KAILASA Library/ନିତ୍ୟଧ୍ୟାନ/ବିଯୋଡ଼ ରହିବାSign in
ନିତ୍ୟଧ୍ୟାନ

ବିଯୋଡ଼ ରହିବା

This text was machine-transcribed from the printed book and may contain errors. Select the words and choose “Report a mistake”.

ଆଗାମୀ ସାତ ମିନଟ୍ ବିଯୋଡ଼ ଅବସ୍ଥାରେ ରୁହନ୍ତୁ ।

woman meditating in padmasana

ମନ ଅନେକ ଭାବନାର ସମାବେଶ ବ୍ୟତୀତ ଆଉ କିଛି ନୁହେଁ । ଗୋଟିଏ ଭାବନା ପରେ ଆଉଗୋଟେ ଆସି ଚାଲିଥାଏ । ପ୍ରକୃତରେ ଆମର ଭାବନା ଗୁଡ଼ିକ ବିଯୋଡ଼ ଅଟନ୍ତି । ମାଛ ଟାଙ୍କିରେ ଉଠୁଥିବା ପାଣି ଫୋଟକା ପରି। ମାଛ ଟାଙ୍କିର ପାଣି ଫୋଟକାମାନେ ଯୋଡ଼ି ହୋଇନଥାନ୍ତି । ସେମାନେ ସ୍ପଷ୍ଟ ଭାବରେ ଅଲଗା କିନ୍ତୁ ଲାଗି ହେଲା ଭଳି ଦେଖାଯାଉଥାନ୍ତି । ଠିକ୍ ସେହିଭଳି ଆମର ଭାବନା ଗୁଡ଼ିକ ଅଲଗା ଅଲଗା ଅଟନ୍ତି, ଯଦିବା ସେମାନେ ଯୋଡ଼ି ହେଲା ଭଳି ଦେଖାଯାଉଥାନ୍ତି । ଆପଣ ଗୋଟେ ଛୋଟିଆ ପ୍ରୟୋଗ କରିପାରନ୍ତି। ଯେଉଁ ମୁହୁର୍ତ୍ତରେ ଯେଉଁ ଭାବନାଗୁଡ଼ିକ ଆସୁଛି, ତାକୁ ଲେଖି ଚାଲନ୍ତୁ । ଦଶ ମିନିଟ୍ ନିରବତାରେ ବସନ୍ତୁ

ଏବଂ ଆସୁଥିବା ଭାବନାଗୁଡ଼ିକ ଲେଖି ରଖନ୍ତୁ । ଭାବନାକୁ ନିୟନ୍ତ୍ରଣ ବା ନିଷେଧ କରିବାକୁ ଚେଷ୍ଟା ନକରି, କେବଳ ନିରବରେ ରହି ଭାବନାକୁ ଦେଖନ୍ତୁ । ଯେତେବେଳେ ଗୋଟେ ଭାବନା ଆସୁଛି, ସାଙ୍ଗେ ସାଙ୍ଗେ କାଗଜ ଉପରେ ଲେଖିଦିଅନ୍ତୁ । ଦଶମିନିଟ୍ ପର୍ଯ୍ୟନ୍ତ ଏପରି କରନ୍ତୁ । ଦଶମିନିଟ୍ ପରେ ଯାହା କିଛି ଲେଖିଛନ୍ତି ପଢ଼ିଚାଲନ୍ତୁ । ଆପଣମାନେ ଦେଖିବେ ଏହା ଏକ ପାଗଳ ବ୍ୟକ୍ତିର ଡ଼ାଏରୀ ଭଳି ଲାଗିବ ! ପୁରା ବିଭ୍ରାଟ ପୂର୍ଣ୍ଣ । ଗୋଟିଏ ଭାବନା ଓ ଅନ୍ୟଗୋଟି ଭାବନା ଭିତରେ କୌଣସି ସାମଞ୍ଜସ୍ୟ ନାହିଁ । ସବୁ ଭାବନାଗୁଡ଼ିକ ବିଯୋଡ଼ ଏବଂ ସ୍ବତନ୍ତ୍ର ଅଟେ । କେବଳ ଯେତିକି ବେଳେ ଆପଣ ଭାବନାଗୁଡ଼ିକୁ ଭଗାରି ଚାଲିବେ, ଆପଣଜାଣିପାରିବେ ଯେ, ଭାବନାଗୁଡ଼ିକ ମଧ୍ୟରେ ପ୍ରକୃତରେ କୌଣସି ସଂଯୋଗ ନାହିଁ ।

ଆପଣ ଗୋଟେ ମୁହୁର୍ତ୍ତରେ ଚାହା କପେ ପିଇବାକୁ ଭାବିଲା ବେଳକୁ ଆଉଗୋଟେ ମୁହୁର୍ତ୍ତରେ ଅଫିସରେ ରହିଥିବା ବାକି କାମ ବିଷୟରେ ଭାବୁଥିବେ । ଗୋଟେ କପ୍ ଚା ପିଇବା ଓ ଅଫିସରେ ବାକିଥିବା କାମ ଭିତରେ କୌଣସି ପ୍ରକୃତ ସଂଯୋଗ ନାହିଁ । ଉଭୟ ଘଟଣା ସ୍ୱତନ୍ତ୍ର ଅଟନ୍ତି । ଯଦିଓ ଅବିଚ୍ଛିନ୍ନ ଭାବରେ ଗୋଟିଏ ଘଟଣା ବିଷୟରେ ଦୁଇଟି ଭାବନା ସୃଷ୍ଟି ହୋଇଥାଏ, ସେମାନେ ବିଯୋଡ଼ ଅଟନ୍ତି କାରଣ ଏଥିରେ କ୍ରମ ନଥାଏ । ସବୁବେଳେ ଭାବନାଗୁଡ଼ିକ ଭିତରେ କିଛି ଖାଲି ଅଂଶରହିଯାଇଥାଏ । ଅନ୍ୟ ଭାବରେ କହିବାକୁ ଗଲେ ଭାବନା ଗୁଡ଼ିକ ଭିତରେ ନିରବତାର କିଛି ସମୟ ରହିଥାଏ । ତେଣୁ ଭାବନାଗୁଡ଼ିକ ନିଜର ସ୍ୱାଭାବିକ୍ ପ୍ରକୃତି ହିସାବରେ ବିଯୋଡ଼ ଅଟନ୍ତି ।

ଅସୁବିଧା ସେତେବେଳେ ସୃଷ୍ଟି ହୁଏ, ଯେତେବେଳେ ଆମେ ଭାବନାଗୁଡ଼ିକୁ ପରସ୍ପର ସାଥ୍ରେ ଯୋଡ଼ିଦେଇଥାଉ । ଆମେ ଏହି ବିଯୋଡ଼ ଭାବନାଗୁଡ଼ିକୁ ଯୋଡ଼ିଥାଉ ସେଥିରେ ଘାରି ମଧ୍ୟ ହୋଇଥାଉ । ଉଦାହରଣ ସ୍ୱରୂପ: ଆପଣ ଆଇସକ୍ରିମ୍ ଖାଇବାର ଆନନ୍ଦ ସାତବର୍ଷ ତଳେ ମଧ୍ୟ ନେଇଥିବେ, ଦୁଇ ବର୍ଷ ତଳେ ମଧ୍ୟ ନେଇଥିବେ ଏବଂ କାଲି ମଧ୍ୟ ଖାଇଥାଇପାରନ୍ତି । ଏ, ସବୁଥର ଖାଇବାର ଅନୁଭୂତି ଆପଣଙ୍କୁ ବହୁତ ଆନନ୍ଦିତ କରିଥାଇପାରେ । ଏ ସମସ୍ତ ଅନୁଭୂତି ଆପଣଙ୍କୁ ବହୁତ ଆନନ୍ଦିତ କରିଥାଇପାରେ । ଆପଣ ପ୍ରତିଥର ଖାଇବାର ମଜା ନେଇଥିବେ, ହେଲେ ଅସୁବିଧା ହେଇଯାଏ, ଯେତେବେଳେ ଏ ସମସ୍ତ ଅନୁଭୂତିକୁ ଆପଣ ଯୋଡ଼ି ଏକ କଳ୍ପନା ରଚନ୍ତି ବା ଏକ ବୁଝାମଣା ସୃଷ୍ଟି କରିଥାନ୍ତି ଯେ ଆଇସକ୍ରିମ୍ ଖାଇବା ଦ୍ୱାରା ଆପଣଙ୍କୁ ଖୁସି ମିଳୁଛି । ତେଣୁ ଆପଣ ଏ ଅନୁଭୂତିକୁ ଦୋହରାଇବା ପାଇଁ ଚେଷ୍ଟା କରିଥାନ୍ତି । ଏହିଭଳି ସମଭାବନାକୁ ଏକତ୍ର କରି ଭାବନାର ଫାନ୍ଦ ତିଆରି କରିଥାଆନ୍ତି। ବେଳେ ବେଳେ ଏହା ବି ହୋଇଥାଇପାରେ ଯେ ଆପଣ ଏତେ ଆମୋଦିତ ହୋଇ ଆଇସକ୍ରିମ୍ ଖାଉନନାହାଁନ୍ତି, ଯେମିତି ଆପଣ କିଛି ମାସ ବା କିଛି ବର୍ଷ ତଳେ ଖାଉଥିଲେ । ଯଦି ଆପଣ ସେତିକି ଆମୋଦସହିତ ଆଇସକ୍ରିମ୍ ଖାଉନଥିବେ, ହେଲେ ଆପଣ ନିଜକୁ ଆଇସକ୍ରିମ୍ ଖାଇବାକୁ ଭଲ ଲାଗେ ବୋଲି ବଶ୍ବାସ କରେଇବେ କାରଣ ଆପଣ ଭାବନା ଗୁଡ଼ିକୁ ଯୋଡ଼ିବା ଅଭ୍ୟାସରେ ପଡ଼ିଯାଇଛନ୍ତି । ଆପଣ ଅସେଚତନ ପୂର୍ବକ ଆଇସକ୍ରିମ୍ ଖାଇବାକୁ ଭଲ ଲାଗେ ବୋଲି ଗ୍ରହଣ କରିନେଇଥାନ୍ତି ।

ଠିକ୍ ସେମିତି ଦୁଃଖ ଅନୁଭୂତିଗୁଡ଼ିକ ସହିତ ବି ହୋଇଥାଏ । ଆପଣ ଦଶ ବର୍ଷ ତଳେ ଯେଉଁ କଷ୍ଟର ଅନୁଭୂତି କରିଥାନ୍ତି, ସାତ ବର୍ଷ ତଳେ ଯେଉଁ କଷ୍ଟର ଅନୁଭୂତି କରିଥାନ୍ତି କିମ୍ବା ତିନି ବର୍ଷ ତଳେ ବା ଗତ କାଲି ଯେଉଁ କଷ୍ଟକୁ ଅନୁଭୂତି କରିଥାନ୍ତି ତାହା ସ୍ବତନ୍ତ୍ର ଘଟଣା ଅଟେ । ଏ ଘଟଣାଗୁଡ଼ିକ ଭିତରେ କୌଣସି ସଂପର୍କ ନଥାଏ । ହେଲେ ଆପଣ କଳ୍ପନାର ଚିତ୍ର ତିଆରି କରିଥାନ୍ତି ଏବଂ ‘ମୋର ଜୀବନ କେବଳ ଦୁଃଖମୟ’ ବୋଲି ଭାବିଚାଲି ଥାନ୍ତି । ଯଦି ଆପଣଙ୍କ ଜୀବନରେ ଅନେକ ଖୁସିର ଅନୁଭୂତି ହୋଇଥାଏ ତାହେଲେ ଆପଣ ନିଜ ଜୀବନକୁ ସୁଖକର ବୋଲି ଭାବଚାଲିଥାନ୍ତି । ହେଲେ ଦୁଇଟି ଯାକରୁ କୌଣସିଟି ସତ୍ୟ ନୁହେଁ ଆପଣଙ୍କ ଜୀବନ ନା ସୁଖମୟ ବା ଦୁଃଖମୟ ଅଟେ । କାରଣ ଯେଉଁ ବାଟ ଦେଇ ଆପଣ ଏ ଭାବନା ଗୁଡ଼ିକୁ ଯୋଡ଼ିଥାନ୍ତି ତାହା ଭୁଲ୍ ମାତ୍ର ଅଟେ । ଭାବନା ଗୁଡ଼ିକ ସମ୍ପର୍କାତ ଅଟନ୍ତି ଏକ ଅବୁଝାବଣା ଧାରଣା ଅଟେ । ତା ପରେ ବି ଆମେ ସମସ୍ତ ଭାବନାକୁ ଏକର୍ତ୍ରୀତ କରିନଥାଉ । ଆମେ କେବଳ ସେହି ଭାବନାଗୁଡ଼ିକୁ ଏକତ୍ରିତ କରିଥାଉ ଯାହା ଆମର ସ୍ମୃତିରେ ଥାଏ ଏବଂ ତାକୁ ନେଇ ଫାନ୍ଦ ତିଆରି କରିଥାଉ ଯେମିତି ଅନେକ ଫୁଲରୁ କିଛି ଫୁଲକୁ ନେଇ ଆମେ ଫୁଲ ମାଳ ତିଆରି କରିଥାଉ ଠିକ୍ ସେମିତି ଲକ୍ଷ ଲକ୍ଷ ଭାବନାରୁ ଆମେ ମନେରଖୁଥିବା କିଛି ଭାବନାକୁ ନେଇ ଫାନ୍ଦ ତିଆରି କରିଥାଉ । ଏହି ଭାବନାର ଫାନ୍ଦ ହେଉଛି ଅସଲି ପାପ । ଯେତେବେଳେ ଆମେ ଫାନ୍ଦ ତିଆରି କରିଥାଉ ସେତେବେଳେ ଆମେ ଦୁଃଖ ପାଇଥାଉ ।

ଯଦି ଆପଣ ସୁଖର ଫାନ୍ଦ ତିଆରି କରିଥାନ୍ତି ତାହେଲେ ଆପଣ ଚେଷ୍ଟା କରି ଚାଲିଥାନ୍ତି ଯେ କିପରି ଏହାକୁ ବଡ଼ କରିବି । କାରଣ ସେହି ଏକା ପରି ସନ୍ତୁଷ୍ଟିର ଅନୁଭବ ବାରମ୍ବାର କରିବାକୁ ଚାହାଁନ୍ତି । ଯଦି ଆପଣ କଷ୍ଟ ବା ଦୁଃଖର ଫାନ୍ଦ ତିଆରି କରିଥାନ୍ତି ତାହେଲେ ସଦାସର୍ବଦା ତାକୁ ଭାଙ୍ଗିବାକୁ ଚେଷ୍ଟା କରୁଥାନ୍ତି ଦୁଃଖର ଅନୁଭୂତିଠୁ ବଞ୍ଚିବା ପାଇଁ । ନା ଆପଣ ଫାନ୍ଦକୁ ବଡ଼ କରିପାରିବେ ନା ତାକୁ ଭାଙ୍ଗି ପାରିବେ । କାରଣ ଫାନ୍ଦର ପ୍ରକୃତରେ କୌଣସି ଅବସ୍ଥିତି ହିଁ ନାହିଁ । ଏହି ଭାବନାର ଫାନ୍ଦ କେବଳ ଗୋଟିଏ କାହାଣୀ ଅଟେ । ଫାନ୍ଦର ସୃଷ୍ଟି ହେବ ବୋଲି ଭାବିବା ହେଉଛି ଆଉ ଗୋଟେ ଭାବନାର ଫାନ୍ଦ କେବଳ ।

ଆପଣଙ୍କ ସମସ୍ତ ଅନୁଭୂତି ସ୍ବତନ୍ତ୍ର ଅଟେ । ଯେଉଁ ମୂହୁର୍ତ୍ତରେ ଆପଣ ଏ ଅନୁଭୂତି ଗୁଡ଼ିକୁ ଯୋଡ଼ି ଦେବେ ଆପଣ ନିଜ ପାଇଁ ନର୍କ ହିଁ ସୃଷ୍ଟି କରିବେ ଏବଂ ଦୁଃଖ ହିଁ ଭୋଗ କରିବେ । ବର୍ତ୍ତମାନ ଆପଣ ବୁଝିପାରିବେ କାହିଁକି ଦୁଃଖ ବି କଳ୍ପନା ମାତ୍ର ଅଟେ । କାରଣ ଏହାକୌଣସି ଭାବନାର ସତ୍ତା ଉପରେ ନିର୍ଭର କରିଥାଏ ।

ଏହାର ବୃଦ୍ଧି ଅସତ୍ୟ ଉପରେ ହିଁ ହୋଇଥାଏ। ଏହା କେବଳ ବାହାରକୁ ଦେଖାଯାଇଥାଏ। ଫାନ୍ଦ ଅସତ୍ୟ ଅଟେ। ଏହାର କୌଣସି ସକାରାତ୍ମକ ଅବସ୍ଥିତି ନାହିଁ। ତେଣୁ ଫାନ୍ଦରୁ ଜାତ ହୋଇଥିବା ଦୁଃଖ ବି ଅବାସ୍ତବ ଅଟେ। ଯେତେବେଳେ ଆପଣ ଏହାର ଅନୁଭବ କରିପାରିବେ, ସେତେବେଳେ ମୁକ୍ତି ଲାଭ କରିବେ।

ଆମର ଭାବନା ଗୁଡ଼ିକ ଅତୀବ ଶକ୍ତିଶାଳୀ ହୋଇଥିବାରୁ ସେମାନେ ସକ୍ଷମତା ପୂର୍ବକ ଅନ୍ୟ ଭାବନା ଗୁଡ଼ିକ ସହିତ ସାମିଲ୍ ହୋଇ ଫାନ୍ଦ ତିଆରି କରିଥାନ୍ତି। ଏ ଫାନ୍ଦ ତିଆରି ହେବା ପ୍ରକ୍ରିୟା ଆମ ଅହଂକାର ଦ୍ଵାରା ପରିଚାଳିତ ହୋଇଥାଏ। ଅହଂକାର ଭାବନାଠୁ ଅଲଗା ନୁହେ। ଅନ୍ୟତଃ ଏହା ଭାବନାର ଫାନ୍ଦ ତିଆରି କରିବାର ମୂଳ ଗୁଣ ଅଟେ। ତେଣୁ ସତ୍ୟତା ସହିତ ପ୍ରତିପାଦନ କରିବାକୁ ଗଲେ ଯଦି ଅହଂକାର ନଥାଏ ତେବେ ଫାନ୍ଦ ଆସିବ କେଉଁଠୁ। ଏହି ଫାନ୍ଦ କଳ୍ପିତ ଅଟେ। ଏହି ଫାନ୍ଦ ତିଆରି କରିବା ପ୍ରକ୍ରିୟାକୁ ଆମେ ଅହଂକାର ବୋଲି ନାମ ଦେଇଥାଉ। ଏହି ଭାବନାର ସମାଗମ ସବୁକିଛି ଅବିଚ୍ଛିନ୍ନ ଭାବେ ଚାଲିଛି ବୋଲି ଏକ ଆଶ୍ଵାସନା ସୃଷ୍ଟି କରିଥାଏ ଓ ଆମକୁ ଭ୍ରାନ୍ତ ବ୍ୟକ୍ତିତ୍ଵର ବୋଧ କରାଇଥାଏ।

ବର୍ତ୍ତମାନ ଆମର ସମସ୍ତ ଭାବନା ଯୋଡ଼ି ହୋଇଥିବା ଯୋଗୁଁ ଆମେ ଭାବୁଛେ, ଆମର ଅହଂ ବୋଲି କିଛି ଅଛି। ବାସ୍ତବିକ ପ୍ରବୃତ୍ତି ଅନୁଯାୟୀ ପ୍ରତିଟି ଭାବନା ସ୍ଵତନ୍ତ୍ର ଅଟେ। ତେଣୁ ଅହଂର ଧାରଣା କାଳ୍ପନିକ ଅଟେ। କାରଣ ଭାବନାଗୁଡ଼ିକ ଯୋଡ଼ିବା ପାଇଁ ସେଠାରେ କେହି ନାହାଁନ୍ତି। ତେଣୁ ଆମର ବାସ୍ତବିକ ପ୍ରକୃତି ବିଯୋଡ଼ ଅଟେ। ଆମେ ସମ୍ପୂର୍ଣ୍ଣ ମୁକ୍ତ ଅଟୁ ଏବଂ କେବଳ ଏହା ଆମକୁ ଅନୁଭବ କରିବାର ଆବଶ୍ୟକତା ଅଛି।

ଥରେ ଜଣେ ଜେନ୍ ଗୁରୁଙ୍କ ପାଖକୁ ଜଣେ ଶିଷ୍ୟ ଯାଇ ପଚାରିଲେ ‘ମୁଁ କିପରି ବୁଦ୍ଧ ହୋଇ ପାରିବି ?’ ଗୁରୁ ତାଙ୍କ ଗାଲକୁ ଗୋଟେ ଠାଉ ଚାପୁଡ଼ା ମାରି କହିଲେ ‘ତମେ ହିଁ ବୁଦ୍ଧ’ । ଯଦି ବୁଦ୍ଧ ଆସି ସ୍ଵୟଂ ପଚାରନ୍ତି କିପରି ସେ ବୁଦ୍ଧ ହୋଇପାରିବେ, ତା ହେଲେ ଆପଣ କି ପ୍ରତି ଉତ୍ତର ଦେବେ ? ଠିକ୍ ସେୟା ଥିଲା ଜେନ୍ ଗୁରୁଙ୍କର ପ୍ରତ୍ୟୁତ୍ତର। ତେଣୁ ଆମର ସ୍ଵଭାବିକ ପ୍ରକୃତି ବିଯୋଡ଼ ହିଁ ଅଟେ। କେବଳ ଏହା ବୁଝିବାର ଅଛି।

ଆପଣଙ୍କ ପାଖରେ ଉପାୟ ଅଛି ଯେ ଏହି ଅନୁଭୂତି ଗୁଡ଼ିକୁ ଏକତ୍ର ନକରି କାଳ୍ପନିକ ଫାନ୍ଦର ରଚନା ନକରିବା ପାଇଁ। ଆପଣଙ୍କର କୌଣସି ବ୍ୟକ୍ତି ବା ବସ୍ତୁ ପ୍ରତି ଆସକ୍ତି ଏଇ ଭାବନାର ଛନ୍ଦ ଯୋଗୁଁ ସୃଷ୍ଟି ହୋଇଥାଏ । ଯେଉଁ ଧରଣର ସମ୍ପର୍କ ଆପଣ ତିନି ବର୍ଷ ତଳେ ଉପଭୋଗ କରିଥିଲେ, ଯେଉଁ ସମ୍ପର୍କ ଆପଣ ବର୍ଷେ ତଳେ ଉପଭୋଗ କରିଥିଲେ ଏବଂ ଯେଉଁ ସମ୍ପର୍କ ବର୍ତ୍ତମାନ ଉପଭୋଗ କରୁଛନ୍ତି, ଏହା ସ୍ୱତନ୍ତ୍ର ଘଟଣା ଅଟେ । ଯେଉଁ ମୁହୂର୍ତ୍ତରେ ଆପଣ ଏହି ଘଟଣା ଗୁଡ଼ିକୁ ଯୋଡ଼ି ଥାନ୍ତି ସେତେବେଳେ ଭାବନାର ଯୋଡ଼କୁ ବଢ଼େଇବା ବା ଭାଙ୍ଗିଦେବା ପାଇଁ ଚେଷ୍ଟା କରିଥାନ୍ତି। ଯଦି ସମ୍ପର୍କ ସୁଖମୟ ହୋଇଥାଏ, ତାହେଲେ ଆପଣ ଭବିଷ୍ୟତରେ ବି ସମ୍ପର୍କ ସୁଖମୟ ହେବ ବୋଲି ଆଶା କରିଥାନ୍ତି, ଯଦି ସମ୍ପର୍କ କଷ୍ଟ ଦାୟକ ହୋଇଥାଏ ତାହେଲେ ଆପଣ ସମ୍ପର୍କକୁ ଭାଙ୍ଗିଦବାକୁ ଚେଷ୍ଟା କରିଥାନ୍ତି କିମ୍ବା ଏ ସମ୍ପର୍କ ଆପଣଙ୍କ ପାଇଁ ଭଲ ନୁହେଁ ବୋଲି ଏକ ମତ ସୃଷ୍ଟି କରିଥାନ୍ତି । ଆପଣ ଜାଣିପାରନ୍ତିନି ଯେ ପ୍ରତିଟି ମୁହୂର୍ତ୍ତରେ ଆପଣ ନୂତନ ସମ୍ପର୍କର ଅନୁଭୂତି କରୁଛନ୍ତି। କାରଣ ପ୍ରତିକ୍ଷଣ ଦୁଇଜଣ ନୂତନ ବ୍ୟକ୍ତି ଏକାଠି ହୋଇଛନ୍ତି ଯେହେତୁ ଆମେ ସ୍ୱାଭାବିକ୍ ପ୍ରବୃତ୍ତି ଯୋଗୁଁ ବିଯୋଡ଼ ଅଟୁ।

ପ୍ରକୃତ ଅସୁବିଧା ଦୁଃଖ ବା ସୁଖ ଯୋଗୁ ହୋଇନଥାଏ, ବରଂ ଆମର ଉଭୟ ଜିନିଷ ପ୍ରତି ଭୁଲ୍ ବୁଝାମଣା ଓ ପରିଶେଷରେ କଳ୍ପନାର ଯୋଡ଼ର ରଚନା ଯୋଗୁଁ ଉତ୍ପତ୍ତି ହୋଇଥାଏ । ଜଣେ ସାଧୁ ପକ୍ଷରେ, ଯଦି ସୁଖ ବୋଧ ହୋଇଥାଏ ସେ ସୁଖ ଭୋଗୀ ଭୁଲି ଯାଏ । ଯଦି କଷ୍ଟ ହୋଇଥାଏ ସେ କଷ୍ଟ ଭୋଗୀ ବି ଭୁଲି ଯାଏ । ହେଲେ ସେ ଅନୁଭୂତି ଗୁଡ଼ିକ ସିଧାସଳଖ ବୋହି ଚାଲିନଥାଏ । ଯେଉଁ ମୁହୂର୍ତ୍ତରେ ଆମେ ଅନୁଭୂତି ଗୁଡ଼ିକୁ ବୋଝେଇ ନେଇ ଚାଲିଥାଉ ସେତେବେଳେ ଆମେ ଯନ୍ତ୍ରଣା ପାଉ ।

ଆମେ ପୃଥିବୀରେ ଜୀବନ ଅତିବାହିତ କରୁଥିବା ବେଳେବି, କେନ୍ଦ୍ରୀଭୂତ ହୋଇ ଶାନ୍ତି ଓ ସମନ୍ୱୟତାରେ ରହିପାରିବା। କୌଣସି ବାହ୍ୟ ଜିନିଷକୁ ତ୍ୟାଗ କରିବାର କୌଣସିଆବଶ୍ୟକତା ନାହିଁ । କେବଳ ଆମର ଛୋଟ ଅହମିକାକୁ ହିଁ ପରିତ୍ୟାଗ କରିବାକୁ ପଡ଼ିବ । ଯେତେବେଳେ ଆମେ ଭାବନାର ଯୋଡ଼ ତିଆରି କରିବା ବନ୍ଦ କରିଦେବା ସେତେବେଳେ ଆମେ ବୁଝିପାରିବା ଯେ ଯୋଉ ବ୍ୟକ୍ତି ବୋଧତାକୁ ଆମେ ଜାବୁଡ଼ି ଧରିବାକୁ ଯଉଁ ମୁହୂର୍ତ୍ତରେ ବ୍ୟକ୍ତିବୋଧତାକୁ ଛାଡ଼ି ଦେବା ସେହି କ୍ଷଣି ଆମେ ମହାନନ୍ଦରେ ପ୍ରବେଶ କରିବା। ତାପରେ କୌଣସି ବାହ୍ୟ ଘଟଣା ଆପଣଙ୍କୁ ପ୍ରଭାବିତ କରିପାରିବ ନାହିଁ । କାରଣ ଆପଣ ଘଟଣା ଗୁଡ଼ିକୁ ଏକତ୍ର କରିବାର ଅଭ୍ୟାସରୁ ମୁକ୍ତି ପାଇଯାଇଛନ୍ତି । ତେଣୁ ପ୍ରତିଟି ସ୍ଥିତି ଏକ ନୂତନ ସ୍ଥିତି ଅଟେ ଆପଣଙ୍କ ପାଇଁ ଓ ଆପଣ ଜୀବନକୁ ଅତି ସୁନ୍ଦର ଭାବରେ ଦେଖିବାକୁ ଲାଗନ୍ତି। ପ୍ରତିଟି ଜିନିଷ ଆପଣଙ୍କୁ ବଡ଼ ଆମୋଦିତ ଓ ଆନନ୍ଦମୟ ଦେଖାଯାଏ । ଆପଣଙ୍କୁ ଜୀବନର ମହାନତା ଜଣାପଡ଼ିଯାଏ ।

ଯେତେବେଳେ ଆପଣ ଜୀବନକୁ ମୁହୁର୍ତ୍ତ ପରେ ମୁହୁର୍ତ୍ତ ବୋଲି ଗ୍ରହଣ କରିନେବେ, ଆନନ୍ଦ ସ୍ଵତଃ ଆପଣଙ୍କ ଠାରେ ଜାତ ହେବ । ବାହ୍ୟ ପରସ୍ଥିତି ଆପଣଙ୍କୁ ପ୍ରଭାବ ପକାଇବ, କେବଳ ଯେତେବେଳେ ଆପଣ ଅନୁମତି ଦେବେ । କେହି ବି ଆପଣଙ୍କର ବିନା ଅନୁମତିରେ ଆପଣଙ୍କୁ ବିଚଳିତ କରିପାରିବେ ନାହିଁ । ଯଦି ଲୋକମାନେ ଅଭିଯୋଗ କରନ୍ତି ଯେ ଆମେ ବର୍ତ୍ତମାନତାରେ ବଞ୍ଚିବୁ ହେଲେ ଯଦି ଅନ୍ୟମାନେ ସେଭଳି ବଞ୍ଚନ୍ତି ନି ତା ହେଲେ ଅନ୍ୟମାନେ ଆମକୁ ପ୍ରତାରଣା କରିପାରନ୍ତି । ବୁଝିନିଅନ୍ତୁ ଯେ, କେହି ଆପଣଙ୍କୁ ଆପଣଙ୍କର ନିରବ ସମ୍ମତି ବିନା ପ୍ରତାରଣା କରିପାରିବ ନା ବିଚଳିତ କରିପାରିବ । ଯେତେବେଳେ ଆପଣ ଥରେ ବୁଝିଯାଆନ୍ତି ଯେ ଆପଣ ବିଯୋଡ଼ ଅଟନ୍ତି, ତା ହେଲେ ଆନନ୍ଦ ସ୍ୱତଃ ପରିଣାମ ହୋଇଥାଏ ।

ଶଙ୍କରାଚାର୍ଯ୍ୟ ନିର୍ବାଣଅଷ୍ଟକମ୍‌ରେ କହୁଛନ୍ତି “ସଦାମେ ସମତ୍ଵମ୍‌ ନା ମୁକ୍ତିର୍‌ ନା ବନ୍ଧାଃ, ଚିଦାନନ୍ଦ ରୂପ ଶିବମ୍‌ ଶିବମ୍‌”, ନା ମୁଁ ବନ୍ଧନରେ ଅଛି ନା ମୁଁ ମୁକ୍ତି ପାଇଛି, ମୁଁ ସର୍ବଦା ସମତାରେ ସ୍ଥିତ ଅଛି । ମୁଁ ସତ୍ୟ ଚେତନାର ରୂପ ଅଟେ, ଶିବଙ୍କ ଶକ୍ତି ଅଟେ । ବନ୍ଧନ ଓ ମୁକ୍ତି ମନ ଜନ୍ମିତ ଧାରଣା ଅଟେ । ଯେଉଁ ପର୍ଯ୍ୟନ୍ତ ବନ୍ଧନ ଅଛିସେ ପର୍ଯ୍ୟନ୍ତ ମୁକ୍ତି ଅଛି । ଯଦି କୌଣସି ବନ୍ଧନ ନଥାଏ, ତା ହେଲେ ମୁକ୍ତିବି ଅର୍ଥ ହରା ହୋଇଥାଏ । ସେହି ତତ୍ତ୍ଵକୁ ହିଁ ଶଙ୍କରାଚାର୍ଯ୍ୟ ଦର୍ଶାଇଛନ୍ତି ।

ଯଦି ଆପଣ ଅନ୍ତର୍ମୁଖ୍ ବା ବହିର୍ଗାମୀ ହେବାକୁ ଚେଷ୍ଟା କରୁଥାନ୍ତି, ଆପଣ ସତ୍ୟକୁ ହରାଇ ବସିଥାନ୍ତି । ଯେତେବେଳ ପର୍ଯ୍ୟନ୍ତ ଆପଣ କୌଣସି ଆଡ଼କୁ ଚାଲିଥାନ୍ତି, ଏହି ଗମନ କରିବାର ପ୍ରକ୍ରିୟା ହିଁ ଆପଣଙ୍କୁ ସତ୍ୟଠୁ ଦୂରେଇ ନେଇଯାଇଥାଏ । ସତ୍ୟ ବର୍ତ୍ତମାନ ଅଛି ଓ ଏଇଠି ଅଛି । କୌଣସି ଆଡ଼କୁ ଯିବାର ଆବଶ୍ୟକତା ନାହିଁ । ପୁନଶ୍ଚ ଏ ଗମନ କରିବାର ପ୍ରକ୍ରିୟା ବି ଆମେ ତିଆରି କରିଥିବା ନିଜ ମନର ଫାନ୍ଦକୁ ହିଁ ଦର୍ଶାଇଥାଏ । ଆମକୁ ଲାଗେ ଆମେ ଏ ଦିଗରେ ଉନ୍ନତି କରିଛେ । ହେଲେ ଉନ୍ନତି କରିବା ସମ୍ଭବ ନୁହେଁ । କାରଣ ଉନ୍ନତି ହେବା ପାଇଁ କେହି ନାହିଁ । ବ୍ୟକ୍ତି ପ୍ରତିକ୍ଷଣ ସୃଷ୍ଟି ହେଇଚାଲିଛି । ତା ହେଲେ କିଏସେ ଉନ୍ନତି କରିବ । ଯେତେବେଳେ ଆପଣ ବିସ୍ଫୋଡ଼ ହୋଇଯାନ୍ତି, ସେତେବେଳେ ମନକୁ ମନ ୩୬୦ ଡ଼ିଗ୍ରୀରେ ଚର୍ତୁଦିଗକୁ ଆପଣ ଖେଳିଯାନ୍ତି । ତାପରେ ବିଷୟ ବସ୍ତୁ ବା ଆଧ୍ୟାତ୍ମିକତାର ପ୍ରଶ୍ନ ଆଉ ଆସିବନି ତେଣୁ ଶଙ୍କରାଚାର୍ଯ୍ୟ କହିଛନ୍ତି ନା ସେ ବନ୍ଧନରେ ଅଛନ୍ତି ନା ମୁକ୍ତି ପାଇଛନ୍ତି । ସେ ଉଭୟଙ୍କୁ ପାର ହୋଇଯାଇଛନ୍ତି । ଉଭୟ କେବଳ ଧାରଣା ତତ୍ତ୍ୱ ଅଟେ ।

ଆମର ନିଜର ଉନ୍ନତି ସମ୍ଭବ ନୁହେଁ । ଅନେକ ବ୍ୟକ୍ତି ସ୍ଵୟଂର ଉନ୍ନତି ପାଇଁ ଚେଷ୍ଟିତ ଥାନ୍ତି । କେଉଁ ବ୍ୟକ୍ତିତ୍ଵର ଉନ୍ନତି ଆପଣ କରିପାରିବେ । କୌଣସି ବ୍ୟକ୍ତିତ୍ଵର ଉନ୍ନତି କରିବା ପୂର୍ବରୁ ବ୍ୟକ୍ତି ଅଛି କି ? ଆପଣ ସମ୍ପୂର୍ଣ୍ଣ ଭାବରେ ପର୍ଯ୍ୟାୟକ୍ରମେ ଆସୁଥିବା ବିସ୍ଫୋଡ଼ ଭାବନା ବ୍ୟତୀତ ଆଉ କିଛି ନୁହଁ । ଯଦି ଆପଣ ସ୍ଵୟଂର ଉନ୍ନତି କରିବା ପାଇଁ ଚେଷ୍ଟା କରିବେ ତା ହେଲେ ଶେଷରେ ଆପଣ ମନର ଫାନ୍ଦ ତିଆରି କରିବେ ଯେ ମୋର ବ୍ୟକ୍ତିତ୍ବର ଉନ୍ନତି ଘଟୁଛି । ଏହାଦ୍ଵାରା ଆପଣଙ୍କୁ ଭଲ ଲାଗିବ । ଯଦି ବା ସେଠାରେ ଏକ ଭାବନା ଥାଇ ପାରେ, ଯାହା ଭାବୁଛି ଯେ ମୋର ଉନ୍ନତି ଘଟୁଛି ବୋଲି । ହେଲେ ଏହା କେବଳ ଏକ ଭଲ ଭାବନାର ଅନୁଭବ ଅଟେ । ପ୍ରକୃତରେ କହିବାକୁ ଗଲେ ଜୀବର ଉନ୍ନତି ସମ୍ଭବ ନୁହେଁ । କେବଳ କଳ୍ପିତ ଜୀବର ସଂହାର ହିଁ ସମ୍ଭବ । ଯେଉଁ ପର୍ଯ୍ୟନ୍ତ ଆପଣ ଉନ୍ନତି ପାଇଁ କାମ କରିଚାଲିଥାନ୍ତି ଆପଣ କେବଳ ଫାନ୍ଦ ହିଁ ତିଆରି କରିଚାଲିଥାନ୍ତି ।

ଯେଉଁ ପର୍ଯ୍ୟନ୍ତ ମନର ଉପସ୍ଥିତି ରହିଛି, ଅସତ୍ୟକୁ ନେଇ ମାୟା ଉପୁଜିବା ଚାଲିଥିବ। ଶଙ୍କରାଚାର୍ଯ୍ୟ କହିଛନ୍ତି “ବ୍ରହ୍ମ ସତ୍ୟ ଜଗତ୍ ମିଥ୍ୟା, ଜିବୋ ବ୍ରହ୍ମେବ ନ ଅପାରଃ।” ମାନେ ବ୍ରହ୍ମ ସତ୍ୟ ଅଟେ, ସଂସାର ମିଥ୍ୟା ଅଟେ ଏବଂ ବ୍ୟକ୍ତିର ଆତ୍ମା ବ୍ରହ୍ମଠୁ ଅଲଗା ନୁହେଁ। ତାର ଅର୍ଥ ସେ କହୁଛନ୍ତି ଯେ କେବଳ ଯେତେବେଳେ ମନର ନିବୃତ୍ତି ଘଟିଥାଏ ବ୍ରହ୍ମର ଉଦ୍ଭୁତ ହୋଇଥାଏ। ସତ୍ୟ ନିଜର ସୁନ୍ଦରତାରେ ହିଁ ପରିସ୍ଫୁଟିତ ହୋଇଥାଏ। ଯେଉଁ ପର୍ଯ୍ୟନ୍ତ ମନର ଅସ୍ତିତ୍ବ ଥାଏ ସେପର୍ଯ୍ୟନ୍ତ ଭାବନା ଥାଏ। ଭାବନା ସଦାବେଳେ ଅତୀତ ଓ ଭବିଷ୍ୟତ ଭିତରେ ଦୌଡୁଥାଏ। ବର୍ତ୍ତମାନତାକୁ ନେଇ କେବେବି ଭାବନା ସୃଷ୍ଟି ହୋଇପାରିବ ନାହିଁ। ବର୍ତ୍ତମାନତାରେ କେବଳ ଚେତନା ହିଁ ରହିଯିବ। ତେଣୁ ଯେପର୍ଯ୍ୟନ୍ତ ଭାବନା ରହିବ ଆମେ ଭାବନାର ଫାନ୍ଦ ହିଁ ତିଆରି କରିଚାଲିଥିବା। ଏହି ଭାବନା ଗୁଡ଼ିକୁ ଯୋଡ଼ି କଳ୍ପନାର ସୁଖ ବା ଦୁଃଖର ଭାବ ସୃଷ୍ଟି କରିବା। ଯେଉଁ ମୁହୂର୍ତ୍ତରେ ଯୋଡ଼ ତିଆରି ହୋଇଥାଏ ସେହି ମୁହୂର୍ତ୍ତରେ ଅସତ୍ୟ ସହିତ ଚିହ୍ନଟ ହୋଇଥାଏ। କାରଣ ବିଯୋଡ଼ ଭାବନାକୁ ଆମେ ଯୋଡ଼ି ଦେଇଥାଉ। ଏ ସଂସାର ସାଗରରେ ଛଟପଟ ହଉଥିବାର କାରଣ ହଉଛି ଏଇ ଭାବନା ଗୁଡ଼ିକ ଯୋଡ଼ିବାର ପରିଣାମ ଅଟେ। ଆମେ କଳ୍ପନା ରୂପକ ଭାବନାକୁ ଯୋଡ଼ିଥିବାରୁ କଳ୍ପନା ଚରିତ୍ରର (ଯାହା ଶଙ୍କରା ଜୀବ ବୋଲି କହୁଛନ୍ତି) ଅବସ୍ଥିତି ହୋଇଥାଏ। ଯେତେବେଳେ କଳ୍ପନା ଚରିତ୍ର ଦେଖାଯାଏ ସେତେବେଳେ ମିଥ୍ୟା ସଂସାର ଦେଖାଯାଏ। ହେଲେ ଯେତେବେଳେ ବିଯୋଡ଼ ପ୍ରକ୍ରିୟା ଆରମ୍ଭ କରିଦେଉ ମିଥ୍ୟା ଚରିତ୍ର ଆମ ସାମ୍ନାରୁ ଅପସରି ଯାଇ ବ୍ରହ୍ମର ଅବଲୋକନ ହୋଇଥାଏ।

ଆମ ପାଖରେ ଦୁଇ ପ୍ରକାରର ଚରିତ୍ରତା ଦେଖାଯାଇଥାଏ । ଗୋଟିଏ ରୂପ ଆମେ ବାହାରକୁ ଦେଖାଇଥାଉ ଓ ଦ୍ଵିତୀୟଟି ଆମେ ଭିତରକୁ ରଖିଥାଉ। ଯେଉଁରୂପ ଆମେ ବାହାରକୁ ଦେଖାଇଥାଉ ତାହା ଆମର ଅହଂକାର ବୋଲି କୁହାଯାଏ। ଯେଉଁ ରୂପକୁ ଆମେ ଭିତରେ ରଖିଥାଉ ତାହା ମାମାକାର ବୋଲି କୁହାଯାଏ। ଏହି ଦୁଇଟି ରୂପ ସର୍ବଦା ପରସ୍ପର ସାଥୀରେ ଦ୍ଵନ୍ଦରେ ପଡ଼ିଥାନ୍ତି। ଉଦାହରଣ ସ୍ବରୂପ ବାହାର ପଟୁ ଆମେ ଯଦି ବା ଦେଖେଇ ହବାକୁ ଚାହୁଁଛେ ଆମେ ଏଭଳି ଏକ ବ୍ୟକ୍ତି କିନ୍ତୁ ଭିତରପଟୁ ଆମକୁ ଜଣା ଅଛି ଯେ ଆମେ କୌଣସି ନା କୌଣସିରେ କମ୍ ଅଟେ। ସବୁବେଳେ ଏ ଦଇ ଚରିତ୍ର ମଧ୍ୟରେ ଅସାମଞ୍ଜସ୍ୟତା ଦେଖାଦେଇଥାଏ। ଯେଉଁ ରୂପ ଆମେ ବାହାରକୁ ଦେଖେଇ ଥାଉ ତାହା ଆମର ପ୍ରକୃତତାରୁ ସବୁବେଳେ ଅଧିକ ହୋଇଥାଏ। ହେଲେ ଯେଉଁ ସ୍ବରୂପ ଆମେ ନିଜ ଭିତରେ ଦେଖୁଥାଏ, ତାହା ସବୁବେଳେ କମ୍ ଦେଖାଯାଏ ଆମ ପ୍ରକୃତ ରୂପଠୁ । ଆପଣମାନେ ଦେଖୁଥିବେ ଆମେ ନିଜ ପାଇଁ କେବେବି ଖୁସି ନୁହେଁ । ଲଗାତାର ଆମେ ଏପଟୁ ସେପଟୁ ନିଜକୁ ଉନ୍ନତ କରିବା ପାଇଁ ଚେଷ୍ଟା କରିଚାଲିଛେ । ଆମେ ଆଧ୍ୟାତ୍ମିକତା ଯୋଗୁଁ କିମ୍ବା ବିଷୟ ଶକ୍ତ ହୋଇ ଅସୁସ୍ଥ ହୋଇଥାଇପାରୁ । ଏଇ ଭିତରର ଛବି ସବୁବେଳେ ନିଜ ଭିତରେ ନିକୁମା ପଣ ଓ ବାହାରର ଛବି ସବୁବେଳେ ସତ୍ୟଠୁ ବଡ଼ ବୋଲି ଦେଖେଇଥାଏ । ତେଣୁ ଏ ଦୁଇଟି ଯାକ ରୂପ ପରସ୍ପର ସାଥ୍ରେ ସବୁବେଳେ ଦ୍ବନ୍ଦରେ ରହିଥାନ୍ତି ।

ସେଥ୍ପାଇଁ ଆମକୁ କଥାବାର୍ତ୍ତା ହେଲା ବେଳେ ବହୁତ ସତର୍କ ହେବାକୁ ପଡ଼ିଥାଏ । କାରଣ ଯାହା ଆମେ ଭାବୁଥାଏ, ତାହା ଆମେ କେବେବି କୁହେନି । ଯଦି ଆମେ ଯାହା ଭାବୁଛେ ତାହା ସିଧାସଳଖ ପ୍ରକାଶ କରିବାରେ ଲାଗିବା, ତା ହେଲେ ଲୋକମାନେ ଚତୁଃପାର୍ଶ୍ବରୁ ଆମଠୁ ପଳାୟନ କରିବେ । ରାମକୃଷ୍ଣ କୁହନ୍ତି ନିଜର ଭାବନା ଓ କଥାବାର୍ତ୍ତାକୁ ଏକତ୍ର କରିବା ହିଁ ପ୍ରକୃତ ଆଧ୍ୟାତ୍ମିକତା ଅଟେ । ତାହା ସମ୍ଭବ ହେବ ଯେତେବେଳେ ଆମେ ଏ ଦୁଇଟି ଯାକ ରୂପକୁ ଅତିକ୍ରମ କରିପାରିବା ।

ଯୋଡ଼ାକ ଯାକ ଚରିତ୍ର ମିଥ୍ୟା ଅଟେ । ଏହି ଚରିତ୍ର ଆମ ମନର ଗଠିତ ଅଟେ । ପ୍ରକୃତରେ ଏହାର କୌଣସି ଅବସ୍ଥିତି ନାହିଁ । ଯେଉଁ ପର୍ଯ୍ୟନ୍ତ ଆମେ ନିଜକୁ ମନଗଢ଼ା ଛବି ସାଥୀରେ ମିଶାଇ ରଖୁ ଚାଲିଥିବା, ସେ ପର୍ଯ୍ୟନ୍ତ ଆମେ ସଂସାରରେ ବାନ୍ଧି ହୋଇ ରହିଥିବା ଏବଂ ଯେଉଁ ମୁହୂର୍ତ୍ତରେ ଆମେ ଆମର ଚିତ୍ରପଟ୍ଟଙ୍କୁ ପାର ହେଇ ଆଗକୁ ଚାଲିଯିବା ସେତେବେଳ ଆମେ ମୁକ୍ତି ପ୍ରାପ୍ତ ହେବା । ପ୍ରତିଟି ମୂହୁର୍ତ୍ତରେ ଆମେ ଭାବନାକୁ ତିଆରି କରୁଛେ, ପାଳୁଛେ ଓ ସଂହାର ବି କରୁଛେ । ତିଆରି କରିବା (ବ୍ରହ୍ମା), ପାଳନ କରିବା (ବିଷ୍ଣୁ) ଏବଂ ବିନାଶ କରିବା (ମହେଶ), ଏହି ପ୍ରକ୍ରିୟା ଅନବରତ୍ ଚାଲିଛି । ଯେଉଁ ମୁହୂର୍ତ୍ତରେ ଆମେ ଏ ତିଆରି କରିବା, ପାଳନ କରିବା ଓ ବିନାଶ କରିବାକୁ ବନ୍ଦ କରିଦେବା, ସେତେବେଳେ ଆମେ ତିନିଗୋଟି ଜିନିଷକୁ ପାର ହୋଇ ପରମବ୍ରହ୍ମଙ୍କର ସ୍ଥିତିରେ ପହଞ୍ଚିବା ।

ତେଣୁ ଏହି ପର୍ଯ୍ୟାୟରେ ଆପଣ ଏହି ବୁଝାମଣାକୁ ନେଇ ଚାଲନ୍ତୁ ଯେ ଭାବନାଗୁଡିକ ଅସମ୍ପର୍କୀୟ, ବିଯୋଡ଼ ଏବଂ ଅଯୌକ୍ତିକ ଅଟନ୍ତି। ଆପଣମାନଙ୍କ ଭାବନା ମଧ୍ୟରେ ସିଧାସଳଖ କୌଣସି ସମ୍ପର୍କ ନଥାଏ। ଯଦିବା ଅନେକ ଭାବନା ଉଙ୍କି ମାରୁଥାଏ ନା ତାକୁ ଦବେଇବା କିମ୍ବା ତାକୁ ଦେଖ୍ ପ୍ରତିକ୍ରିୟା କରିବା। କେବଳ ନଜର ରଖ୍ ଚାଲନ୍ତୁ ଏଇ ବୁଝାମଣାକୁ ନେଇ ଯେ ସେମାନେ ବିଯୋଡ଼ ଅଟନ୍ତି। ମନକୁ ମନ ଦ୍ରଷ୍ଟା ଭାବର ପ୍ରକଟ ହବ। ଆପଣ ଭାବନା ଜନ୍ନିତ ଦ୍ଵନ୍ଦ ଚରିତ୍ରକୁ ଅତିକ୍ରମ କରିବେ। ଆପଣ ଅନୁଭବ କରିବେ ଯେ ନା ଆପଣ ଦୁଃଖ ପିତ୍ତୁଳା ନା ସୁଖର ପିତ୍ତୁଳା। କିନ୍ତୁ ଆପଣ ହେଉଛନ୍ତି ଦୃଶ୍ୟର ପୃଷ୍ଠଭୂମି ଯାହା ଉପରେ ଏ ପିତ୍ତୁଳା ଗୁଡ଼ିକ ଅବସ୍ଥିତି ହୋଇଅଛି।

ଜାଣନ୍ତୁ ଯେ ଯଦିବା ଆପଣଙ୍କର ଏ ଅନୁଭୂତି ନଥାଏ, ଗ୍ରହଣ କରନ୍ତୁ ବା ନକରନ୍ତୁ, ଆପଣ ମୁକ୍ତ ଅଟନ୍ତି। ଆପଣଙ୍କର ବାସ୍ତବିକ୍ ପ୍ରକୃତି ହିସାବରେ ହିଁ ଆପଣ ମୁକ୍ତ। ତେଣୁ ଏହି ବୁଝାମଣାକୁ ନେଇ ନିରବତାରେ ସାତ ମିନିଟ୍ ବସନ୍ତୁ ଏବଂ ବିଯୋଡ଼ ସ୍ଥିତିର ଅନୁଭବ ନିଅନ୍ତୁ। ଏହା ପରମାନନ୍ଦର ବା ଆତ୍ମାର ସ୍ଥାନ ଅଟେ। ଜୀବନମୁକ୍ତର ଅନୁଭୂତି ପାଇଁ ଏହା ପରମ ସୂତ୍ର ଅଟେ। ଯଦି ଆପଣ ଏ ସବୁକୁ ଜାଣି ଉତ୍ସାହିତ ; ତା ହେଲେ ଆପଣ ଧ୍ୟାନ ସ୍ଫୁରଣ ପ୍ରୋଗ୍ରାମ୍ କରିପାରନ୍ତି ଯେଉଁଠି ଏ ବିଯୋଡ଼ ପର୍ଯ୍ୟାୟ ଉପରେ ସମ୍ପୂର୍ଣ୍ଣ ଉଲ୍ଲେଖ କରାଯାଉଛି।

ଜୀବନ୍ତୁ ସଦେବ ଆତ୍ମାରେ ସ୍ଥିତ କରିବା ପାଇଁ ଓ ଆମର ପ୍ରକୃତିତ ଧ୍ୟାନାତ୍ମକ ରୂପ ସହିତ ସଂଯୋଗ କରାଇବା ପାଇଁ ଏଇ ଦୁଇ ଦିନିଆ ଧ୍ୟାନ ସ୍ଫୁରଣ ପ୍ରୋଗ୍ରାମ୍ର ରଚନା କରାଯାଇଛି। ଆମକୁ ମନର କରାଳରୁ ମୁକ୍ତକରିବା ପାଇଁ ତଥା ନିଜର ଭାବପ୍ରବଣତାରୁ ବଞ୍ଚେଇବା ପାଇଁ ଯାହା ମନରୁ ହିଁ ଉପଜାତ ଅଟେ, ତାହା ଏଇ ପ୍ରୋଗ୍ରାମର ଲକ୍ଷ୍ୟ। ଏହା ଆମ କାଳ୍ପନିକ ମନଧାରାରୁ ସୁଖ ଓ ଦୁଃଖକୁ ମୂଳପୋଛ କରି ଏକ ପରିସର ତିଆରି କରିବ ଯେଉଁଠି ଧ୍ୟାନର ହିଁ ପରିପକ୍ଵତା ଘଟିବ।