KAILASA Library/ନିତ୍ୟଧ୍ୟାନ/ଚକ୍ର ଜାଗ୍ରତୀSign in
ନିତ୍ୟଧ୍ୟାନ

ଚକ୍ର ଜାଗ୍ରତୀ

This text was machine-transcribed from the printed book and may contain errors. Select the words and choose “Report a mistake”.

(ସମୟ: ୭ ମିନିଟ୍)

woman meditating in sukhasana

ଏହି ଚରଣରେ ଆପଣ ବଜ୍ରାସନରେ ବସିରହି ଥାଇପାରନ୍ତି କିମ୍ବା ଇଚ୍ଛା ହେଲେ ସୁଖାସନରେ (ଗୋଡ଼ ଛନ୍ଦି ଚକାମାଡ଼ି କରି ବସିବା) ବସିପାରନ୍ତି । ବର୍ତ୍ତମାନ ପ୍ରତିଟି ଚକ୍ର ଉପରକୁ ଜାଗ୍ରତୀ ନେଇ ଚାଲନ୍ତୁ । ମୂଳାଧାର ଚକ୍ରରୁ (ମୂଳ କେନ୍ଦ୍ର) ନେଇ ସହସ୍ରାଧାର ଚକ୍ର (କ୍ରାଉନ୍ ଚକ୍ର) ପର୍ଯ୍ୟନ୍ତ ।

ଆମ ଶରୀରରେ ସାତଗୋଟି ଶକ୍ତି କେନ୍ଦ୍ର ରହିଛି । ଏଣୁ ଆମେ ଏଇ ସୁପ୍ତ ଚକ୍ରଗୁଡ଼ିକର ସ୍ଥିତି ବିଷୟରେ ବୁଝିବା ଆବଶ୍ୟକ ଅଟେ ।

ଆମର ଚରିତ୍ର ତିନିଟି ଶରୀରରୁ ଗଠିତ ହୋଇଛି । ଆମର ଦେହ (ସ୍ଥୁଳ ଶରୀର), ମାନସ (ସୂକ୍ଷ୍ମ ଶରୀର), ଏବଂ କାରଣ ଶରୀର (ସୂକ୍ଷ୍ମାତୀତ ଶରୀର) । ଠିକ୍ ସେହିଭଳୀ ଚେତନାର ମଧ୍ୟ ତିନିଟି ସ୍ଥିତି ରହିଛି । ଜାଗ୍ରତ ଅବସ୍ଥା, ସ୍ବପ୍ନାବସ୍ଥା, ଗଭୀର ନିଦ୍ରାବସ୍ଥା । ଏହି ତିନିଗୋଟି ଶରୀର ଓ ତିନିଗୋଟି ଚେତନାର ସ୍ଥିତିର ପରବର୍ତ୍ତୀ ସ୍ଥିତି ହେଉଛି ଆତ୍ମାର ବା ପରମେଶ୍ବରଙ୍କର । ଆପଣ ଯାହା ବି ଏହାଙ୍କୁ କହିପାରନ୍ତି । ସଂସ୍କୃତ ଭାଷାରେ ଆମେ ଏଇ ସର୍ବୋତ୍କୃଷ୍ଟ ସ୍ଥିତିକୁ 'ଶରୀର ତ୍ରୈବଲକ୍ଷଣା, ପଞ୍ଚକୋଷାତୀତଃ, ଅବସ୍ଥା ତ୍ରୟା ସାକ୍ଷୀ (ତିନି ଶରୀରର ଦ୍ରଷ୍ଟା, ପଞ୍ଚ ଶରୀର କୋଷ ବାଦ୍ ଓ ତିନିଟି ଚେତନା ସ୍ଥିତିର ଦ୍ରଷ୍ଟା)' ବୋଲି କହୁ ।

16 - Nithya Dhyaan

ଭୌତିକ ଶରୀରକୁ ହିଁ ଆମେ ଜାଣିଥାଉ, ଯାହା ଜାଗ୍ରତ ଅବସ୍ଥାରେ ଖାଉଛି, ଚାଲୁଛି ଇତ୍ୟାଦି। ମାନସ ଶରୀର ତାହା, ଯାହା ଆମେ ସ୍ୱପ୍ନରେ ବ୍ୟବହାର କରିଥାଉ। ଆପଣ ଭାରତ ଦେଶରେ ଶୋଇଥିବେ, ହେଲେ ଆପଣଙ୍କ ମନ ଅନ୍ୟ କୌଣସି ଦେଶରେ ଥିବ। ସେଇ ସମୟରେ ଆପଣ ମାନସ ଶରୀରକୁ କାର୍ଯ୍ୟରେ ଲଗାଇଥାଆନ୍ତି। ଜାଗ୍ରତ ଥିବା ବେଳେ ମଧ୍ୟ ଆପଣ ମାନସ ଶରୀରର ବ୍ୟବହାର କରିଥାନ୍ତି। କାରଣ ଜାଗ୍ରତ ଥିବା ବେଳେ ମଧ୍ୟ ଆପଣଙ୍କର ଭାବନା ପ୍ରବୃତ୍ତି (ଭାବିବା) ଅନବରତ୍ କାମ କରିଚାଲିଥାଏ।

କାରଣ ଶରୀରକୁ ଆମେ ଗଭୀର ନିଦ୍ରାତ ସ୍ୱପ୍ନ ବିହୀନ ନିଦ୍ରା ସମୟରେ ବ୍ୟବହାର କରିଥାଉ। ସମ୍ପୂର୍ଣ୍ଣ ଶୟନକାଳ ଭିତରେ ଅନେକ ପର୍ଯ୍ୟାୟ ଆସେ ଯେତେବେଳେ ମନ ଖାଲି ପଡ଼ିଯାଏ ଏବଂ କୌଣସି ଭାବନା ନଥାଏ। ଠିକ୍ ଏହି ସମୟରେ ଆମେ କାରଣ ଶରୀରକୁ ଅନୁଭବ କରିଥାଉ। ଏହି ତିନିଗୋଟି ଶରୀର ପରସ୍ପର ଠାରୁ ପୃଥକ୍ ନୁହେଁ ଯାହା ଆମେ ଭାବିଥାଇପାରୁ। ସେମାନେ ଘନିଷ୍ଠ ଭାବରେ ଯୋଡ଼ି ହୋଇଥାନ୍ତି। ଭାବନ୍ତୁ ଯେ ଯେମିତି ଗୋଟିଏ କାଗଜ ଉପରେ ଯୋଡ଼େ ଗାର ଏଭଳି ଭାବରେ ଟଣାଯାଇଛି ଯେ ସେମାନେ ପରସ୍ପରକୁ ସାତଟି ଜାଗାରେ ଛେଦକରୁଛନ୍ତି। ଯଦି ଗୋଟିଏ ଗାର ଭୌତିକ ଶରୀରକୁ ଦର୍ଶାଏ ତେବେ ଅନ୍ୟଗୋଟି ସୂକ୍ଷ୍ମ ଶରୀର ଓ ଖାଲି କାଗଜ କାରଣ ଶରୀରକୁ ବୁଝାଇବ। ଏଇ ସାତୋଟି ଜାଗା ଯେଉଁଠି ସ୍ଥୁଳ ଶରୀର ଓ ସୂକ୍ଷ୍ମ ଶରୀର, କାରଣ ଶରୀର ସହିତ ମିଶିଯାଏ ତାହା ସପ୍ତ ଶକ୍ତି କେନ୍ଦ୍ର ଗୁଡ଼ିକର ନିର୍ଦ୍ଦିଷ୍ଟ ଜାଗା ବୋଲି ଜଣାଯାଏ। ଏହି ଶକ୍ତି କେନ୍ଦ୍ର ଗୁଡ଼ିକ ସ୍ଥୁଳ, ସୂକ୍ଷ୍ମ ଓ କାରଣ ଶରୀରର ଛେଦତି ଅବସ୍ଥାପିତ ହୋଇଛନ୍ତି। ଏହି ଚକ୍ରଗୁଡ଼ିକ ଅଧୂଭୌତିକ ସ୍ଥିତିରେ ରହିଥାନ୍ତି। ନିକଟରେ ହେଇଥିବା ଔରା (ଜ୍ୟୋତି) ଫଟୋଗ୍ରାଫି ଉପରେ ଗବେଷଣାରେ ଏଇ ଶକ୍ତି କେନ୍ଦ୍ରଗୁଡ଼ିକର ଫଟୋ ମଧ୍ୟ ନିଆଯାଇପାରିଛି।

ଏଇ ସପ୍ତ କେନ୍ଦ୍ର ଗୁଡ଼ିକ ବ୍ୟକ୍ତିର ନିର୍ଦ୍ଦିଷ୍ଟ ଭାବପ୍ରବଣତା ଗୁଡ଼ିକ ସାଥ୍ରେ ସମ୍ପର୍କୀତ ହୋଇଥାଏ। ଏହି ଭାବପ୍ରବଣତା ଗୁଡ଼ିକ ମନର ବିକାର ଓ ପୂର୍ବ ସଂଚିତ ସଂସ୍କାର ଗୁଡ଼ିକର ଫଳ ଅଟେ। ଏଇ ସଂସ୍କାର ଗୁଡ଼ିକ ସମ୍ପର୍କୀତ ଶକ୍ତି କେନ୍ଦ୍ର ଗୁଡ଼ିକରେ ବ୍ଲକ ହୋଇ ଶାରୀରିକ ଓ ମାନସିକ ଅଘଟଣ ସୃଷ୍ଟି କରିଥାନ୍ତି।

ଆମ ଭିତରେ ସଂସ୍କାରର ଅବସ୍ଥିତି ଆମର ଅସଚେତନତା ଯୋଗୁଁ ହୋଇଛି । ତେଣୁ ଯେତେବେଳେ ଆମେ ଜାଗ୍ରତାର ବନ୍ୟା କରାଇଥାଉ ସେତେବେଳେ ଏ ଶକ୍ତିକେନ୍ଦ୍ର ଗୁଡ଼ିକରେ ଠୁଳ ସଂସ୍କାରର ଅପସାରଣ ହବା ଆରମ୍ଭ ହେଇଥାଏ ଏବଂ ଅହାତ ଭାବନା ସବୁ ଅପସରୀଯାଇ ହାତ ଭାବନା ଯଥା ପ୍ରେମ ଓ ଦୟା ଭାବନା ଝଲକି ଥାଏ ।

ଆମର ଅଧୁକତମ ରୋଗ ଉଭୟ ମନ ଓ ଶରୀର ସଂକ୍ରାନ୍ତ ଅଟେ । ସେମାନଙ୍କର ମୂଳ ଆମ ମନତି ଥାଏ । ଯାହା ଆମେ ବାହାରେ ଦେଖୁଥାଉ, ତାହା ହେଉଛି କେବଳ ପ୍ରଭାବ । ଆମେ କେବେବି ଶରୀର ଓ ମନର ସମ୍ପର୍କକୁ ଠିକ୍ ରୂପେ ବୁଝିନେ । ଯେତେବେଳ କୌଣସି ନିର୍ଦ୍ଦିଷ୍ଟ ଶକ୍ତି କେନ୍ଦ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ, ଶରୀରର ସେହି ଶକ୍ତି କେନ୍ଦ୍ର ପାର୍ଶ୍ଵରେ ଥିବା ନିକଟସ୍ଥ ଜାଗା ଗୁଡ଼ିକ ପ୍ରଭାବିତ ହୋଇଥାଏ । ଆପଣମାନେ ଅନୁଭବ କରିଥିବେ, ଯେତେବେଳେ ଆପଣ ଅତୀ ଉଦ୍‌ବେଗରେ ଥିବେ, ଆପଣଙ୍କ ପାକସ୍ଥଳୀରେ ବିଶୃଙ୍ଖଳ ଦେଖାଦେଇଥାଏ । ତେଣୁ ସୁନ୍ଦର ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ପାଇଁ ଶକ୍ତି କେନ୍ଦ୍ର ଗୁଡ଼ିକ ବିଶୁଦ୍ଧ ଓ ନିର୍ମଳ ରଖିବା ଗୁରୁତ୍ଵ ପୂର୍ଣ୍ଣ ଅଟେ ।

ତଳେ ମୁଁ କେଉଁ ଶକ୍ତି କେନ୍ଦ୍ରଗୁଡ଼ିକ କାହା ଦ୍ଵାରା ପ୍ରତିବନ୍ଧିତ ହୋଇଥାଆନ୍ତି ଏବଂ କିଭଳି ଭାବରେ ତାକୁ ନିର୍ମଳ କରିହେବ, ତା ଉପରେ ବିଶେଷରେ ବିବରଣୀ ଦେଇଛି ।

ଆମର ସମସ୍ତ ପ୍ରକାରର ଭାବପ୍ରବଣତା ଯେପରି କଳ୍ପନା, ଦିବାସ୍ଵପ୍ନ, ଭୟ, ବ୍ୟଗ୍ରତା, ସ୍ଵାର୍ଥପରତା, ଆଶକ୍ତି, ଅହଂକାର ଓ ଅଣନ୍ତୋଷ ପ୍ରକୃତରେ ନଥିବା ଅର୍ଥରେ ଥାଆନ୍ତି । ଯଦି ଘର ଭିତରେ କୌଣସି ଜିନିଷ ଥାଏ ଏବଂ ଆପଣଙ୍କୁ ସେଇ ବସ୍ତୁଟିକୁ ବାହାରକୁ ଆଣିବାକୁ କୁହାଯାଏ ତା ହେଲେ ଆପଣ ବସ୍ତୁଟିକୁ ଧରି ବାହାରକୁ ନେଇ ଆସନ୍ତି, କାରଣ ଏହି ବସ୍ତୁଟି ପ୍ରକୃତରେ ରହିଛି । ହେଲେ ଯଦି ଆପଣଙ୍କୁ କୁହାଯାଏ ଏକ ଅନ୍ଧାର ଘର ଭିତରୁ ଅନ୍ଧକାରକୁ ବାହାରକୁ ଆଣିବା ପାଇଁ ତା ହେଲେ ଆପଣ ଅନ୍ଧକାରକୁ ପ୍ରକୃତରେ ବାହାରକୁ ଆଣିପାରିବେ ନାହିଁ । କାରଣ ଅନ୍ଧକାର ନକାରାତ୍ମକ ସ୍ଥିତିରେ ଥାଏ । ଏହାକୁ ବାହାରକୁ ନେଇ ହବ ନାହିଁ । ଆପଣଙ୍କୁ କେବଳ ଘର ଭିତରେ ବତୀ ଲଗେଇବାକୁ ହବ ଏବଂ ଅନ୍ଧାର ମନକୁ ମନ ପଳେଇଯିବ ।

ଏ ସମସ୍ତ ପ୍ରକାର ଭାବନାର ଅବସ୍ଥିତି ମଧ୍ୟ ଘରେ ଥିବା ଅନ୍ଧକାର ପରି ହୋଇଥାଏ। ଏମାନଙ୍କର ସ୍ଥିତି ନକାରାତ୍ମକ ଅଟେ। ତେଣୁ ଏମାନଙ୍କୁ ପ୍ରକୃତରେ ଆମେ ବାହାର କରିପାରିବା ନାହିଁ। କେବଳ ଆମକୁ ନିଜ ଭିତରେ ଚେତନାର ଆଲୋକକୁ ଆଣିବାକୁ ପଡ଼ିବ ଏବଂ ନକାରାତ୍ମକ ଭାବନା ମନକୁ ମନ ଉଭେଇଯିବ।

ଥରେ ବୁଦ୍ଧ ଗୋଟେ ଦଉଡ଼ାରେ ଗଣ୍ଠି ତିଆରି କରି ତାଙ୍କର ଜଣେ ଶିଷ୍ୟଙ୍କୁ ଖୋଲିବା ପାଇଁ ଦେଲେ। ଶିଷ୍ୟଟି ଗଣ୍ଠିକୁ ଖୋଲିବ ବୋଲି ଟଣାଓଟରା କରି ତାକୁ ଆହୁରି ଟାଇଟ୍ କରିଦେଲା। ପରେ ବୁଦ୍ଧ ଅନ୍ୟ ଏକ ଶିଷ୍ୟକୁ ଗଣ୍ଠି ଖୋଲିବାକୁ ଆଦେଶ ଦେଲେ। ଏ ଶିଷ୍ୟଟି ପ୍ରଥମେ ଗଣ୍ଠିକୁ ଭଲଭାବରେ ଦେଖିବାକୁ ଲାଗିଲା ଏବଂ ପରେ ଧୀରେ ଧୀରେ ଗଣ୍ଠିକୁ ଖୋଲିଦେଲା। ପରେ ବୁଦ୍ଧ ଉଲ୍ଲେଖ କଲେ ଯେ ଯଦି ଆପଣଙ୍କୁ ନିଜ ଭିତରେ ଥିବା ଅଜ୍ଞାନତାର ଗଣ୍ଠିକୁ ଖୋଲିବାକୁ ହୁଏ ପ୍ରଥମେ ଆପଣଙ୍କୁ ଧୈର୍ଯ୍ୟ ସହକାରେ ଦେଖିବା ଶିଖିବାକୁ ପଡ଼ିବ। ଆପଣଙ୍କୁ ନିଜ ଭିତରେ ଚେତନାର ବନ୍ୟା କରେଇବାକୁ ପଡ଼ିବ ଏବଂ ଦେଖିବାକୁ ପଡ଼ିବ ଯେ ଏ ଅଜ୍ଞାନତାର ସୃଷ୍ଟି କିପରି ଭାବରେ ହେଇଛି। ତା ହେଲେ ଯାଇ ନକାରାତ୍ମକତାର ମୂଳୋତ୍ପାଟନ ସାଙ୍ଗେ ସାଙ୍ଗେ ହୋଇଥାଏ।

ତେଣୁ ଏ ଭାଗରେ ଆମେ ନିଜେ ସମ୍ପୂର୍ଣ୍ଣ ସଚେତନତାକୁ ମୂଳଧାର ଚକ୍ରରୁ ନେଇ ସହସ୍ରାର ଚକ୍ର ପର୍ଯ୍ୟନ୍ତ ପ୍ରତିଟି ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ରଖିବା। ଏପରି ଗୋଟିକ ପରେ ଗୋଟିଏ ଆମେ କ୍ରାଉନ୍ ଚକ୍ର ପର୍ଯ୍ୟନ୍ତ ଯିବା। ଯେତେବେଳେ ଆପଣଙ୍କୁ ନିଜର ଶକ୍ତି କେନ୍ଦ୍ର ଉପରେ ସଚେତନତାକୁ ଆଣିବା ପାଇଁ କୁହାଯିବ ସେତେବେଳେ ଆପଣ ଯେପରି ସମ୍ପୂର୍ଣ୍ଣ ଶକ୍ତି କେନ୍ଦ୍ର ପାଲଟି ଯାଆନ୍ତି। ଶକ୍ତି କେନ୍ଦ୍ରକୁ ସମ୍ପୂର୍ଣ୍ଣତା ସହିତ ହିଁ ଅନୁଭବ କରିବା ଉଚିତ୍। ଏ ଭାଗର ଶେଷବେଳକୁ ଆପଣ ଶକ୍ତି ଓ ଆଲୋକର ଅନୁଭବ କରିପାରିବେ। ଏଥର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା।

ଯଦି ଆପଣ ଚକ୍ର ବିଜ୍ଞାନକୁ ଭଲ ଭାବରେ ଜାଣିବାକୁ ଇଚ୍ଛୁକ ତା ହେଲେ ଆପଣ ଆନନ୍ଦ ସ୍ଫୁରଣ ପ୍ରୋଗ୍ରାମ୍ ବା ଲାଇଫ୍ ବ୍ଲିସ୍ ପ୍ରୋଗ୍ରାମ୍ କରିପାରନ୍ତି। ଯେଉଁଠି ଏ ସମସ୍ତ ଚକ୍ର ଗୁଡ଼ିକ ସହିତ ସମ୍ପର୍କିତ ଭାବ ଏବଂ ପ୍ରତିଟି ଚକ୍ର ପାଇଁ ପ୍ରଯୁଜ୍ୟ ଧ୍ୟାନର ସୂତ୍ରଗୁଡ଼ିକ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି।

ଶକ୍ତି କେନ୍ଦ୍ରଅବରୁଦ୍ଧର କାରଣପ୍ରତିବନ୍ଧ ଅପସାରଣ କରିବା ପ୍ରକ୍ରିୟା
ମୂଳାଧାରଚକ୍ରଦିବାସ୍ବପ୍ନ ଓ କଳ୍ପନାକରିବା ଦ୍ବାରାସତ୍ୟତାକୁ ଗ୍ରହଣ କରିବା ଦ୍ବାରା
ସ୍ଵାଦିଷ୍ଠାନ ଚକ୍ରମୃତ୍ୟୁର ଭୟମୃତ୍ୟୁକୁ ଗ୍ରହଣ କରିବା ଦ୍ବାରା
ମଣିପୂରକଚକ୍ରବ୍ୟସ୍ତତା ଓ ଚିନ୍ତାଚିନ୍ତାକୁ ନେଇ ଚିନ୍ତା କରିବା ବନ୍ଦ କରିବା ଦ୍ବାରା
ଅନାହତ ଚକ୍ରଅନ୍ୟମାନଙ୍କଠୁସ୍ନେହଁର ଆବଶ୍ୟକତାନିଃସ୍ବାର୍ଥପର ସ୍ନେହଁ
ବିଶୁଦ୍ଧି ଚକ୍ରଘୃଣା ବା ତୁଳନାକରିବା ଦ୍ବାରାନିଜର ଅଦ୍ବିତୀୟତା ଓ ବାସ୍ତବିକତାକୁ ଗ୍ରହଣ କରିବା ଦ୍ବାରା
ଆଜ୍ଞା ଚକ୍ରଅହଂକାର ଓ ଅସରଳତା ଯୋଗୁସରଳତା ଓ ନିରହଂକାରତା ଦ୍ବାରା
ସହସ୍ରାର ଚକ୍ରଚକ୍ରଅଶାନ୍ତିକୃତଜ୍ଞତା ଅର୍ପଣ କରିବା ଦ୍ବାରା