KAILASA Library/ନିତ୍ୟଧ୍ୟାନ/ଲାଇଫ୍ ବ୍ଲିସ୍ ଫାଉଣ୍ଡେସନ୍ ବିଷୟରେ (LBF):Sign in
ନିତ୍ୟଧ୍ୟାନ

ଲାଇଫ୍ ବ୍ଲିସ୍ ଫାଉଣ୍ଡେସନ୍ ବିଷୟରେ (LBF):

This text was machine-transcribed from the printed book and may contain errors. Select the words and choose “Report a mistake”.

ଲାଇଫ୍ ବ୍ଲିସ୍ ଫାଉଣ୍ଡେସନ୍ ପରମହଂସ ନିତ୍ୟାନନ୍ଦଙ୍କର ଆନ୍ତରୀକ ଆନନ୍ଦ ପ୍ରାପ୍ତି ଶିକ୍ଷାର ପ୍ରଚଳନ ପାଇଁ ଆନ୍ତର୍ଜାତିକ ସଂଘ ଅଟେ । ୨୦୦୩ ମସିହାରେ ସ୍ଥାପିତ ଏହି ସଂଘ ବର୍ତ୍ତମାନ ବିଶ୍ୱରେ ୩୩ଟି ଦେଶରେ ତେରଶହ (୧୩୦୦) ସେଣ୍ଟର ଦ୍ୱାରା କାର୍ଯ୍ୟ ପରିଚାଳନା କରୁଛି । ଇଣ୍ଟର୍ ନ୍ୟାସନାଲ୍ ବେଦିକ୍ ହିନ୍ଦୁ ୟୁନିଭରସିଟି (ଓଏନ୍‌ଏଚ୍) ଫ୍ଲୋରିଡା, ୟୁ.ଏସ୍.ଏର ସମସ୍ତ ଭାର ମଧ୍ୟ ଲାଇଫ୍ ବ୍ଲିସ୍ ଫାଉଣ୍ଡେସନ୍ ପରିବହନ କରିଛି ।

ସାରା ବିଶ୍ୱରେ ପରିଚାଳିତ ନିତ୍ୟାନନ୍ଦ ମେଡ଼ିଟେସନ ଏକାଡ଼େମୀ (NMAs) ଏକ ଆଧ୍ୟାତ୍ମିକ ପରିକ୍ଷାଗାର ଭଳି କାର୍ଯ୍ୟ କରୁଛି ଯେଉଁଠି ପ୍ରବଳ ଆଭ୍ୟନ୍ତରୀଣ ଉନ୍ନତି ଓ ଫଳତଃ ବାହ୍ୟିକ ଉନ୍ନତି ମଧ୍ୟ ସମ୍ଭବ ହୋଇପାରିଛି । ଏହା କ୍ୱାଣ୍ଟମ୍ ଆଧ୍ୟାତ୍ମିକତା (Quantum Spirituality)କୁ ପ୍ରତିଷ୍ଠିତ କରାଉଛି ଯେଉଁଠି ଆଧ୍ୟାତ୍ମିକ ଜଗତ ଓ ବିଷୟ ଜଗତ ଏକାକାର ହୋଇ ଆନନ୍ଦପୂର୍ଣ୍ଣ ଜୀବନର ସୃଷ୍ଟିପାତ କରୁଛନ୍ତି ।

ସଂଘ ଦ୍ୱାରା ଦିଆଯାଉଥିବା ପ୍ରକୃତ ଜୀବନ ସମାଧାନର ସୂତ୍ରମାନ ଅନେକ ବ୍ୟକ୍ତିଗଣଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ସାରା ବିଶ୍ୱରେ IVHU ଦ୍ୱାରା ବିଭିନ୍ନ ଧ୍ୟାନର ପ୍ରୋଗ୍ରାମ ମାନ କରାଯାଉଛି । ତା ସତ୍ତ୍ୱେ ମୁକ୍ତ ନିତ୍ୟା ଆଧ୍ୟାତ୍ମିକ ହିଲିଙ୍ଗ, ଯୁବକମାନଙ୍କ ପାଇଁ ମୁକ୍ତ ଶିକ୍ଷା, କଳା ଓ ସଂସ୍କୃତି ପ୍ରୋତ୍ସାହନ, ମୁକ୍ତ ଚିକିତ୍ସା, ମୁକ୍ତ ଭୋଜନ, ଏକ ବର୍ଷିକିଆ ଆଧ୍ୟାତ୍ମିକ ଟ୍ରେନିଙ୍ଗ (କେବଳ ଭାରତରେ), ପିଲାମାନଙ୍କ ପାଇଁ ଗୁରୁକୁଳ ଜନିତ ଶିକ୍ଷା ଏବଂ ଏଇଭଳି ଅନେକ କାର୍ଯ୍ୟକ୍ରମ ଆର୍ନ୍ତଜାତିକ ସ୍ତରରେ ଦିଆଯାଉଛି ।

ଆନନ୍ଦ ସେବକ, ପରମହଂସ ନିତ୍ୟାନନ୍ଦଙ୍କର ଭଲ୍ୟୁଣ୍ଟର ଫୋରସ୍ (Volunteer Force)ର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଇଚାଲିଛି, ବିଶ୍ୱସ୍ତରରେ ସଂଘର ଉଦ୍ଦେଶ୍ୟକୁ ଆନନ୍ଦର ସହିତ କାର୍ଯ୍ୟକାରୀ କରିବା ପାଇଁ ।