KAILASA Library/ନିତ୍ୟଧ୍ୟାନ/ପ୍ରଚଣ୍ଡ ଗୁଣୁଗୁଣୁ ସ୍ଵରSign in
ନିତ୍ୟଧ୍ୟାନ

ପ୍ରଚଣ୍ଡ ଗୁଣୁଗୁଣୁ ସ୍ଵର

This text was machine-transcribed from the printed book and may contain errors. Select the words and choose “Report a mistake”.

(ସମୟ: ୭ ମିନିଟ୍)

ସ୍ତର ଦ୍ଵିତୀୟ ପର୍ଯ୍ୟାୟରେ ଆପଣ ବଜ୍ରାସନରେ ବସନ୍ତୁ। ଆଙ୍ଗୁଠିରେ ଚିନ୍‌ମୁଦ୍ରା କରି ହାତକୁ ଆଣ୍ଠୁ ଉପରେ ରଖନ୍ତୁ। ଏଇ ଆସନରେ ବସି ପ୍ରଚଣ୍ଡ ବେଗରେ ଗୁଣୁଗୁଣୁ ଶବ୍ଦ କରିବା ଆରମ୍ଭ କରନ୍ତୁ। ଗୁଣୁଗୁଣୁ ସ୍ଵର ଯେତେ ଜୋର୍‌ରେ ଓ ଯେତେ ଲମ୍ବା କରିପାରିବେ କରନ୍ତୁ।

ମହିଳା ବଜ୍ରାସନରେ ଧ୍ୟାନ ମୁଦ୍ରାରେ ବସିଛନ୍ତି

ସାରା ଧ୍ୟାନକୁ ଗୁଣୁଗୁଣୁ ସ୍ଵର ଉପରେ ରଖନ୍ତୁ, ଯେମିତି ଗୁଣୁଗୁଣୁ ସ୍ଵର ପାଲଟି ଯାଆନ୍ତି। ଗୁଣୁଗୁଣୁ ସ୍ଵର ଆପଣଙ୍କ ଅନ୍ତର୍ମନରେ ଚାଲୁଥିବା କଥାବାର୍ତ୍ତାକୁ କମେଇ ଦିଏ। ଆମ ମନ ଭିତରେ ସର୍ବଦା ବାର୍ତ୍ତାଳାପ ଚାଲିଛି। ଯଦିବା ଆମେ ବାହାରେ କାହା ସାଥ୍ରେ କଥାବାର୍ତ୍ତା ହଉନଥାଉ, ହେଲେ ଭିତରେ କୌଣସି ନା କୌଣସି ଜନିଷକୁ ନେଇ ଭାବନା ଚାଲିଥାଏ। ଏ ଗୁଣୁଗୁଣୁ ସ୍ଵର ଏ ଅନ୍ତର୍ମନରେ ଚାଲିଥିବା କୋଳାହଳକୁ ହ୍ରାସ କରିବା ପାଇଁ ସର୍ବୋତ୍କୃଷ୍ଟ ସୂତ୍ର ଅଟେ।

ସାଧାରଣତଃ ଲୋକେମାନେ ଭାବନା ବିହୀନ ହୋଇ ବସିବାକୁ ବଡ଼ ଜଟିଳ ମଣନ୍ତି। ଜୀବନର ଅର୍ଦ୍ଧ ବୟସରେ ଧ୍ୟାନ ଭିତରକୁ ଗତି କରିବା ବେଳେ, ଆପଣଙ୍କ ମନ ଆପଣଙ୍କ ପାଇଁ ପ୍ରଥମ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ମନ ଆନ୍ଦୋଳନ ସୃଷ୍ଟି କରିଥାଏ। ସାରା ଜୀବନ ଅନେକ ବର୍ଷଧରି ମନକୁ ଦୌଡ଼ିବା ଅଭ୍ୟାସ

10 - Nithya Dhyaan

କରାଇବା ପରେ ଯେତେବେଳେ ତାଙ୍କୁ ନିରବରେ ବସେଇ ଦିଆଯାଏ, ସେତେବେଳେ ମନ ବିପ୍ଳବ କରିବା ସ୍ଵାଭାବିକ୍ ଅଟେ । ବସ୍ତୁତଃ ଅନେକଲୋକ ଧ୍ୟାନ କଲାବେଳେ ମନକୁ ଭାବନା ଶୂନ୍ୟ କରିବାକୁ ଯାଇ ଅଧିକ ଭାବନାର ଶୀକାର ହୋଇଥାନ୍ତି ବୋଲି ଅଭିଯୋଗ କରିଥାନ୍ତି । ମନ ଅନେକ ବର୍ଷରୁ ନିରବତାରେ ଅଭ୍ୟସ୍ତ ହୋଇନି । ଏବଂ ମନକୁ ନିରବ ରଖିବାର ଯେକୌଣସି ପ୍ରାଥମିକ ଚେଷ୍ଟା, ପଁହରିଲା ବେଳେ ଲହରୀର କରେଣ୍ଟର ବିପରୀତ ମୁଖି ହୋଇ ପଁହରିବା ସହିତ ସମାନ । ଲହଡ଼ି ରାସ୍ତା ରୋକିବା ସ୍ଵାଭାବିକ୍ ଅଟେ । ଅନେକ ଲୋକ ଏହି ସମୟରେ ଧ୍ୟାନ ଆଉ ଅଭ୍ୟାସ କରନ୍ତି ନାହିଁ । ସେମାନେ ଅନୁତ୍ସାହିତ ହୋଇଥାନ୍ତି ଏବଂ ଧ୍ୟାନ ତାଙ୍କ ପାଇଁ ସମ୍ଭବ ନୁହଁ ବୋଲି ଭାବିଥାନ୍ତି । ହେଲେ ମୁଁ ଗୋଟିଏ କଥା ବାଖ୍ୟା କରିବାକୁ ଚାହୁଁଛି ଯେ ଯେତେ ବ୍ୟକ୍ତି ଧ୍ୟାନ କରନ୍ତି ତାଙ୍କ ସମସ୍ତଙ୍କ ପ୍ରଥମ ଅନୁଭୂତି ଏକଥା ଅଟେ । ଆପଣଙ୍କୁ ସାଧନା କରିବାକୁ ପଡ଼ିବ । ଚେଷ୍ଟା କରିବାକୁ ପଡ଼ିବ । ଏବଂ ଏହି ସାଧନକୁ ମୁଁ ତପସ୍ୟା ବୋଲି କୁହେ । ଯଦି ମୂଳରୁ ଅବରୋଧ ଦ୍ଵାରା ଆପଣ ନିରୁତ୍ସାହୀତ ହୋଇଯାଆନ୍ତି ତା ହେଲେ ଆପଣ କେବେ ବି ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ ।

ଏକ ପୌରାଣିକ କଥା, ଯେତେବେଳେ ସମସ୍ତ ଦେବତାଗଣ ଓ ଅସୁରଗଣ ସମୁଦ୍ର ମନ୍ଥନ କଲେ, ଅମୃତର ସଂନ୍ଧାନରେ ସେମାନେ ଆଶ୍ଚର୍ଯ୍ୟାନ୍ଵିତ ହେଲେ ଯେ ପ୍ରଥମେ ଯେତେବେଳେ ସେମାନେ ମନ୍ଥନ କଲେ, ସେତେବେଳେ ବିଷ ବାହାରିଲା । ତା’ପରେ ଅନେକ ବସ୍ତୁ ବାହାରିଲା । ଏବଂ ସର୍ବଶେଷରେ ଅମୃତ ବାହାରିଥିଲା । ଏହି ପୌରାଣିକ କଥାରେ ଧ୍ୟାନତତ୍ତ୍ଵର ଏକ ଗୂଢ଼ ରହସ୍ୟ ଲୁଚି ରହିଛି । ଯେତେବେଳେ ମନକୁ ମନ୍ଥନ କରାଯିବ ଧ୍ୟାନର ପ୍ରକ୍ରିୟା ଦ୍ଵାରା, ଆତ୍ମଜ୍ଞାନର ପ୍ରାପ୍ତି ପାଇଁ, ପ୍ରଥମେ ଯେତେ ଖୁନ୍ଦି ହୋଇଥିବା ଅତୀତର ନିଷେଧାତ୍ମକ ସଂସ୍କାର ବାହାରକୁ ବାହାରିବ । ହେଲେ, ନିରୁତ୍ସାହିତ ହବାର ଆବଶ୍ୟକତା ନାହିଁ । କାରଣ ଏହା ପ୍ରଗତିକୁ ହିଁ ଦର୍ଶାଉଛି, ଯାହା ନିଷେଧାତ୍ମକ ସଂସ୍କାରଗୁଡ଼ିକୁ ବାହାରକୁ ତଡ଼ୁଛି । ଚେଷ୍ଟା ଜାରି ରଖିଥାନ୍ତୁ, ଯେପର୍ଯ୍ୟନ୍ତ ସର୍ବୋତ୍ତମ ସ୍ଥିତିରେ ପହଞ୍ଚିନଯାଇଛନ୍ତି ।

ଧ୍ୟାନ ଶିଖିବା ଆରମ୍ଭ କଲା ଅବସ୍ଥାରେ ଅନ୍ତର ମନରେ ଚାଲିଥିବା ଅନବରତ ବାର୍ତ୍ତାଳାପର ଜାଲରୁ ବାହାରିବା ପାଇଁ ପ୍ରଚଣ୍ଡ ଗୁଣୁଗୁଣୁ ସ୍ଵର ସବୁଠୁ ସାହାର୍ଯ୍ୟକାରୀ ହୋଇଥାଏ । ଆମ ଭିତରେ ବାର୍ତ୍ତାଳାପ ମଣିପୁରକ ଓ ସ୍ଵାଦୀଷ୍ଠାନ ଚକ୍ର ମଧ୍ୟଭାଗରେ ସୃଷ୍ଟି ହୋଇଥାଏ । ଏହି ଜାଗାକୁ ହାରା ବୋଲି ବି କୁହାଯାଏ । ଯେତେବେଳ ଆମେ ପ୍ରଖର ବେଗରେ ଗୁଣୁଗୁଣୁ ଶବ୍ଦ କରିଥାଉ, ସେତେବେଳେ ଆମ ନାହୀର ଠିକ୍ ତଳେ ଗଭୀର କମ୍ପନର ଅନୁଭୂତି ହୋଇଥାଏ ଓ ସେହି ଜାଗାରେ ସୃଷ୍ଟି ହୋଇଚାଲିଥିବା ଆଭ୍ୟନ୍ତରୀଣ ବାର୍ତ୍ତାଳାପକୁ ବନ୍ଦ କରିଦେଇଥାଏ । ଏହା ହାରାକୁ କମ୍ପିତ କରାଇଲାଭଳି ହେଇଥାଏ । ତେଣୁ ଗୁଣୁଗୁଣୁ ସ୍ଵର ନାଭିର ଠିକ୍ ତଳୁ ହବାର ଅଛି ।

ଆଭ୍ୟନ୍ତରୀଣ ବାର୍ତ୍ତାଳାପ ମନର ମୁଖ୍ୟ କାର୍ଯ୍ୟ ଅଟେ । ମନ ଅହରହ ଚାଲିଥିବା ଆଭ୍ୟନ୍ତରୀଣ ବାର୍ତ୍ତାଳାପ ବ୍ୟତୀତ ଆଉ କିଛି ନୁହଁ । ଯେତେବେଳେ ଗୁଣୁଗୁଣୁ ଶବ୍ଦ ଦ୍ଵାରା ମନରେ ଚାଲିଥିବା କୋଳାହଳକୁ କମ୍ କରିଦେବ, ମନକୁ ମନ ଆପଣ ମନ ବିହୀନ ସ୍ଥିତି ଆଡ଼କୁ ଅଗ୍ରସର ହବା ଆରମ୍ଭ କରିଦେବେ । ନିଜ ଭିତରେ ଏକ ନୂତନ ଦିଗର ଆବିର୍ଭାବକୁ ଅନୁଭୂତି କରିପାରିବେ ।

ଜଣେ ଭଲ କାର୍ ଡ୍ରାଇଭର୍ ନିଜ ଗାଡ଼ିର ଟିକି ନିଖ୍ ବିଷୟ ସବୁ ଜାଣିପାରିଥାଏ । ଯେପରି କାର୍ ଭିନ୍ନ ଗତିରେ ଚାଲିଲା ବେଳେ ଇଂଜିନ୍‌ର ଶବ୍ଦ କିପରି ବଦଳିଯାଏ ଇତ୍ୟାଦି । ସେ ଗାଡ଼ିରେ ହେଉଥିବା ତ୍ରୁଟିକୁ ସାଙ୍ଗେ ସାଙ୍ଗେ ଜାଣିଥାଇପାରେ ଓ ତାକୁ ଠିକ୍ କରିବା ପାଇଁ ପଦକ୍ଷେପ ନେଇଥାଏ । ଯାତ୍ରୀ କିଛି ଜାଣିଥାଇପାରେନି, ହେଲେ ଦକ୍ଷ କାର୍ ଡ୍ରାଇଭର୍ ନିଶ୍ଚୟ ଜାଣିପାରେ । ଠିକ୍ ସେହିପରି ଯେତେବେଳେ ଆପଣ ଏହି ଧ୍ୟାନର ଅଭ୍ୟାସ ପ୍ରତିଦିନ କରିଚାଲିବେ ଆପଣଙ୍କ ଗୁଣୁଗୁଣୁ ଶବ୍ଦର ପ୍ରଖରତା ଓ ସ୍ଵରଗୁଣକୁ ନେଇ ଆପଣ ଆପଣଙ୍କର ଶରୀର କାର୍ଯ୍ୟକୁ ଭଲ ଭାବରେ ବୁଝିପାରିବେ । ଯଦି ଆପଣ ଆବଶ୍ୟକରୁ ଅଧିକ ଖାଇଥିବେ ବା କୌଣସି ବିଶେଷ ପ୍ରକାରର ଖାଦ୍ୟ ଆପଣଙ୍କୁ କ୍ଷତିକାରକ ହେଇଥିବ । ଆପଣ ଗୁଣୁଗୁଣୁ ଶବ୍ଦର ସ୍ଵର ଗୁଣରେ ପରିବର୍ତ୍ତନ ଦେଖିପାରିବେ । ମନକୁ ମନ ଆପଣ ଶରୀରର ଆବଶ୍ୟକତା ସହିତ ଖାପ ଖୁଆଇ ଚାଲିବେ ଯଦ୍ଵାରା ଆପଣଙ୍କର ଗୁଣୁଗୁଣୁ ଶବ୍ଦ ବଡ଼ ଆରାମରେ ହବ । ଏହି ଶବ୍ଦ ଆପଣଙ୍କ ଶରୀରରେ ହେଉଥିବ । ସୂକ୍ଷ୍ମ କମ୍ପନ ଗୁଡ଼ିକ ବିଷୟରେ ଜ୍ଞାନ ଦେଇଥାଏ ଏବଂ ସଠିକ୍ ପଦକ୍ଷେପ ନବା ପାଇଁ ମଧ୍ୟ ସାହାର୍ଯ୍ୟ କରିଥାଏ । ଏ ସମସ୍ତ ଜିନିଷ ମନକୁ ମନ ଘଟିଥାଏ ଏବଂ ଏହାକୁ ଲଦିବାର କୌଣସି ଆବଶ୍ୟକତା ନଥାଏ ।

ଆମର ଶରୀର ଓ ମନ ସବୁବେଳେ ଝାପସ଼ଢ଼ା ହୋଇଥାଆନ୍ତି । ମୁଁ ସବୁବେଳେ ଲୋକଙ୍କୁ କୁହେ ଯେ ଯଦି ଆପଣଙ୍କ ଶରୀର ଏଠି ଅଛି, ତା ହେଲେ ଏହା ସୁନିଶ୍ଚିତ ଯେ ଆପଣ ଏଠି ନାହାନ୍ତି । ଆପଣଙ୍କ ମନ ସବୁବେଳେ ଅନ୍ୟତ୍ର ଭ୍ରମୁ ଥାଏ । ଆମ ଶରୀରର ନିଜର ଅନ୍ତର୍ବୁଦ୍ଧି ଥାଏ, ଯାହା ସର୍ବଦା କାର୍ଯ୍ୟରତ ଥାଏ । କେବଳ ଆମର ମନ ସେହି ବୁଦ୍ଧିକୁ ସମର୍ଥନ ଦବାକୁ ମନା କରିଥାଏ । ଏହା ଶରୀରକୁ କୌଣସି କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥାଏ ।

ଯାହା ପରବର୍ତ୍ତୀ କାଳରେ ଶରୀରରେ ରୋଗ ହୋଇ ବାହାରକୁ ବାହାରିଥାଏ । ରୋଗ ନିରୋଗତାର ଅନୁପସ୍ଥିତିକୁ ବୁଝାଏ । ଯଦି ଶରୀର ଉପରେ ଜବରଦସ୍ତ କୌଣସି କାର୍ଯ୍ୟ କରାଯାଏ, ତା ହେଲେ ଦିନେ ନା ଦିନେ ଶରୀର ଏହାର ବିଦ୍ରୋହ କରିଥାଏ ।

ଅନେକ ସମୟରେ ଆପଣ ଅତ୍ୟଧିକ ଖାଦ୍ୟ ଖାଇ ପକାନ୍ତି । ଶରୀର ଆପଣଙ୍କୁ ପେଟ ପୁରିବାର ସଙ୍କେତ ଦେଇ ସାରିଲାଣି, ହେଲେ ମନକୁ ଶାନ୍ତି ପାଉନି । ମନ ଚାହୁଁଛି ଆହୁରି ଖାଇବି । ଏହା ଶରୀରକୁ ଭରିବାରେ ଲାଗିଥାଏ ଏବଂ ଧୀରେ ଧୀରେ ଶରୀରକୁ କ୍ଷୟଶାଳୀ କରିଥାଏ । ତେଣୁ ଶରୀର ଓ ମନକୁ ବାଦଦେଇ ଆଗକୁ ଯିବା ପାଇଁ ଉଭୟଙ୍କ ଭିତରେ ସମାନତା ଆଣିବା ଅତ୍ୟନ୍ତ ଜରୁରୀ । ଅନ୍ୟଥା ଆମେ ଶରୀର ଓ ମନର ସ୍ତରରେ ଛନ୍ଦୀ ହୋଇଯିବା ଓ ପରିବର୍ତ୍ତନ ଆମ ପାଇଁ କଷ୍ଟ ସାଧ୍ୟ ହୋଇପଡ଼ିବ । ଗୁଣୁଗୁଣୁ ଶବ୍ଦ ଶରୀର ଓ ମନକୁ ଯୋଡ଼ିବାର ବିଶିଷ୍ଟ ସୂତ୍ର ଅଟେ ।

ଏଭଳି ଶବ୍ଦ କରିବା ଦ୍ଵାରା ଶରୀରରେ ବୈଦ୍ୟୁତିକ ଶକ୍ତି ଅନୁଭୂତି ହୁଏ । ଫଳତଃ ଶରୀର ଆପଣଙ୍କୁ ହାଲୁକା ଲାଗେ, ଯେପରିକି ଆପଣ ଭାସୁଛନ୍ତି । ଏଭଳି ଶବ୍ଦ ସୃଷ୍ଟି କରିବା ଦ୍ଵାରା ଶରୀରର କମ୍ପନ ଓ ମନର କମ୍ପନ ସମକକ୍ଷ ହୋଇଥାନ୍ତି ଓ ଶରୀରର କଠିନତା ଚାଲିଯାଏ । ଶରୀର ଓ ମନ ସମନ୍ୱୟତାକୁ ଆସିଯାନ୍ତି ଏବଂ ଆପଣ ନିଜକୁ ବିଦ୍ୟୁତ୍ ଶକ୍ତି ଭଳି ଅନୁଭବ କରିପାରନ୍ତି ।

ତେଣୁ ଏ ଭାଗରେ ଓଠ ଦ୍ଵୟକୁ ଚାପି ରଖନ୍ତୁ ଏବଂ ମଁ.... ମମମ.... ଶବ୍ଦ ଭିତରୁ ଗୁଣୁଗୁଣୁ କରନ୍ତୁ । ଯଦି ଆପଣ ଗୋଟିଏ ଶୁଷ୍କ ଆଲୁମିନିୟମ୍ ନଳୀ ଭିତରେ ମୁହଁ ପୂରାଇ ଶବ୍ଦ କରନ୍ତି, ଠିକ୍ ଏକାଭଳୀ ଶବ୍ଦ ବାହାରିବା ଜାଣିରଖନ୍ତୁ, ଏହା ହମ୍... କିମ୍ବା ଓଁ... ନୁହେଁ । କେବଳ ଓଠକୁ ଚାପି ରଖି ମମ... ଶବ୍ଦ ବାହାର କରିବେ । ଗୁଣୁଗୁଣୁ ଶବ୍ଦ ଯେତେ ଗଭୀର (ନାଭି ବିନ୍ଦୁରୁ) ହୋଇପାରିବ, ଏବଂ ନିଶ୍ଵାସ ଭିତରେ ଯେତେ ଦୀର୍ଘ ହୋଇପାରିବ ସେତେ ଭଲ । ଗଭୀର ନିଶ୍ଵାସ ନବା ପାଇଁ ଚେଷ୍ଟା

Chin mudra

କରିବାର କୌଣସି ଆବଶ୍ୟକତା ନାହିଁ । ଶରୀର ମନକୁ ମନ ଆବଶ୍ୟକତା ଅନୁସାରେ ଶ୍ଵାସ ନବ ଉତ୍ତେଜିତ ନ ହୋଇ ଧୀର ସ୍ଥିର ଭାବେ କରନ୍ତୁ । ସ୍ୱୟଂଙ୍କୁ ଭିଜେଇ ଦିଅନ୍ତୁ ଏବଂ ଶାରୀ ଶକ୍ତି ଲଗେଇ ଦିଅନ୍ତୁ ଏହି କମ୍ପନକୁ ସୃଷ୍ଟି କରିବା ପାଇଁ । ତାହା ମଧ୍ୟରେ ଖାଲି ସମୟ ଯେତେ କମ୍ ହେବ ସେତେ ଭଲ । କିଛି ସମୟ ପରେ ଆପଣ ଦେଖିପାରିବେ ଗୁଣୁଗୁଣୁ ଶବ୍ଦ ମନକୁ ମନ ହେଉଛି ଆପଣଙ୍କର ବିନା କୌଣସି ଚେଷ୍ଟାରେ ଏବଂ ଆପଣ କେବଳ ଏକ ଶ୍ରୋତା ପାଲଟି ଯାଇଛନ୍ତି । ଶରୀର ଓ ମନ ଗୁଣୁଗୁଣୁ ଶବ୍ଦରେ ପ୍ରତିଧ୍ୱନୀତ ହୋଇଉଠୁଛନ୍ତି ।

ବଜ୍ରାସନରେ ବସିଥିବା ଭିତରେ ଏହା କରିଚାଲନ୍ତୁ ଏବଂ ଚିନ୍ ମୁଦ୍ରା କରି ହାତକୁ ଆଣ୍ଠୁ ଉପରେ ରଖନ୍ତୁ । ଯେପରି ଛବିରେ ଦର୍ଶାଯାଇଛି, ବିଶି ଆଙ୍ଗୁଠି ଓ ବୁଢ଼ା ଆଙ୍ଗୁଠି ପରସ୍ପରକୁ ୦ କରି, ବିଶି ଆଙ୍ଗୁଠି ବୁଢ଼ା ଆଙ୍ଗୁଠି ଉପରେ ରହିଛି ଏବଂ ବାକି ତିନି ଆଙ୍ଗୁଠି ସିଧା ରହିଛି । ଚିନ୍ ମୁଦ୍ରା ଦ୍ଵାରା ଶରୀରରେ ଶକ୍ତିର ପରିଚାଳନା ସଙ୍କୁଚିତ ହୋଇଥାଏ ଓ ଶକ୍ତିକୁ ଶରୀର ମଧ୍ୟରେ ହିଁ ବେଷ୍ଟନ କରି ରଖୁଥାଏ । ଏହା ଶକ୍ତିକୁ ବାହ୍ୟ ପ୍ରବାହରୁ ନିଷେଧ କରିଥାଏ ।

ଭିତ୍ତିଶୃଙ୍ଖଳ ଶ୍ୱାସ ଓ ପ୍ରଚଣ୍ଡ ଗୁଣୁଗୁଣୁ ଶବ୍ଦ କ୍ରିୟାକୁ ଅତିକ୍ରମ କଲାପରେ ଏଥର ଆସନ୍ତୁ ପର ଭାଗରେ ସୂକ୍ଷ୍ମତର ଅଞ୍ଚଳ ଆଡ଼କୁ ଅଗ୍ରସର ହବା । ଯଦି ଏଭଳି ଶବ୍ଦ କ୍ରିୟା ସମ୍ବନ୍ଧୀତ ଅନ୍ୟାନ୍ୟ ସୂତ୍ର ବିଷୟରେ ଅଧିକା ଜ୍ଞାନର ଅଭିଳାଷା ରଖନ୍ତି ତାହେଲେ ଆମେ ଆନନ୍ଦ ସ୍ଫୁରଣ ବା ଲାଇଫ୍ ବ୍ଲିସ୍ ପ୍ରୋଗ୍ରାମ୍‌ରେ ଶିଖାଉଥିବା ମହାମନ୍ତ୍ର ଧ୍ୟାନ ବି କରିପାରନ୍ତି ।

14 - Nithya Dhyaan

Chakras in a meditating yogic figure seated on a tiger skin

Sahasrara (crown center) ସହସ୍ରାର ଚକ୍ର

Ajna (brow center) ଆଜ୍ଞା ଚକ୍ର

Vishuddhi (throat center) ବିଶୁଦ୍ଧି ଚକ୍ର

Anahata (heart center) ଅନାହତ ଚକ୍ର

Manipuraka (navel center) ମଣିପୁରକ ଚକ୍ର

Swadhishtana (spleen center) ସ୍ୱାଦିଷ୍ଠାନ ଚକ୍ର

Muladhara (base of spine) ମୂଳାଧାର ଚକ୍ର