ନିତ୍ୟ ଧ୍ୟାନ
This text was machine-transcribed from the printed book and may contain errors. Select the words and choose “Report a mistake”.
(ଅନନ୍ତ ଆନନ୍ଦ ପାଇଁ ଧ୍ୟାନ)
ନିତ୍ୟ ଧ୍ୟାନ କ'ଣ ? ଏ ବିଷୟରେ ବୋଧଗମ୍ୟ କରାଇବା ପୂର୍ବରୁ ମୁଁ ଏହାର ପ୍ରକଟନ କିପରି ଭାବରେ ହେଲା, ସେ ବିଷୟରେ ପ୍ରଥମେ ସ୍ୱଳ୍ପ ବିବରଣୀ ଦେବି ।
ପରମାନନ୍ଦ ପ୍ରାପ୍ତି ପରେ; ମୁଁ ପ୍ରାୟ କିଛି ଦିନ ଧରି ବୋଧ ହୁଏ କିଛିମାସ ନିରବତାରେ ରହିଥିଲି । ସେତେବେଳେ ମୁଁ ଧ୍ୟାନର ବିଭିନ୍ନ ସୂତ୍ର ଉପରେ ପରୀକ୍ଷା କରିଚାଲିଥିଲି ଦେଖିବା ପାଇଁ କି, କିଭଳି ଭାବରେ ଏକା ଅନୁଭୂତି ଯାହା ମୋତି ଘଟିଛି ତାହା ଅନ୍ୟମାନଙ୍କତି ସୃଷ୍ଟି କରିପାରିବି । ମୋ ପରୀକ୍ଷାର ପ୍ରଥମ ଫଳ ହେଲା ଆନନ୍ଦ ସ୍ଫୁରଣ ପ୍ରୋଗ୍ରାମ୍ (ଲାଇଫ୍ ବ୍ଲିସ୍ ପ୍ରୋଗ୍ରାମ୍), ଏଥିରେ ମୁଁ ଯେଉଁ ଧ୍ୟାନର ପଦ୍ଧତିଗୁଡ଼ିକର ସୂତ୍ରପାତ କରାଇଥିଲି, ତାହା ଶରୀରରେ ଥିବା ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ସ୍ୱତନ୍ତ୍ର ଭାବରେ କାର୍ଯ୍ୟ କରିଥିଲା, ଶକ୍ତିକେନ୍ଦ୍ରଗୁଡ଼ିକୁ ବିଶୁଦ୍ଧ ଓ ପ୍ରଚଣ୍ଡ ଶକ୍ତିର ସଞ୍ଚାର କରାଇବା ପାଇଁ । ତତ୍ପଶ୍ଚାତ୍ ମୁଁ ନିତ୍ୟାନନ୍ଦ ସ୍ଫୁରଣ ପ୍ରୋଗ୍ରାମର ରଚନା କଲି, ମୃତ୍ୟୁର ରହସ୍ୟକୁ ଖୋଲିବା ପାଇଁ ଯଦ୍ୱାରା ବ୍ୟକ୍ତି ଶାନ୍ତି ଓ ଆନନ୍ଦପୂର୍ଣ୍ଣ ସହକାରେ ଶରୀର ତ୍ୟାଗ କରିପାରିବ । ଏଥିରେ ଥିବା ଧ୍ୟାନର ପଦ୍ଧତିଗୁଡ଼ିକ ଶରୀରର ସପ୍ତକୋଷ ଉପରେ କାମ କରିଥିଲା । ତାହା ପରଠାରୁ ବ୍ୟକ୍ତିକୁ ସମସ୍ତ ସମ୍ଭବ ପଥ ଦ୍ୱାରା ପରମାନନ୍ଦ ବା ଆତ୍ମଜ୍ଞାନ ପ୍ରାପ୍ତି ପାଇଁ ମୁଁ ଅନେକ ଧରଣର ଧ୍ୟାନ କାର୍ଯ୍ୟକ୍ରମର ଅବତାରଣା କରିଥିଲି, ଯେପରି ଧ୍ୟାନ ସ୍ଫୁରଣ ପ୍ରୋଗ୍ରାମ, ଆତ୍ମା ସ୍ଫୁରଣ ପ୍ରୋଗ୍ରାମ୍ ଇତ୍ୟାଦି ।
ମୋର ସମସ୍ତ ଧ୍ୟାନର କାର୍ଯ୍ୟକ୍ରମ ଦେଇ ମୁଁ ପ୍ରାୟ ଏକସହ ଧ୍ୟାନର ସୂତ୍ର ଉପରେ କାର୍ଯ୍ୟ କରିଥିଲି । ବ୍ୟକ୍ତିର ସ୍ୱତନ୍ତ୍ର ଭାବ ଉପରେ କାର୍ଯ୍ୟକରି ତାର ସଚେତନତାର ପରିପକ୍ୱତା ପାଇଁ, ପ୍ରତିଟି ସୂତ୍ର ଏକ ନୂତନ ପଦକ୍ଷେପ ଥିଲା ।
ହେଲେ ଅନେକଥର ମୁଁ ଏକ ପ୍ରଶ୍ନର ସମ୍ମୁଖୀନ ହେଇଥିଲି। ଯେତେବେଳେ ମୋତେ ଲୋକମାନେ ପଚାରନ୍ତି ଯେ, କୌଣସି ଏପରି ଧ୍ୟାନ ସୂତ୍ର ଅଛି, ଯାହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଓ ଯାହାକୁ ଦୈନନ୍ଦିନ ଅଭ୍ୟାସ କରାଯାଇପାରେ। ବାରମ୍ବାର ଏ ପ୍ରଶ୍ନର ଉତ୍ପତିକୁ ନେଇ ମୁଁ ଏ ବିଷୟରେ ବିଚାର କରିବା ଆରମ୍ଭ କଲି।
ଏଭଳି ଏକ ଧ୍ୟାନ ସୂତ୍ରର ଆବିର୍ଭାବ ମୁଁ କରିବାକୁ ଚାହୁଁଥିଲି ଯାହା ମୋର ସମସ୍ତ ଦର୍ଶନ, ଶିକ୍ଷା ଓ ଅନୁଭୂତିକୁ ଦର୍ଶାଉଥିବ। ହଠାତ୍ ଏଭଳି ଏକ ସୂତ୍ର ଦୃଶ୍ୟମାନ ହେଲା ଯାହା ସର୍ବଦୃଷ୍ଟିରୁ ସ୍ଵତଃ ପରିପୂର୍ଣ୍ଣ ଥିଲା। ବ୍ୟକ୍ତିର କୌଣସି ନିର୍ଦ୍ଦିଷ୍ଟ ଭାବ ଉପରେ ଗୁରୁତ୍ବ ନ ଦେଇ, ବ୍ୟକ୍ତିର ସମଗ୍ର ବ୍ୟକ୍ତିସତ୍ତାକୁ ପରିପବର୍ତ୍ତନ କରି ପରମସତ୍ୟର ଅନୁଭବ କରିବା ପାଇଁ ଏହା ଥିଲା ସମ୍ପୂର୍ଣ୍ଣ ସକ୍ଷମ ସୂତ୍ର। ଏହି ଧ୍ୟାନର ସୂତ୍ର ନିତ୍ୟଧ୍ୟାନ ଯାହା ମୁଁ ଆପଣ ସମସ୍ତଙ୍କୁ ଶିଖେଇବାକୁ ଯାଉଛି, ତାହା ଦିନେ ଏକ ମୁହୂର୍ତ୍ତରେ ମୋ ଅନ୍ତଃକରଣରେ ପ୍ରକଟିତ ହୋଇଥିଲା। ଏହି ସୂତ୍ରର ବିଭିନ୍ନ ଭାଗ ଆଶ୍ଚର୍ଯ୍ୟ ଭାବରେ ପରସ୍ପର ମଧ୍ୟରେ ଏପରି ଭାବରେ ସଂଗମିତ ହୋଇଅଛି, ଯାହା ମାନବର ସଚେତନତାକୁ ଊର୍ଦ୍ଧ୍ବଗାମୀ କରେଇବା ପାଇଁ ଉର୍ଦ୍ଦିଷ୍ଟ। ପ୍ରକୃତରେ ନିତ୍ୟଧ୍ୟାନ ମୋର ଧ୍ୟାନ ସୂତ୍ରର ସର୍ବଶ୍ରେଷ୍ଠ ପରିକଳ୍ପନା ବୋଲି ମୁଁ କହିବି।
ଏଠାରେ ଗୋଟିଏ କଥା ଆପଣ ଜାଣିରଖିବା ନିତ୍ୟାନ୍ତ ଆବଶ୍ୟକ, ଜଣେ ଋଷି ଯାହାଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ, ଏବଂ ଯିଏସେ ସମାଧୂସ୍ଥ ଥିବାବେଳେ ଅନ୍ତଃକରଣରେ ଦୃଶ୍ୟମାନ ହୋଇଥିବା ମନ୍ତ୍ର ବା ସୂତ୍ରକୁ ପରିପ୍ରକାଶ କରିଥାନ୍ତି। ତା ମାନେ ନୁହେଁ ଯେ ସେ ଏ ମନ୍ତ୍ର ବା ସୂତ୍ରର କର୍ତ୍ତା ଅଟନ୍ତି। କାରଣ ଏହା କେବଳ ତାଙ୍କୁ ଦୃଶ୍ୟମାନ ହୋଇଛି। ପ୍ରକୃତି ସ୍ଵତଃ ପରିପୂର୍ଣ୍ଣ ଅଟେ। ଏଠି କୌଣସି ଜିନିଷର ସୃଷ୍ଟି କରିହବ ନାହିଁ। ସେଥିପାଇଁ ସୂତ୍ର ବା ମନ୍ତ୍ର କୌଣସି ବ୍ୟକ୍ତିର ସୃଷ୍ଟି ନୁହଁ। ତେଣୁ ମୁଁ ଆପଣମାନଙ୍କୁ ଏହା ପ୍ରାଞ୍ଜଳ ଭାବେ ବୁଝେଇଦେବାକୁ ଚାହୁଁଛି ଯେ ଏ ସୂତ୍ରର ସୃଷ୍ଟି କର୍ତ୍ତା ମୁଁ ନୁହେଁ। କେବଳ ସଠିକ୍ ସମୟରେ ଏହା ନିଜକୁ ମୋତି ପରିଦର୍ଶୀତ କରାଇଛି।
ଏଥର ଚାଲନ୍ତୁ ସୂତ୍ରକୁ ବର୍ଣ୍ଣନା କରିବା। ନିତ୍ୟଧ୍ୟାନକୁ ପାଞ୍ଚଭାଗରେ ବିଭକ୍ତ କରାଯାଉଛି।
ପ୍ରତିଟି ଭାଗ ମୁଁ ବିସ୍ତୃତ ଭାବରେ ଗୋଟିଏ ପରେ ଗୋଟିଏ ବୁଝେଇବି।