ଜାରୀ କରାଯାଇ ଥାଏ । ଜଣେ ବ୍ୟକ୍ତି ଯାହାର ସଂସ୍କାର କମ୍ ଥିବ, ସେ ଘାସ ଉପରେ ଚାଲିଲା ବେଳେ କେବେବି ପଥସୃଷ୍ଟି ହବନି କାରଣ ସେ ସବୁବେଳେ ନିଜକୁ ହାଲୁକା ଅନୁଭବ କରିଥାଏ । କାରଣ ସଂସ୍କାରର ବୋଝ କମ୍ ଥାଏ ।
ବିଶୃଙ୍ଖଳିତ ଶ୍ବାସରେ ଅମ୍ଳଜାନ ଗ୍ରହଣ ଓ ଅଧିକ ଅଙ୍ଗାରକାମ୍ଳ ତ୍ୟାଗ ଦ୍ବାରା ଆପଣଙ୍କର ନିରସ ସ୍ଥିତିକୁ ସରସ କରିପାରିବ । ଧ୍ୟାନ ଦିଅନ୍ତୁ ଶ୍ବାସ ଯେପରୀ ଘନ ଗଭୀର ଓ ବିଶୃଙ୍ଖଳିତ ହବା ଉଚିତ୍ । ଯେମିତି ସାରା ଶରୀର ଶ୍ବାସମୟ ହବ । ଏଥିରୁ ଯେଉଁ ଶକ୍ତି ଉତ୍ପନ୍ନ ହେବ ତାହା ଶରୀରର ମାଂସପେଶୀ ଗୁଡ଼ିକୁ ସଙ୍କୁଳିତ କରି ଅପସଂସ୍କାର ଗୁଡ଼ିକୁ ଖାଲି କରିବ ଏବଂ ଆପଣ ହାଲୁକା, ଷ୍ଫୁର୍ତ୍ତି ଓ ଆନନ୍ଦର ଅନୁଭୂତି ପାଇପାରିବେ ।
ଯଦ୍ଧି ବିଶୃଙ୍ଖଳ ଶ୍ବାସ ଉପରେ ନିର୍ମିତ ଅନ୍ୟ ସୂତ୍ର ଉପରେ ଜାଣିବାର ଆଗ୍ରହ ହୁଏ । ତା' ହେଲେ ଆନନ୍ଦ ସ୍ଫୁରଣ କାର୍ଯ୍ୟକ୍ରମ ବା ଲାଇଫ୍ ବ୍ଲିସ୍ କାର୍ଯ୍ୟକ୍ରମରେ ଶିକ୍ଷା ଦିଆଯାଉଥିବା ଦୁଃଖ ହରଣ ଧ୍ୟାନକୁ ମଧ୍ୟ ଅଭ୍ୟାସ କରିପାରନ୍ତି ।