ପରମହଂସ ନିତ୍ୟାନନ୍ଦଙ୍କ ବିଷୟରେ :
This text was machine-transcribed from the printed book and may contain errors. Select the words and choose “Report a mistake”.
ଜୀବନର ଲକ୍ଷ୍ୟକୁ ନେଇ ମଣିଷର ଅସରନ୍ତି ଆକାଂକ୍ଷାର ଏଇ ବାକ୍ୟରେ ହିଁ ସମାପ୍ତି ଘଟୁଛି। ଆନନ୍ଦ ଉଭୟ ପଥ ଏବଂ ଲକ୍ଷ ମଧ୍ୟ । ଏହା ଆଧୁନିକ ଜୀବନମୁକ୍ତ ଗୁରୁ ପରମହଂସ ନିତ୍ୟାନନ୍ଦଙ୍କର ଅନୁଭୂତି ଏବଂ ଶିକ୍ଷା ଅଟେ ।
ତାଙ୍କର ଉଦ୍ଦେଶ୍ୟ ଯେ ଜନସାଧାରଣଙ୍କୁ ଆନନ୍ଦର ଅନୁଭୂତି ଜନିତ ଶିକ୍ଷା ଦବା ଯଦ୍ବାରା ବ୍ୟକ୍ତି ଉପଲବ୍ଧ କରିପାରିବ ଯେ ଆନନ୍ଦ ଶେଷରେ ଥିବା ଏକ ଲକ୍ଷ ନୁହେଁ ବରଂ ଏହା ହିଁ ପଥ - ଯାହା ଚବିସ ଘଣ୍ଟା ମହାନନ୍ଦରେ ରହିବାର ସ୍ଥିତି ହିଁ ଅଟେ । ସେ ଆମସମସ୍ତଙ୍କ ପାଇଁ ଏହି ଆନ୍ତରିକ ଆନନ୍ଦର ପ୍ରାପ୍ତି ସମ୍ଭବ । ଏହି ବୁଝାବଣାକୁ ନେଇ ଆସିଛନ୍ତି ।
ପରମହଂସ ନିତ୍ୟାନନ୍ଦ ଦକ୍ଷିଣ ଭାରତର ଆଧ୍ୟାତ୍ମିକ କେନ୍ଦ୍ର ତିରୁବନାମଲାଇରେ ଜନ୍ମ ଗ୍ରହଣ କଲେ । ଗଭୀର ଧ୍ୟାନ ଓ ତପ, ତନ୍ତ୍ର ବିଜ୍ଞାନ ଏବଂ ଅନ୍ୟାନ ସମସ୍ତ ଧରଣର ଆଧ୍ୟାତ୍ମ ବିଜ୍ଞାନର ଅଧ୍ୟୟନ ପରେ ସେ ଆତ୍ମଜ୍ଞାନ ପ୍ରାପ୍ତି କଲେ । ତତ୍ପରେ ସ୍ଵୟଂର ଅନୁଭୂତିରୁ ସେ ବ୍ୟକ୍ତିର ଚେତନାକୁ ଜାଗୃତି କରିବା ପାଇଁ ଆନନ୍ଦର ସୂତ୍ର ରଚନା କଲେ ।
ତାଙ୍କର ଅନେକ ପ୍ରୋଗ୍ରାମରେ ଭିନ୍ନ ଧ୍ୟାନର ଶୈଳୀ ଦ୍ବାରା ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ । ଯେଉଁଠି ବ୍ୟକ୍ତି ମନକୁ ମନ ଧ୍ୟାନରେ ପ୍ରବେଶ କରେ । ସେ କୁହନ୍ତି ‘ଧ୍ୟାନ ହିଁ ଆଭ୍ୟନ୍ତରୀଣ ଓ ବାହ୍ୟିକ ପରିପୂର୍ଣ୍ଣତାର ମୁଖ୍ୟ ଚାବିକାଠି ।